Advertisment

ଗୋଟିଏ ଜୀବର ନାମକୁ ସଠିକ୍ ବନାନ କରି ୪୧ ଲକ୍ଷ ଜିତିଲେ ଚଉଦ ବର୍ଷର ବାଳକ

ଏହି ବନାନ ପ୍ରତିଯୋଗିତାରେ ସମଗ୍ର ବିଶ୍ୱରୁ ୧୧ ନିୟୁତ ପ୍ରତିଯୋଗୀ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ଚୂଡ଼ାନ୍ତ ପର୍ଯ୍ୟାୟକୁ ୧୧ଜଣ ଉତ୍ତୀର୍ଣ୍ଣ ହୋଇଥିଲେ । ୧୧ଜଣଙ୍କ ମଧ୍ୟରେ ଦେବ ଥିଲେ।

author-image
Chandan Shishu
ଅଦ୍ୟତନ ହୋଇଛି
National Spelling Bee Winner 2023

Dev Shah wins 2023 Scripps National Spelling Bee champion

ଗୋଟିଏ ଜୀବର ଶବ୍ଦକୁ ସଠିକ୍‌ ଭାବେ ବନାନ କରି ୪୧ ଲକ୍ଷ ଟଙ୍କା ଜିତିଲେ ୧୪ ବର୍ଷିୟ ବାଳକ। ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ସତ। ଆମେରିକାର ସବୁଠୁ ଟପ୍‌ ଶିକ୍ଷାଭିତ୍ତିକ ପ୍ରତିଯୋଗିତା ‘ସ୍କ୍ରିପ୍‌ସ୍‌ ନ୍ୟାସ୍‌ନାଲ୍‌ ସ୍ପେଲିଙ୍ଗ୍‌ ବି’ରେ କମାଲ୍‌ ଦେଖାଇଛନ୍ତି ଭାରତୀୟ ବଂଶୋଭବ ଦେବ ଶାହ। ସେ ଏବେ ଫ୍ଲୋରିଡାରେ ରହୁଛନ୍ତି। 

Advertisment

ଆମେରିକୀୟ ପ୍ରଦେଶ ମେରିଲାଣ୍ଡ୍‌ରେ ଆୟୋଜିତ ୯୫ ତମ ‘ସ୍କ୍ରିପ୍‌ସ୍‌ ନ୍ୟାସ୍‌ନାଲ୍‌ ସ୍ପେଲିଙ୍ଗ୍‌ ବି’ ପ୍ରତିଯୋଗିତାରେ ଗୋଟାଏ ଜୀବ ନାଁ’ର ଠିକ୍‌ ବନାନ କରି ଭାରତୀୟ ବଂଶୋଦ୍ଭବ ବାଳକ ଦେବ ଶାହ ନଗଦ ୫୦,୦୦୦ ଡଲାର୍‌ ପୁରସ୍କାର ପାଇଛନ୍ତି। ଯାହା ଭାରତୀୟ ମୁଦ୍ରାରେ ପ୍ରାୟ ୪୧ ଲକ୍ଷ ଟଙ୍କା ହେବ।ଏହି ପ୍ରତିଯୋଗିତାରେ ଫ୍ଲୋରିଡାର ଏହି ୧୪ ବର୍ଷିୟ ବାଳକ ବିଜୟୀ ହୋଇଛନ୍ତି।

ଏହି ବନାନ ପ୍ରତିଯୋଗିତାରେ ସମଗ୍ର ବିଶ୍ୱରୁ ୧୧ ନିୟୁତ ପ୍ରତିଯୋଗୀ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ଚୂଡ଼ାନ୍ତ ପର୍ଯ୍ୟାୟକୁ ୧୧ଜଣ ଉତ୍ତୀର୍ଣ୍ଣ ହୋଇଥିଲେ । ୧୧ଜଣଙ୍କ ମଧ୍ୟରେ ଦେବ ଥିଲେ। ଦେବଙ୍କୁ ପଚରାଯାଇଥିବା ପ୍ରଶ୍ନଟି ହେଉଛି:  'ସେମୋଫାଇଲ୍‌' ବନାନ କର।  ‘ସେମୋଫାଇଲ୍‌’ ଇଂରାଜୀରେ- (Psammophile)। ମେରିୟମ୍‌-ୱେବ୍‌ଷ୍ଟର୍‌ ଅଭିଧାନ ଅନୁସାରେ, ଏହି ଜୀବଟି ବାଲି ଅଞ୍ଚଳରେ ରହେ। ଏହି ଶବ୍ଦର ସଠିକ୍‌ ବନାନ କରି ଦେବ ବିଜୟୀ ହୋଇଥିଲେ। 

Advertisment

ଏହି ପ୍ରତିଯୋଗିତାରେ ଭର୍ଜିନିଆର ସାର୍ଲୋଟ୍‌ ୱାଲ୍ସ୍ ଦ୍ୱିତୀୟ ହୋଇଛନ୍ତି। ଏନେଇ ଦେବ ଗଣମାଧ୍ୟମକୁ କହିଛନ୍ତି ଯେ, ମୋତେ ବହୁତ ଆଶ୍ଚର୍ଯ୍ୟ ଲାଗୁଛି। ମୋ ଗୋଡ଼ ଯୋଡ଼ିକ ଏବେ ବି ଥରି ଉଠୁଛି। ପୁଅର ବିଜୟ ପରେ ତାଙ୍କ ବାପା ମା ଭାବବିହ୍ୱଳ ହୋଇଛନ୍ତି। ୪ ବର୍ଷ ଧରି ପୁଅ କରିଆସୁଥିବା ପରିଶ୍ରମର ଫଳ ତାକୁ ମିଳିଥିବା ସେମାନେ କହିଛନ୍ତି। 

ଏହି ବନାନ ପ୍ରତିଯୋଗିତା ‘ନ୍ୟାସ୍‌ନାଲ୍‌ ସ୍ପେଲିଙ୍ଗ୍‌ ବି’ ୧୯୨୫ ମସିହାରେ ଆରମ୍ଭ ହୋଇଥିଲା। ଏହା ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ଯୋଗ୍ୟ ରଖାଯାଇଛି। ଗତବର୍ଷ ଭାରତୀୟ-ଆମେରିକୀୟ ବିକ୍ରମ ରାଜୁଙ୍କୁ ପରାସ୍ତ କରି ଟେକ୍ସାସ୍‌ର ହାରିନି ଲୋଗାନ୍‌ ନାମରେ ଜଣେ ୮ମ ଶ୍ରେଣୀ ଶିକ୍ଷାର୍ଥୀ ଏହି ପ୍ରତିଯୋଗିତାରେ ବିଜୟୀ ‌ହୋଇଥିଲେ। ଗତ ୨୪ ବର୍ଷ ମଧ୍ୟରେ ‘ସ୍ପେଲିଙ୍ଗ୍‌ ବି’ ପ୍ରତିଯୋଗିତାରେ ବିଜୟ ହାସଲ କରିବାରେ ଦେବ ଶାହ ହେଉଛନ୍ତି ୨୨ଶ ଚାମ୍ପିଅନ୍‌। 

Advertisment
Advertisment