Advertisment

Trump: ଡୋନାଲ୍ଡ ଟ୍ରମ୍ପଙ୍କ ରେସିପ୍ରୋକାଲ ଟାରିଫ, ଭାରତ ବି ଟାର୍ଗେଟରେ

ଭାରତ ବିରୋଧରେ ପାଲଟା ଶୁଳ୍କ ଲଗାଇବା ବେଳେ କୋହଳ ହୋଇଥିବା କହିଛନ୍ତି ଟ୍ରମ୍ପ। ସେ କହିଛନ୍ତି, ଭାରତ ଯାହା ଶୁଳ୍କ ଲଗାଉଛି ତାହାର ୫୦ ପ୍ରତିଶତ ଶୁଳ୍କ ଆମେରିକା ଲଗାଇବ। ସେହିପରି ଚୀନ୍ ଉପରେ ୩୪% ଶୁଳ୍କ ଲାଗୁ କରାଯାଇଛି।

ଅଦ୍ୟତନ ହୋଇଛି
Donald Trump

Donald Trump

Advertisment

ଭାରତ ବିରୋଧରେ ରେସିପ୍ରୋକାଲ ଟାରିଫ ବା ପାଲଟା ଶୁଳ୍କ ଲଗାଇଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍। ଭାରତୀୟ ସାମଗ୍ରୀ ଉପରେ ଲଗାଇଲେ ୨୬ ପ୍ରତିଶତ ଆମଦାନୀ ଶୁଳ୍କ । ରାଷ୍ଟ୍ରପତି ଟ୍ରମ୍ପ ବିଶ୍ୱବ୍ୟାପୀ ଆମଦାନୀ ଉପରେ ନୂଆ ପାରସ୍ପରିକ ବାଣିଜ୍ୟ ନୀତି ଘୋଷଣା କରିଛନ୍ତି। ଏହି ନୀତି ଅନୁଯାୟୀ ଭାରତକୁ ୨୬% ଟାରିଫ ବା ଶୁଳ୍କ ଦେବାକୁ ପଡ଼ିବ। ଟ୍ରମ୍ପ ଏହାକୁ ରେସିପ୍ରୋକାଲ ଟାରିଫ ବୋଲି କହିଛନ୍ତି। ତେବେ ଭାରତ ବିରୋଧରେ ପାଲଟା ଶୁଳ୍କ ଲଗାଇବା ବେଳେ କୋହଳ ହୋଇଥିବା କହିଛନ୍ତି ଟ୍ରମ୍ପ। ସେ କହିଛନ୍ତି, ଭାରତ ଯାହା ଶୁଳ୍କ ଲଗାଉଛି ତାହାର ୫୦ ପ୍ରତିଶତ ଶୁଳ୍କ ଆମେରିକା ଲଗାଇବ। ସେହିପରି ଚୀନ୍ ଉପରେ ୩୪% ଶୁଳ୍କ ଲାଗୁ କରାଯାଇଛି।

Advertisment

ଆମେରିକା ବଣିଜ୍ୟ ନୀତି ଅନୁଯାୟୀ ଅନ୍ୟ ଦେଶମାନଙ୍କ ପାଇଁ ମଧ୍ୟ ବିଭିନ୍ନ ହାରରେ ଶୁଳ୍କ ର୍ନିଦ୍ଧାରଣ କରାଯାଇଛି। ୟୁରୋପୀୟ ସଂଘ ପାଇଁ ୨୦% ଏବଂ ଜାପାନ ପାଇଁ ୨୪% ଶୁଳ୍କ ଘୋଷଣା କରାଯାଇଛି। ଟ୍ରମ୍ପ ଏହି ପଦକ୍ଷେପକୁ “ଆର୍ଥିକ ସ୍ବାଧୀନତାର ଘୋଷଣା” ବୋଲି ଅଭିହିତ କରିଛନ୍ତି। ଏହା ଆମେରିକୀୟ ଅର୍ଥନୀତିକୁ ସୁରକ୍ଷା ଦେବା ସହ ଦେଶୀୟ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ପାଇଁ ଗୁରୁତ୍ବପୂର୍ଣ୍ଣ ବୋଲି ଟ୍ରମ୍ପ କହିଛନ୍ତି।

ଅଧିକ ପଢ଼ନ୍ତୁ: ହ୍ବାଇଟ୍ ହାଉସରେ ହାଇଡ୍ରାମା; ଟ୍ରମ୍ପ୍ କହିଲେ...

ବର୍ଷ ବର୍ଷ ଧରି ଅନୁଚିତ ବାଣିଜ୍ୟ କାରବାର ଚାଲିଥିଲା ବୋଲି କହିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଆମେରିକାର ଅର୍ଥନୀତିକୁ ଅଧିକ ବ୍ୟବସ୍ଥିତ କରିବା ପାଇଁ ପାଇଁ ଉଭୟ ମିତ୍ର ଓ ଶତ୍ରୁ ଦେଶ ଉପରେ ଶୁଳ୍କ ଲଗାଇଛନ୍ତି ଟ୍ରମ୍ପ । ଆମେରିକାର ଖୋଲା ବଜାରରୁ କେତେକ ଦେଶ ଫାଇଦା ନେଇ ନିଜ ଦେଶରେ ସୁରକ୍ଷିତ ନୀତି ପ୍ରଣୟନ କରିଥିବା କହିଛନ୍ତି ଟ୍ରମ୍ପ । ଏହି ଦେଶଗୁଡିକୁ ସେ ‘Dirty – 15’ ବୋଲି କହିଛନ୍ତି ।

Advertisment

ଆମଦାନୀ ହେଉଥିବା ଅଟୋମୋବାଇଲ୍ ଉପରେ ସେ ୨୦ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି । ହ୍ୱାଇଟ୍ ହାଉସର ବାଣିଜ୍ୟ ପରାମର୍ଶଦାତା ପିଟର୍ ନାଭାରୋ କହିଛନ୍ତି, ଏହି ଶୁଳ୍କ ବ୍ୟବସ୍ଥା ଲାଗୁ ହେବା ପରେ ଆମେରିକା ବାର୍ଷିକ ୬୦୦ ବିଲିଅନ୍ ଡଲାର୍ ଶୁଳ୍କ ପାଇବ । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏହା ହେବ ସବୁଠୁ ଅଧିକ ଶୁଳ୍କ ବୃଦ୍ଧି । କଂଗ୍ରେସର ବିନା ଅନୁମୋଦନରେ ଟ୍ରମ୍ପ ଏହା ଲାଗୁ କରିଥିବାରୁ ଡେମୋକ୍ରାଟିକ ସଦସ୍ୟମାନେ ରିପବ୍ଲିକାନ୍ ପ୍ରଶାସନର ସମାଲୋଚନା କରିଛନ୍ତି । ଏହା ଆଗକୁ ବିପଦ ସୃଷ୍ଟି କରିପାରେ ବୋଲି ସେମାନେ ସତର୍କ କରାଇଦେଇଛନ୍ତି ।

ଟେଲିକମ୍ ସାମଗ୍ରୀ ଓ ମେଡିକାଲ୍ ଉପକରଣ ଭଳି କେତେକ କ୍ଷେତ୍ରରେ ଭାରତ ପ୍ରାଧାନ୍ୟ ବିସ୍ତାର କରି ରହିଛି । ଭାରତ ସାର୍ଟିଫିକେସନ ଭଳି କେତେକ ନିୟମ କରିଥିବାରୁ ଆମେରିକାର କେତେକ କଂପାନି ସେମାନଙ୍କ ଉତ୍ପାଦିତ ସାମଗ୍ରୀ ଭାରତରେ ବିକ୍ରି କରିବାରେ ସମସ୍ୟାର ସମ୍ମୁଖୀନ ହେଉଥିବା ହ୍ୱାଇଟ୍ ହାଉସର ଜଣେ ଅଧିକାରୀ କହିଛନ୍ତି । ଯଦି ଏହି ବାଧା ଦୂର ହୋଇଯିବ, ଆମେରିକାର ରପ୍ତାନି ବାର୍ଷିକ ୫.୩ ବିଲିଅନ୍ ଡଲାର ବଢିଯିବ ବୋଲି କୁହାଯାଇଛି । ଭାରତ ୫୨ ପ୍ରତିଶତ ଶୁଳ୍କ ଲାଗୁ କରୁଥିବାରୁ ତା’ର ଅଧା ୨୬ ପ୍ରତିଶତ ଶୁଳ୍କ ଆମେରିକା ଲାଗୁ କରୁଛି ବୋଲି ଟ୍ରମ୍ପ କହିଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ୟେମେନ ଉପରେ ଆମେରିକାର ଏୟାରଷ୍ଟ୍ରାଇକ, ୩୧ ହାଉଥି ଆତଙ୍କୀ ନିପାତ

Donald Trump USA President Donald Trump America Revenge
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ