/odishatv-khabar/media/post_attachments/uploadimage/library/16_9/16_9_0/IMAGE_1683296610.jpg)
Covid is no longer global health emergency says WHO
ବିଶ୍ୱ ମହାମାରୀ ତାଲିକାରୁ ହଟିଲା କରୋନା। କରୋନା ମହାମାରୀ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କରାଯାଇଛି ବଡ଼ ଘୋଷଣା। ଦୀର୍ଘ ୪ ବର୍ଷ ଧରି ସାରା ବିଶ୍ବରେ ହାହାକାର ମଚାଇଥିବା କରୋନାକୁ ଗ୍ଲୋବାଲ ହେଲଥ ଏମର୍ଜେନସୀରୁ ହଟାଇ ଦିଆଯାଇଛି। ଏନେଇ WHOର ୧୫ତମ ଜରୁରୀ ବୈଠକରେ ନିଷ୍ପତ୍ତି ନିଆଯାଇଛି।
Advertisment
ଗତ ବର୍ଷକ ଭିତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସକୁ ଦେଖି ଏହି ନିଷ୍ପତି ନେଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ। ତେବେ WHO ମୁଖ୍ୟ ଟେଡ୍ରସ ଆଧାନମ୍ ଘେବ୍ରେସସ୍ କହିଛନ୍ତି ଯେ, ବିଶ୍ବ ମହାମାରୀ ତାଲିକାରୁ କରୋନାକୁ ହଟାଇବା ଅର୍ଥ ନୁହେଁ ଯେ, ବିଶ୍ବରୁ କରୋନା ସମାପ୍ତ ହୋଇଯାଇଛି। ବର୍ତ୍ତମାନ ମଧ୍ୟ ବିଶ୍ବବାସୀଙ୍କୁ ସତର୍କ ରହିବାକୁ ପଡିବ।
୩୦ ଜାନୁଆରୀ ୨୦୨୦ରେ କୋଭିଡକୁ ଗ୍ଲୋବାଲ ହେଲଥ ଏମର୍ଜେନସୀ ଘୋଷଣା କରାଯାଇଥିଲା। ସେତେବେଳେ ଚୀନରେ ଶହେରୁ କମ୍ କରୋନା ମାମଲା ଚିହ୍ନଟ ହୋଇଥିଲା ଏବଂ ଏହି ଭୂତାଣୁରେ କାହାର ମୃତ୍ୟୁ ହୋଇନଥିଲା।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)