• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବାପା-ମା’ ସବୁବେଳେ ପିଲାମାନଙ୍କର ଯତ୍ନ ନେଇଥା’ନ୍ତି । କୁନିକୁନି ପିଲାମାନଙ୍କ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ରଖିଥାନ୍ତି ବାପା-ମା । ନିଜ ପିଲାମାନଙ୍କୁ କ’ଣ ଖାଇବାକୁ ଦେଲେ ସେମାନଙ୍କର ଦୁର୍ବଳତା ଦୂର କରିହେବ ସେଥିପ୍ରତି ନଜର ରଖାଯାଇଥାଏ । ହେଲେ ଆଜିର ସମୟରେ ଜଣେ ମା’ ତାଙ୍କ ଶିଶୁଙ୍କ ପାଇଁ ଏପରି ଏକ କାଣ୍ଡ କରିଛନ୍ତି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ପିଲାର ପ୍ରୋଟିନ୍ ଅଭାବକୁ ପୂରଣ କରିବା ପାଇଁ ନିଜର ୨ବର୍ଷର ପୁଅକୁ ପୋକ ଖୁଆଇଦେଇଛନ୍ତି ମା’ । ଯାହା ଆପଣଙ୍କୁ ଅଲଗା ଲାଗୁଥିଲେ ବି ସମ୍ପୂର୍ଣ୍ଣ ସତ।

ଅଧିକ ପଢ଼ନ୍ତୁ: ଛୁଆକୁ ଶକ୍ତିଶାଳୀ କରିବା ପାଇଁ ଖାଦ୍ୟ ବଦଳରେ ଖରା ଖୁଆଇଲେ ବାପା-ମାଆ !

ନିକଟରେ ଜଣେ ମହିଳା ଏପରି କରିଛନ୍ତି । ନିଜର ଦୁଇ ବର୍ଷର ପୁଅର ପ୍ରୋଟିନ୍ ଅଭାବକୁ ପୂରଣ କରିବା ପାଇଁ ପୋକ ଖାଇବାକୁ ଦେଉଛନ୍ତି । ଏଥିରେ ବହୁ ପରିମାଣର ପ୍ରୋଟିନ୍ ଥିବା ସେ ଦାବି କରିଛନ୍ତି । ଖାଲି ସେତିକି ନୁହେଁ, ତାଙ୍କର ଦାବି ଅନୁସାରେ ଏହା ଖାଇବା ଦ୍ୱାରା ଅହୁରି ଅନେକ ଫାଇଦା ମିଳିପାରିବ । ଏହି ମହିଳାଙ୍କ ନାଁ ଶୁକ୍ର କାଲାମୀ, ସେ ଜଣେ ଫୁଡ୍ ବ୍ଲଗର୍ ।

କାନାଡାର ଟରୋଣ୍ଟୋ ସହରରେ ଶୁକ୍ର କାଲାମୀ ରହୁଥିବାବେଳେ ସେ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ତାଙ୍କ କହିବା ଅନୁସାରେ, ଥାଇଲାଣ୍ଡ ଏବଂ ଭିଏତନାମ ପରି ଦେଶ ସେ ଭ୍ରମଣ କରିଛନ୍ତି । ସେହି ସମୟରେ ସେ ବିଛା ମଧ୍ୟ ଖାଇଛନ୍ତି । ଖାଲି ସେତିକି ନୁହେଁ, ପିମ୍ପୁଡ଼ି ସ୍ୱାଦ ତାଙ୍କୁ ବହୁତ ପସନ୍ଦ ଆସିଥିବାବେଳେ ଏହି ସବୁ ଜିନିଷକୁ ନିତିଦିନିଆ ଖାଦ୍ୟରେ ସାମିଲ କରାଯିବା ଉଚିତ ବୋଲି ସେ ଦାବି କରିଛନ୍ତି ।

ଏଥି ସହିତ ସେ ଆହୁରି କହିଛନ୍ତି କି, ଏହା ଖାଇବା ଦ୍ୱାରା ଲୌହ ଅଭାବ ମଧ୍ୟ ଦୂର ହୋଇଥାଏ । ପିଲାଙ୍କୁ ରକ୍ତ ହୀନତାରୁ ରକ୍ଷା କରାଯାଇପାରିବ । ହଜମ ପ୍ରକ୍ରିୟା ମଧ୍ୟ ଏଥି ଯୋଗୁଁ ଭଲ ରହିପାରିବ ବୋଲି ସେ ଦାବି କରିଛନ୍ତି ।

ଶୁକ୍ର କାଲାମୀଙ୍କ ଅହୁରି କହିଛନ୍ତି, ଆପଣ ଭାବୁଥିବେ ମୁଁ ଏହା ମୋର ଜିଦ୍‌ ପାଇଁ କହୁଛି । ହେଲେ ଏହା ମୋର ଜିଦ୍‌ ଜମା ବି ନୁହେଁ । ମୁଁ ମୋର ଖାଦ୍ୟ ଖର୍ଚ୍ଚ କମ୍‌ କରିବାକୁ ଚାହୁଁଥିଲି । ମୁଦ୍ରାସ୍ଫିତି ଏତେ ଅଧିକ ରହିଛି ଯେ, ପ୍ରତି ସପ୍ତାହରେ ଖାଦ୍ୟ ପାଇଁ ୩୦୦ ଡଲାରରୁ ଅଧିକ ଖର୍ଚ୍ଚ ହେଉଥିଲା । ଟଙ୍କା ଅଭାବରୁ ଜଣେ ମାଂସ କିଣିପାରିବନାହିଁ । ତେଣୁ ଏହି ସବୁ ଜିନିଷ ମଧ୍ୟ ଖାଇହେବ । ବାସ୍ତବରେ ଶୁକ୍ର କାଲାମୀ ହେଉଛନ୍ତି ଜଣେ ସାର୍ଟିଫାଏଡ୍ ଡାଏଟିସିଆନ୍ ଏବଂ ପୃଷ୍ଟିକର ବିଶେଷଜ୍ଞ ।

OTV is now on Whatsapp

Join and get latest news update delivered to you via whatsapp

Join Now