Advertisment

ଚୀନରେ ରହସ୍ୟମୟ ନିମୋନିଆ, ହସ୍ପିଟାଲରେ ବଢ଼ୁଛି ରୋଗୀଙ୍କ ସଂଖ୍ୟା

କୋରନା ପରେ ଏବେ ଚୀନରେ ରହସ୍ୟମୟ ନିମୋନିଆ ବ୍ୟାପୁଛି। ଏଥିରେ ହଜାର ହଜାର ପିଲା ଆକ୍ରାନ୍ତ ହେଉଛନ୍ତି। ଅସୁସ୍ଥ ଶିଶୁଙ୍କ ନେଇ ହସ୍ପିଟାଲ ମଧ୍ୟ ଭର୍ତ୍ତି ହୋଇଯାଇଛି।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
China Pneumonia Outbreak

pneumonia

କୋଭିଡ୍-୧୯ ମହାମାରୀ ପରେ ପୁଣି ଆଉ ଏକ ସ୍ୱାସ୍ଥ୍ୟଗତ ସଙ୍କଟର ସମ୍ମୁଖୀନ ହେଉଛି ଚୀନ୍। ଚୀନରେ ବ୍ୟାପୁଥିବା ରହସ୍ୟମୟ ନିମୋନିଆ ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଲାଣି। କାରଣ ଏହିଠାରୁ ହିଁ ବ୍ୟାପିଥିଲା ମହାମାରୀ କରୋନା । ବର୍ତ୍ତମାନ ରହସ୍ୟମୟ ନିମୋନିଆ ରୋଗ ବ୍ୟାପୁଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚୀନକୁ ଏନେଇ ଅଧିକ ତଥ୍ୟ ମାଗିଥିଲା। ତେବେ WHO ତଥ୍ୟ ମାଗିବା ପରେ ପ୍ରତିକ୍ରିୟା ରଖିଛି ଚୀନ୍‌।

Advertisment

ଚୀନ୍ କହିଛି ଯେ, ବର୍ତ୍ତମାନ ସୁଦ୍ଧା ଦେଶରେ କୌଣସି ପ୍ରକାର ନୂଆ ରୋଗ ଚିହ୍ନଟ କରାଯାଇ ନାହିଁ। ଶିଶୁମାନଙ୍କ କ୍ଷେତ୍ରରେ ବ୍ୟାପୁଥିବା ରୋଗ ଏକ ସାଧାରଣ ବ୍ୟାକ୍ଟେରିଆ ମାଇକୋପ୍ଲାଜମା ନିମୋନିଆ ପ୍ରକାର ସଂକ୍ରମଣ, ଯାହା ସାଧାରଣତଃ ଛୋଟ ପିଲାମାନଙ୍କୁ ପ୍ରଭାବିତ କରିଥାଏ। ଏହି ବ୍ୟାକ୍ଟେରିଆ ଯୋଗୁଁ ସଂକ୍ରମଣ ସାମାନ୍ୟ ହେଲେ ମଧ୍ୟ ଏହା ଆଗାମୀ ଦିନରେ ଗମ୍ଭୀର ସ୍ଥିତି ସୃଷ୍ଟି କରିପାରେ। ଯେଉଁଥିପାଇଁ ହସ୍ପିଟାଲରେ ବେଡ୍‌ ଭର୍ତ୍ତି ହୋଇପାରେ।

ସୂଚନା ଅନୁସାରେ କୋରନା ପରେ ଏବେ ଚୀନରେ ରହସ୍ୟମୟ ନିମୋନିଆ ବ୍ୟାପୁଛି। ଏଥିରେ ହଜାର ହଜାର ପିଲା ଆକ୍ରାନ୍ତ ହେଉଛନ୍ତି। ଅସୁସ୍ଥ ଶିଶୁଙ୍କ ନେଇ ହସ୍ପିଟାଲ ମଧ୍ୟ ଭର୍ତ୍ତି ହୋଇଯାଇଛି। ପ୍ରଭାବିତ ପିଲାଙ୍କୁ ପ୍ରବଳ ଜ୍ୱର ହେବା ସହ ସେମାନଙ୍କ ଫୁସ୍‌ଫୁସ୍‌ରେ ପ୍ରଦାହ ହେଉଛି। ତେବେ ଏହି ରୋଗରର କେନ୍ଦ୍ରସ୍ଥଳ ହେଉଛି ଚୀନ୍‌ର ରାଜଧାନୀ ବେଜିଂ ଓ ଲାଓନିଂ ପ୍ରଦେଶ।

Advertisment
China Pneumonia
Advertisment
Advertisment