Advertisment

ଚୀନ୍‌ର ପରମାଣୁ ସମ୍ପନ୍ନ ବୁଡ଼ା ଜାହାଜ ଦୁର୍ଘଟଣାଗ୍ରସ୍ତ, PLA ର ୫୫ ନାବିକ ମୃତ

ପରମାଣୁ ବୁଡାଜାହାଜଟି ସମୁଦ୍ର ପତ୍ତନଠାରୁ ୩୫୧ ଫୁଟ ତଳେ ଥିବା ସୂଚନା ମିଳିଛି । ଅକ୍ସିଜେନ ସିଷ୍ଟିମ ଫେଲ୍ ହୋଇଥିବାରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି।

author-image
Satyendu Shekher Mishra
China Submarine Sinked

China Submarine Sinked

ଚୀନରେ ଭୟଙ୍କର ଦୁର୍ଘଟଣା । ମଝି ସମୁଦ୍ରରେ ଘଟିଲା ମହା ଅଘଟଣ । ଏକ ପରମାଣୁ ବୁଡ଼ାଜାହାଜ ଦୁର୍ଘଟଣାରେ ୫୫ ଜଣ ଚୀନ ନାବିକଙ୍କ ପ୍ରାଣହାନୀ ହୋଇଥିବା ସୂଚନା ମିଳିଛି। ୟେଲୋ ସି’ରେ, ଦୁର୍ଘଟଣାଗ୍ରସ୍ତ ବୁଡ଼ାଜାହାଜରେ ଥିଲେ ପିଏଲଏର ୫୫ ଜଣ ନାବିକ । ସମସ୍ତଙ୍କ ପ୍ରାଣହାନୀ ହୋଇଥିବା ସୂଚନା ମିଳିଛି । ପରମାଣୁ ବୁଡାଜାହାଜଟି ସମୁଦ୍ର ପତ୍ତନଠାରୁ ୩୫୧ ଫୁଟ ତଳେ ଥିବା ସୂଚନା ମିଳିଛି । ଅକ୍ସିଜେନ ସିଷ୍ଟିମ ଫେଲ୍ ହୋଇଥିବାରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି।

Advertisment

ମୃତକଙ୍କ ମଧ୍ୟରେ କ୍ୟାପଟେନଙ୍କ ସହ ଅଛନ୍ତି ୨୧ ଅଧିକାରୀ। ତେବେ ଏଭଳି ସମ୍ବେଦନଶୀଳ ଘଟଣା ସଂପର୍କରେ ଚୀନ କିନ୍ତୁ କୌଣସି ପ୍ରତିକ୍ରିୟା ରଖିନି। ୟୁକେର ଡିଫେନ୍ସ ଇଣ୍ଟେଲିଜେନ୍ସି ତରଫରୁ ରିପୋର୍ଟ ପ୍ରକାଶ ପାଇଛି। 

China
Advertisment
Advertisment