• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ୟୁକ୍ରେନ୍‌ ଓ ଋଷ ମଧ୍ୟରେ ଯୁଦ୍ଧ ସ୍ଥିତି ଏବେ ବି ଲାଗି ରହିଛି । ୟୁକ୍ରେନ୍‌ବାସୀ ନାନା ପ୍ରକାର ଅପ୍ରିତିକର ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି । ନା ଖାଇବାକୁ ପାଉଛନ୍ତି ନା ଭଲରେ ଶୋଇପାରୁଛନ୍ତି । ସବୁବେଳେ ଜୀବନ ପ୍ରତି ବିପଦ ଥିବାରୁ ଘରେ ମରି ମରି ବଞ୍ଚିଛନ୍ତି । ତେବେ ଏହାରି ଭିତରେ ଯୁଦ୍ଧ କ୍ଷେତ୍ରରୁ ଅନେକ ପ୍ରେମ କାହାରୀ ସାମ୍ନାକୁ ଆସିଛି । ଯାହାକି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି । ଆଉ ତାକୁ ନେଇ ଢ଼େର ଚର୍ଚ୍ଚା ମଧ୍ୟ ହୋଇଛି ।

ଏବେ ଠିକ୍‌ ସେମିତି ଏକ ପ୍ରେମ କାହାଣୀ ପୁଣି ସାମ୍ନାକୁ ଆସିଛି । ଯାହା ଶୁଣିଲେ ଆପଣ ବି ଆର୍ଶ୍ଚ୍ୟ ହେବେ । ଘଟଣାଟି ହେଲା, ୟୁକ୍ରେନର ସ୍ତିରକୁନି ସ୍ଥିତ ଏକ ଗାଁରେ ରହୁଥିବା ୩୨ ବର୍ଷିୟ ସର୍ହି ବେଲ୍ୟାଏବଙ୍କ ଘରଠୁ ତାଙ୍କ ଭାବି ପତ୍ନୀଙ୍କ ଘର ମାତ୍ର ୧୦ କିଲୋମିଟର ବାଟ ଥିଲା । ହେଲେ ସେଠାରେ ପହଞ୍ଚିବା ପାଇଁ ସେ ୩୭୦୦ କିଲୋମିଟର ରାସ୍ତା ଅତିକ୍ରମ କଲେ ।

ତେବେ କଥାଟା ଆପଣଙ୍କୁ ଟିକେ ଅଡ଼ୁଆ ଲାଗୁଥିବ । ହେଲେ କଥାଟା ସତ । କାରଣ ଋଷ ଯେତେବେଳେ ୟୁକ୍ରେନ୍‌ ଉପରେ ଆକ୍ରମଣ କଲା, ସେତେବେଳେ ଉକ୍ତ ବ୍ୟକ୍ତିଙ୍କ ଘରଠୁ ତାଙ୍କ ଭାବି ପତ୍ନୀଙ୍କ ଘର ରାସ୍ତା ବନ୍ଦ ହୋଇଗଲା । ଏମିତିକି ସେହି ରାସ୍ତାରେ ମୃତ୍ୟୁର ରାସ୍ତା ପାଲଟିଗଲା । ବେଲ୍ୟାଏବଙ୍କ ଭାବି ପତ୍ନୀ ଖାରକିଭ୍ ସହରରେ ରୁହନ୍ତି । ଯେଉଁଠି ଋଷ ସେନା ବର୍ବରତାର ତାଣ୍ଡବ ରଚୁଥିଲା । ଆଉ ବୋମା ବର୍ଷଣ କରିବା ସହ ମିସାଇଲ ମାଡ଼ କରୁଥିଲା ।

ତେବେ ଖାର୍କିଭ୍ ସହରରେ କେବଳ ବେଲ୍ୟାଏବ୍‌ଙ୍କ ଭାବି ପତ୍ନୀ ନୁହନ୍ତି ବରଂ ତାଙ୍କ ପିତା ମାତା ମଧ୍ୟ ରୁହନ୍ତି । ତାଙ୍କ ମାତା ଅତ୍ୟନ୍ତ ଅସୁସ୍ଥ ଥିଲେ । ତାଙ୍କୁ ଦେଖିବା ପାଇଁ ସେ ଖୁବ୍ ବ୍ୟଗ୍ରଥିଲେ । ଖାଲି ସେତିକି ନୁହେଁ ଭାବି ପତ୍ନୀଙ୍କୁ ଦେଖିବାର ମଧ୍ୟ ତାଙ୍କର ଖୁବ୍‌ ଆଗ୍ରହ ଥିଲା । ତେଣୁ ତାଙ୍କ ଘରଠୁ ୧୦ କିଲୋମିଟର ଦୂରରେ ଥିବା ଭାବିପତ୍ନୀଙ୍କ ଘରକୁ ଯିବା ପାଇଁ ବାହାରିଥିଲେ । ହେଲେ ସେହି ରାସ୍ତା ତାଙ୍କୁ ଯିବା ପାଇଁ ଦେଇନଥିଲା । ଆର୍ଥାତ ସେହି ରାସ୍ତାରେ ଯିବା ପାଇଁ ସେ ସୁରକ୍ଷିତ ମଣି ନଥିଲେ । ତେଣୁ ଅନ୍ୟ ଏକ ରାସ୍ତାରେ ଯିବା ପାଇଁ ସ୍ଥିର କଲେ ।

ବେଲ୍ୟାଏବ କହିଛନ୍ତି ଯେ, ପୋଲାଣ୍ଡ- ଲିଥୁଆନିଆ ଆଦି ସୀମା ଦେଇ ଖାରକିଭ୍‌ରେ ପହଞ୍ଚିଛି । ଏହା ଏକ ପ୍ରକାର ପାଗଳାମୀ ହୋଇଥାଇପାରେ । ଏଥିପାଇଁ ଅନେକ ଲୋକ ମୋ ଉପରେ ହସିପାରନ୍ତି । କିନ୍ତୁ ଏହି ରାସ୍ତାଦେଇ ଆସିଲେ ମୁଁ ମୋ ଭାବି ପତ୍ନୀ ଓ ମାତା –ପିତାଙ୍କୁ ଭେଟି ପାରିବି ବୋଲି ଅଧିକ ଆଶା ଥିଲା । ସେଥିପାଇଁ ଏହି ରାସ୍ତା ଦେଇ ଆସିଲି ଏବଂ ଏହାକୁ ମୁଁ ଅଧିକ ସୁରକ୍ଷିତ ବୋଲି ମଣିଲି ।