/odishatv-khabar/media/post_attachments/uploadimage/library/16_9/16_9_0/IMAGE_1686814867.jpg)
Dead woman found breathing in coffin
ଜଣେ ବୃଦ୍ଧାଙ୍କୁ ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ, ଅନ୍ତିମ ସତ୍କାର ସମୟରେ ଜିଇଁ ଉଠିଲେ। ଏଭଳି ଚମତ୍କାର ଘଟଣା ଘଟିଛି ଇକ୍ୱେଡରରେ। ବାବହୋୟୋ ସହରର ୭୬ ବର୍ଷୀୟ ମହିଳା ହାର୍ଟ ଷ୍ଟ୍ରୋକ୍ ଯୋଗୁ ମୃତ୍ୟୁ ଘଟିଥିବା ଡାକ୍ତର ଘୋଷଣା କରିଥିଲେ। ହେଲେ ତାଙ୍କର ଜୀବନ ଫେରିପାଇଥିବାରୁ ଡାକ୍ତର ଓ ସମ୍ପର୍କୀୟମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ଅନ୍ତିମ ସତ୍କାର ପାଇଁ ନେବାକୁ ତାଙ୍କ ଶରୀରକୁ ଏକ କଫିନ୍ ଭିତରେ ରଖାଯାଇଥିଲା। ବୃଦ୍ଧାଙ୍କ ମୃତ୍ୟୁ ଖବର ଜାଣିବା ପରେ ପରିବାର ଓ ସମ୍ପର୍କୀୟ ଏକାଠି ହୋଇଥିଲେ। ତେବେ ବୃଦ୍ଧାଙ୍କ ପୁଅ ଗିଲବର୍ଟ ବାଲବେରାନ୍ କହିଛନ୍ତି ଯେ ''ଡାକ୍ତର ମୃତ୍ୟୁ ଘୋଷଣା କରିବା ପରେ ପାଖାପାଖି ୫ ଘଣ୍ଟା ପର୍ଯ୍ୟନ୍ତ ମାଆଙ୍କୁ କଫିନ୍ରେ ରଖିଥିଲୁ। ରୀତିନୀତି ଅନୁସାରେ ମାଆଙ୍କ ଡ୍ରେସ୍ ବଦଳାଇବା ସମୟରେ ଏକ ଅଦ୍ଭୁତ ଘଟଣା ଘଟିଥିଲା।
ମାଆ ତାର ପ୍ରଥମେ ବାମ ହାତକୁ ହଲାଇଥିଲା। ପରେ ଆଖି ଖୋଲିଥିଲା। ନିଶ୍ୱାସ ନେବାକୁ ତାକୁ କଷ୍ଟ ଅନୁଭବ ହେଉଥିଲା। କ୍ଷୀଣ ସ୍ୱରରେ ମାଆ କିଛି କହୁଥିଲେ। ସେ ବଞ୍ଚିଥିବା ଜାଣିବା ପରେ ଆମେ ତୁରନ୍ତ କଫିନ୍ରୁ ବାହାର କରିଦେଲୁ।''
ଜଣେ ଆଟେଣ୍ଡାଣ୍ଟ ଏହାର ଭିଡିଓ ସୁଟ୍ କରିଛନ୍ତି। ହେଲେ ଆମୁଲାନ୍ସକୁ କଲ୍ କରିଥିଲେ ବି ଗାଡ଼ି ଆସିନଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।
ଏହାପରେ ଅଗ୍ନିଶମ ଗାଡ଼ିରେ ଏକ ଷ୍ଟ୍ରେଚର୍ ମାଧ୍ୟମରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ଏବେ ସ୍ଥିର ରହିଛି। ସେ ସୁସ୍ଥ ଅନୁଭବ କରୁଥିବା ଡାକ୍ତରଙ୍କୁ କହିଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ବୃଦ୍ଧାଙ୍କ ମୃତ୍ୟୁ ସାର୍ଟିଫିକେଟ୍ ବି ଦିଆଯାଇଥିଲା। ସେଥିରେ ହୃଦଘାତଜନିତ ମୃତ୍ୟୁ ବୋଲି ଉଲ୍ଲେଖ କରାଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)