/odishatv-khabar/media/post_attachments/uploadimage/library/16_9/16_9_0/IMAGE_1663411168.jpg)
china banned from viewing queens coffin
ଆଉ ଦିନକ ପରେ ଅର୍ଥାତ୍ ୧୯ ତାରିଖ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ। । ପାର୍ଲାମେଣ୍ଟ କମ୍ପ୍ଲେକ୍ସର ୱେଷ୍ଟମିନିଷ୍ଟର ହଲରେ ଥିବା ରାଣୀ ଏଲିଜାବେଥଙ୍କ ଶେଷ ଦର୍ଶନ ପାଇଁ ଭିଡି ଜମିଛି। ବହୁ ବଡ ବଡ ନେତୃତ୍ୱ ମହାରାଣୀଙ୍କ ଶେଷଦର୍ଶନ ପାଇଁ ଆମନ୍ତ୍ରିତ ହୋଇ ଆସୁଛନ୍ତି। ହେଲେ ଏହି ଦର୍ଶନ ପାଇଁ ଚାଇନାକୁ ଆମନ୍ତ୍ରଣ କରାଯାଇ ନାହିଁ । ଆମନ୍ତ୍ରଣ କରାଯାଇ ନାହିଁ କହିଲେ ଭୁଲ ହେବ। ୟୁନାଇଟେଡ କିଙ୍ଗଡମ ପକ୍ଷରୁ ଅନୁମତି ଦିଆଯାଇ ନାହିଁ। ପାର୍ଲାମେଣ୍ଟ କମ୍ପ୍ଲେକ୍ସର ୱେଷ୍ଟମିନିଷ୍ଟର ହଲରେ ଥିବା ରାଣୀ ଏଲିଜାବେଥଙ୍କ ଶେଷ ଦର୍ଶନ କରିବା ପାଇଁ ଚୀନ ଉଚ୍ଚସ୍ତରୀୟ ଅଧିକାରୀ ଆସିବା ପ୍ରସ୍ତାବକୁ ୟୁକେ ପ୍ରତ୍ୟାଖ୍ୟାନ କରି ଦେଇଥିବା ୟୁକେ ମିଡିଆ ପକ୍ଷରୁ ଶୁକ୍ରବାର ସ୍ପଷ୍ଟ କରାଯାଇଛି।
ବ୍ରିଟେନ ହାଉସ ଅଫ କମନର ସ୍ପିକର ସାର୍ ଲିଣ୍ଡସେ ହୋଲେଙ୍କ କହିବା ଅନୁଯାୟୀ, ଉଇଘର ମୁସଲିମ ମାଇନରିଟି ଦୁର୍ବ୍ୟବହାର କରିଥିବା ନେଇ ବ୍ରିଟିଶ ପାର୍ଲାମଣ୍ଟେ ମେମ୍ବରଙ୍କ ସମେତ ୬ ଜଣଙ୍କ ବିରୋଧରେ ଅଭିଯୋଗ ଆଣିଥିଲା ଏହି କାରଣରୁ ଚୀନକୁ ରାଣୀଙ୍କ ଅନ୍ତିମ ଦର୍ଶନ କରିବାର ସୁଯୋଗ ଦିଆଯାଇ ନାହିଁ। ମିଡିଆ ରିପୋର୍ଟ ଅନୁଯାୟୀ, ଚୀନ ଶେଷ କୃତ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବାର ଅନୁମତି ଥିଲା କିନ୍ତୁ ପାର୍ଲାମେଣ୍ଟ ଭବନରେ ଅନ୍ତିମ ଦର୍ଶନ ପାଇଁ ଅନୁମତି ନାହିଁ।
ୱେଷ୍ଟମିନିଷ୍ଟର ହଲ ପାର୍ଲାମେଣ୍ଟାରୀ ଇଷ୍ଟେଟର ଏକ ଅଂଶ । ଏହା ହାଉସ ଅଫ କମନ୍ସ ଏବଂ ଲର୍ଡସ ସ୍ପିକରଙ୍କ ଅଧୀନରେ ରହିଛି। ତେବେ ୟୁକେ-ଚାଇନା ସମ୍ପର୍କରେ ତିକ୍ତତା ଦେଖା ଦେଇଥିବାବେଳେ ଏହି ଘଟଣା ଏହାକୁ ଅଧିକ ଉଗ୍ର ରୂପ ଦେଇପାରେ। ଏଠି କହିରଖିବୁ, ୟୁକେର ବୈଦେଶିକ, କମନୱେଲ୍ଥ ଆଣ୍ଡ ଭେଭଲପମେଣ୍ଟ ଅଫିସ ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ରାଷ୍ଠ୍ରମୁଖ୍ୟ ଭାବେ ଆମନ୍ତ୍ରଣ କରିଥିଲେ। ହେଲେ ପରେ ଅନୁମାନ କରାଗଲା, ରାଷ୍ଟ୍ରପତିଙ୍କ ସ୍ଥାନରେ ଚୀନ ଉପରାଷ୍ଟ୍ରପତି ୱାଙ୍ଗ କିଶାନ ତାଙ୍କ ଅଧିକାରୀଙ୍କ ସହ ଆସବେ। ସେଥିପାଇଁ ମିଳିଥିବା ଶେଷ ଖବର ଅନୁଯାୟୀ, ଚୀନ ରାଷ୍ଟ୍ରପତିଙ୍କୁ ଶେଷକୃତ୍ୟ ପାଇଁ ଦିଆଯାଇଥିବା ଆମନ୍ତ୍ରଣକୁ ନେଇ ବ୍ରିଟିଶ ଏମପିମାନେ ବିରୋଧ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)