Advertisment

ଭାରତର ଅଗ୍ନି -୫ କ୍ଷେପଣାସ୍ତ୍ର ପରୀକ୍ଷଣକୁ ନେଇ ବଢିଲା ଚୀନ୍‌ର ଚିନ୍ତା ; ଶାନ୍ତିର କଥା କହିଲା ଡ୍ରାଗନ

ଚିନ୍ତାରେ ପଡିଛି ଚୀନ୍‌ । ଭାରତର ଅଗ୍ନି-୫ ମିଶାଇଲର ପରୀକ୍ଷଣ ବିଷୟରେ ଜାଣି ଅସ୍ତବ୍ୟସ୍ତ ହୋଇପଡିଲାଣି ଡ୍ରାଗନ୍‌ । ଏବେ ଦେଇଛି ଶାନ୍ତି ପ୍ରସ୍ତାବ। ଅଗ୍ନି-୫ର ପରୀକ୍ଷା ପାଇଁ ଭାରତ ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛି । ଏହି ବିଷୟରେ ଅବଗତ ହେବା ପରେ ଚୀନ୍‌ କହିଛି, ଦକ୍ଷିଣ ଏସିଆର ସବୁ ଦେଶମାନଙ୍କୁ ଶାନ୍ତି, ସୁରକ୍ଷା ଏବଂ ସ୍ଥିରତା ବଜାୟ ରଖି କାମ କରିବା ଆବଶ୍ୟକ ।

author-image
Minati Mishra
ଅଦ୍ୟତନ ହୋଇଛି
ଭାରତର ଅଗ୍ନି -୫ କ୍ଷେପଣାସ୍ତ୍ର ପରୀକ୍ଷଣକୁ ନେଇ ଏବେ ଚିନ୍ତାରେ ଚୀନ୍‌

ଭାରତର ଅଗ୍ନି -୫ କ୍ଷେପଣାସ୍ତ୍ର ପରୀକ୍ଷଣକୁ ନେଇ ଏବେ ଚିନ୍ତାରେ ଚୀନ୍‌

ନୂଆଦିଲ୍ଲୀ : ଚିନ୍ତାରେ ପଡିଛି ଚୀନ୍‌ । ଭାରତର ଅଗ୍ନି-୫ ମିଶାଇଲର ପରୀକ୍ଷଣ ବିଷୟରେ ଜାଣି ଅସ୍ତବ୍ୟସ୍ତ ହୋଇପଡିଲାଣି ଡ୍ରାଗନ୍‌ । ଭୟରେ ହେଉ ପଛେ ଏବେ ବୃଦ୍ଧିମାନ୍‌ର କାମ କରିଛି ଚୀନ । ଏବେ ଡ୍ରାଗନ ପାଟିରୁ ବାହାରୁଛି ଶାନ୍ତିର କଥା । ୫ ହଜାର କିଲୋମିଟର ଦୂରତା ପର୍ଯ୍ୟନ୍ତ ଲକ୍ଷ୍ୟ ରଖିପାରୁଥିବା ଆଣବିକ ଅସ୍ତ୍ର ନେବାରେ ସକ୍ଷମ ଥିବା ଅନ୍ତର ମହାଦ୍ୱୀପିୟ ବେଲେଷ୍ଟିକ୍ କ୍ଷେପଣାସ୍ତ୍ର (ଆଇସିବିଏମ୍) ଅଗ୍ନି-୫ର ପରୀକ୍ଷା ପାଇଁ ଭାରତ ଯୋଜନା ପ୍ରସ୍ତୁତ କରୁଛି । ଏହି ଖବର ମିଡିଆରେ ପ୍ରକାଶ ପାଇବା ପରେ  ଚୀନ୍‌ କହିଛି, ଦକ୍ଷିଣ ଏସିଆର ସବୁ ଦେଶମାନଙ୍କୁ ଶାନ୍ତି, ସୁରକ୍ଷା ଏବଂ ସ୍ଥିରତା ବଜାୟ ରଖି କାମ କରିବା ଆବଶ୍ୟକ ।

Advertisment

୫ ହଜାର କିଲୋମିଟର ଦୂରତାକୁ ଲକ୍ଷ୍ୟ ରଖିପାରୁଥିବା ଏହି କ୍ଷେପଣାସ୍ତ୍ର ଚୀନ୍‌ର ଅନେକ ସହରରେ ପହଞ୍ଚି ପାରିବ । ଫଳରେ ଭାରତ ଚୀନ୍‌କୁ ଅତି ସହଜରେ ଯୁଦ୍ଧଯେତ୍ରରେ ପରାସ୍ତ କରିପାରିବ । ଏହି କ୍ଷେପଣାସ୍ତ୍ର ଦ୍ୱାରା ଭାରତ ଯଥେଷ୍ଟ ପରିମାଣରେ ତାର ସାମରିକ ଶକ୍ତିକୁ ବଢାଇପାରିବ ବୋଲି ଆଶା ରଖିଛି ।  ଏହି କ୍ଷେପଣାସ୍ତ୍ର ଲଗାତାର ପାଞ୍ଚ ଥର ସଫଳତାର ସହ ପରୀକ୍ଷଣ କରାଯାଇଛି । ତେଣୁ ଶୁବ୍‌ ଶୀଘ୍ର ଏହାକୁ ସେନାରେ ସାମିଲ଼ କରାଯିବ ପାଇଁ ଯୋଜନା ରହିଛି ।

Advertisment

ଅଗ୍ନି-୫ ମିଶାଇଲର ପରୀକ୍ଷା ପାଇଁ ଭାରତର ଯୋଜନା ସହ ଜଡିତ ଖବର ବିଷୟରେ ପଚରାଯିବାରୁ ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଜାଓ ଲିଜାନ୍ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ‘ଦକ୍ଷିଣ ଏସିଆରେ ଶାନ୍ତି, ସମସ୍ତେ ନିରାପତ୍ତା ଏବଂ ସ୍ଥିରତା ବଜାୟ ରଖି କାମ କରିବା ଆବଶ୍ୟକ । ଆଶା କରୁଛୁ ସମସ୍ତେ ଏହି ଦିଗରେ ଯିବାପାଇଁ ଚେଷ୍ଟା କରିବେ’ ।

ସୂଚନାଯୋଗ୍ୟ, କେବଳ କିଛି ଦେଶରେ ହିଁ ଅନ୍ତର ମହାଦ୍ୱୀପିୟ ବେଲେଷ୍ଟିକ୍ କ୍ଷେପଣାସ୍ତ୍ର ରହିଛି । ଯେମିତିକି ଆମେରିକା, ଚୀନ୍‌, ଋଷ, ଫ୍ରାନ୍ସ ଓ ଉତ୍ତର କୋରିଆ ଆଦି । ତେବେ ଜାତିସଂଘ ସୁରକ୍ଷା ପରିଷଦ ରିଜୋଲ୍ୟୁସନ୍ ୧୧୭୨ରେ ଭାରତର ଏହି କ୍ଷେପଣାସ୍ତ୍ର ବିକଶିତ କରିପାରିବ କି ନାହିଁ ତାହା ସ୍ପଷ୍ଟ କରାଯାଇଛି ବୋଲି ଲିଜାନ୍ କହିଛନ୍ତି । ପୂର୍ବରୁ ଭାରତ ଦ୍ୱାରା କରାଯାଇଥିବା ଅଗ୍ନି -୫ ପରୀକ୍ଷଣ ଉପରେ ମଧ୍ୟ ଚୀନ୍ ପ୍ରତିକ୍ରିୟା ପ୍ରକାଶ କରିଥିଲା ।

Missile China
Advertisment
Advertisment