• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଚିନର ଆବିଷ୍କାରକୁ ନେଇ ସବୁବେଳେ ଚିନ୍ତାରେ ରହିଥାଏ ସାରା ବିଶ୍ୱ । ତେବେ ଚୀନ ନିଜ ପ୍ରତିରକ୍ଷା କ୍ଷେତ୍ରରେ ମେସିନ କୁକୁରକୁ ସାମିଲ କରିବାକୁ ଯାଉଛି । ବର୍ତ୍ତମାନ ଚୀନ ମିଲିଟାରୀରେ ସାମିଲ ହେବାକୁ ଯାଉଛି ଏହି କୁକୁର । ଏହାକୁ ନେଇ ବିଶ୍ୱରେ ହଇଚଇ ସୃଷ୍ଟି ହୋଇଛି । ଦେଖିବାକୁ ଅବିକଳ କୁକୁର ପରି । କେବଳ ଫରକ ଏତିକି, ଏହା ଜୀବନ୍ତ ନୁହେଁ..କେବଳ ଏକ ରୋବୋଟ୍‌ । ଏହି ରୋବୋଟ କୁକୁରକୁ ଚାଇନିଜ ମିଲିଟାରୀରେ ବ୍ୟବହାର କରାଯିବ ବୋଲି ସୂଚନା ମିଳିଛି ।

ତେବେ ଯୁଦ୍ଧକ୍ଷେତ୍ରରେ ଏହାର ବ୍ୟବହାରକୁ ନେଇ ବିତର୍କ ସୃଷ୍ଟି ହୋଇଛି । ରୋବୋଟମାନଙ୍କୁ ଯୁଦ୍ଧରେ ଲଗାଇବାକୁ ନାପସନ୍ଦ କରିଛନ୍ତି କେତେକ ସମାଲୋଚକ । ଅସ୍ତ୍ରଶସ୍ତ୍ରର ବ୍ୟବହାର ସହ ଗୁଳି ଚଳାଇବା ସଠିକ ଦକ୍ଷତା ରୋବୋଟମାନଙ୍କ ପାଖରୁ ଆଶା କରିବା ନିରର୍ଥକ ବୋଲି ସେମାନେ କହିଛନ୍ତି ।

ତଥାପି, ଅନ୍ୟ କେତେଜଣ ବିଶେଷଜ୍ଞ ଯୁଦ୍ଧରେ ବିପ୍ଳବ ଆଣିବା ପାଇଁ ଏହାର ପ୍ରୟୋଗ କରାଯିବା ଉଚିତ ବୋଲି କହିଛନ୍ତି । ପ୍ରଯୁକ୍ତିର ବ୍ୟବହାର ଫଳରେ ଯୁଦ୍ଧକ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନର ସମ୍ଭାବନାକୁ ସେମାନେ ମୁକ୍ତ କଣ୍ଠରେ ସ୍ୱୀକାର କରିଛନ୍ତି । ଗତ ବର୍ଷ ଆମେରିକାର ନୌସେନା ଏହି ରୋବୋଟ କୁକୁରମାନଙ୍କୁ ବ୍ୟବହାର କରିଥିବା ଜଣାପଡ଼ିଛି । ତେବେ ଏହାର ଫଳାଫଳ କ’ଣ ରହିଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଅଗୋଚର ରହିଛି ।

ଅନ୍ୟପଟେ ଚୀନ ବୈଜ୍ଞାନିକ ଜୁ ଚେଙ୍ଗ୍ କହିଛନ୍ତି ଯେ, ଯୁଦ୍ଧ ପାଇଁ ଏହି ରୋବୋଟିକ କୁକୁର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ । ଖାସ କରି ଗୁଳି କରିବାରେ ଏମାନଙ୍କର ଦକ୍ଷତା ରହିଛି ବୋଲି ବୈଜ୍ଞାନିକ ଦଳ ଦାବି କରିଛି । ଅଧ୍ୟୟନ ପାଇଁ ରୋବୋଟିକ କୁକୁରକୁ ୭.୬୨ ମିମିର ମେସିନ୍ ଗନ ସହ ପ୍ରତି ମିନିଟରେ ୭୫୦ ରାଉଣ୍ଡ ଗୁଳି ଚଳାଇବା ପାଇଁ କୁହାଯାଇଥିଲା । ଯାହାକୁ ଖୁବ ଭଲଭାବେ ଏହି ରୋବୋଟମାନେ କରିପାରିଥିଲେ ବୋଲି ବୈଜ୍ଞାନିକ ଦଳ ଦାବି କରିଛି ।

ଅନ୍ୟପଟେ ଏହା ସଠିକ ଭାବେ ଲକ୍ଷ୍ୟଭେଦ କରିଥିଲା । ହୃତପିଣ୍ତ ପରି ଏକକ ଅଙ୍ଗକୁ ମଧ୍ୟ ଏହା ଖୁବ ସହଜରେ ଗୁଳି ମାରି ପାରିଥିଲା । ତେଣୁ, ଚୀନ ଦ୍ୱାରା ସଶସ୍ତ୍ର ରୋବୋଟିକ୍ କୁକୁରମାନଙ୍କର ବିକାଶ ଉଭୟ ବୈଷୟିକ ପ୍ରଗତି ଏବଂ ଭବିଷ୍ୟତରେ ସାମରିକ ରଣନୀତିରେ ପ୍ରଭାବ ଯେ ପକାଇବ ତାହା କିଏ କହିବ ।