• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବର୍ତ୍ତମାନ ସମୟରେ ସ୍ମାର୍ଟ ଫୋନ୍‌ର ବ୍ୟବହାର ବହୁଳ ମାତ୍ରାରେ ବଢ଼ିଚାଲିଛି । ଛୋଟଛୋଟ ପିଲା ଇଣ୍ଟରନେଟ୍‌ ବ୍ୟବହାର କରୁଛନ୍ତି । ରିଲ୍ସ ହେଉ କି ଅନ୍ୟ କିଛି ଭିଡିଓ ଦେଖିବାରେ ବ୍ୟସ୍ତ ରହୁଛନ୍ତି ଛୋଟ ଛୋଟ ପିଲା । ଯାହାକୁ ନଜରରେ ରଖି ଚାଇନା ପକ୍ଷରୁ ଏକ ନିୟମ ଲାଗୁ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି ।

CAC ବୁଧବାର ଏନେଇ ଏକ ନିୟମ ଲାଗୁ କରିଛନ୍ତି । ଆଡମିନିଷ୍ଟ୍ରେସନର ସାଇଟ୍‌ରେ ନିର୍ଦ୍ଦେଶାବଳୀ ପ୍ରକାଶ ପାଇଛି । ଯେଉଁଥିରେ ମୋବାଇଲ୍‌ ଫୋନ୍‌ର ବ୍ୟବହାର ପିଲାମାନଙ୍କ ପାଇଁ ବାରଣ ରହିଛି । କୁହାଯାଇଛି କି, ଛୋଟ ପିଲା ବା ନାବାଳକ ନାବାଳିକାଙ୍କୁ ଅଧିକ ସମୟ ମୋବାଇଲ୍‌ରେ ବିତେଇବାକୁ ଦିଆଯିବ ନାହିଁ । ୧୬ରୁ ୧୮ ବର୍ଷର ପିଲାମାନେ କେବଳ ଦିନକୁ ୨ ଘଣ୍ଟା ମୋବାଇଲ୍‌ ବ୍ୟବହାର କରିପାରିବେ ।

ସେହିପରି ୮ରୁ ୧୫ ବର୍ଷ ବୟସର ପିଲାମାନଙ୍କୁ ଦିନକୁ ମାତ୍ର ଏକ ଘଣ୍ଟା ମୋବାଇଲ୍‌ ବ୍ୟବହାର କରିବାକୁ ଅନୁମତି ମିଳିବ । ତାହା ସହିତ ୮ବର୍ଷରୁ କମ୍ ପିଲାମାନଙ୍କୁ କେବଳ ୮୦ ମିନିଟ୍ ମୋବାଇଲ୍‌ରେ ସମୟ ଅତିବାହିତ କରିପାରିବେ ବୋଲି କୁହାଯାଇଛି । ପିଲାମାନଙ୍କ ଶାରୀରିକ ଓ ମାନସିକ ବିକାଶ ପାଇଁ ଏପରି ପଦକ୍ଷେପ ନିଆଯାଇଛି । ତେବେ ପିଲାମାନଙ୍କୁ ଏହି ସମୟ କେବଳ ମୋବାଇଲ୍‌ ନା ଇଣ୍ଟରନେଟ୍‌ ବ୍ୟବହାର ପାଇଁ ଅନୁମତି ଦିଆଯିବ ତାହା ଚାଇନାର ସାଇବର ସ୍ପେସ୍ ଆଡମିନିଷ୍ଟ୍ରେସନ ନିର୍ଦ୍ଦିଷ୍ଟ କରିନାହିଁ ।

ଇଣ୍ଟରନେଟ୍‌ ବ୍ୟବହାର କରିବାର ନିଶାରେ ପିଲାମାନେ ରହୁଛନ୍ତି । ଏହାକୁ ରୋକ୍‌ ଲାଗାଇବାକୁ ବେଜିଂରେ ଏହି ପ୍ରୟାସ କରାଯାଉଛି । ୨୦୧୯ରେ, ବେଜିଂ ପିଲାମାନଙ୍କର ଦୈନିକ ଅନଲାଇନ୍ ଖେଳ ସମୟ ଦିନକୁ ୯୦ ମିନିଟ୍ ପର୍ଯ୍ୟନ୍ତ ସୀମିତ ରଖାଯାଇଥିଲା ।

ଚାଇନାର ସାଇବର ସ୍ପେସ୍ ଆଡମିନିଷ୍ଟ୍ରେସନ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀରେ ଆହୁରି କିଛି କୁହାଯାଇଛିଯେ, ଦିଆଯାଇଥିବା ସୂଚନା ଅନୁସାରେ ପୂର୍ବରୁ ଲାଗୁ ହୋଇଥିବା ଏହି ନିୟମ ପିଲାମାନଙ୍କ ଇଣ୍ଟରନେଟ୍‌ ବ୍ୟବହାର ଉପରେ ପ୍ରଭାବ ପକାଇଛି । ଫଳରେ ପିଲାମାନଙ୍କ ଠାରେ ସକରାତ୍ମକ ପ୍ରଭାବ ଦେଖିବାକୁ ମିଳିଛି । ଏଥିପାଇଁ CAC ଜନସାଧାରଣଙ୍କ ମତାମତ ମଧ୍ୟ ଲୋଡ଼ିଛି । ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ ଡ୍ରାଫ୍ଟ ନିର୍ଦ୍ଦେଶାବଳୀ ଖୋଲା ରହିଛି । ଜନସାଧାରଣଙ୍କ ମତ ଅନୁସାରେ ଏହି ପଦକ୍ଷେପ ନିଆଯିବ ।