/odishatv-khabar/media/post_attachments/uploadimage/library/16_9/16_9_0/IMAGE_1669784814.jpg)
China likely to have 1,500 nuclear warheads by 2035
ପରମାଣୁ ଅସ୍ତ୍ର ସଂଖ୍ୟା ପ୍ରାୟ ୪ ଗୁଣକୁ ବୃଦ୍ଧି କରିବ ଚୀନ। ୨୦୩୫ ସୁଦ୍ଧା ଏହି ପରିମାଣୁ ଅସ୍ତ୍ର ସଂଖ୍ୟା ୧୫ଶହକୁ ବୃଦ୍ଧି କରିବ ଚୀନ। ବର୍ତ୍ତମାନ ଚୀନ ପାଖରେ ୪ଶହ ପରମାଣୁ ଅସ୍ତ୍ର ରହିଥିବା ସୂଚନା ରହିଛି। ଆମେରିକା ପ୍ରତିରକ୍ଷା ବିଭାଗ ପେଣ୍ଟାଗନ ପକ୍ଷରୁ ଏହି ସୂଚନା ଦିଆଯାଇଛି। କରୋନା ସ୍ଥିତି ପରେ ଚୀନ ସହ ଆମେରିକାର ସମ୍ପର୍କରେ ଦୂରତା ବଢିବାରେ ଲାଗିଛି।
ଗତ ବର୍ଷକ ମଧ୍ୟରେ ଚୀନ ତାର ସାମରିକ ଶକ୍ତି ତୀବ୍ର ଗତିରେ ବୃଦ୍ଧି କରୁଥିବା ରିପୋର୍ଟ ଦେଇଛି ପେଣ୍ଟାଗନ। ଚୀନର ଏଭଳି ଗତିବିଧି ପରେ ଆମେରିକା ପାଇଁ ବିପଦ ବଢ଼ିଛି। ଯଦି ଏହି ଗତିରେ ଚୀନ ତାର ସାମରିକ ଶକ୍ତି ବୃଦ୍ଧି ଜାରି ରଖେ। ତେବେ ଚଳିତ ଶତାବ୍ଦୀ ମଧ୍ୟ ସୁଦ୍ଧା ଆମେରିକାର ସାମରିକ ଶକ୍ତିକୁ ଟପିଯିବ ଚୀନ।
ଅଧିକ ପଢ଼ନ୍ତୁ: ଧମକ ଦେଲେ ପୁଟିନ୍ : ‘ଦରକାର ହେଲେ ପ୍ରୟୋଗ କରାଯିବ ପରମାଣୁ ଅସ୍ତ୍ର’
ଆସନ୍ତା ୬ ବର୍ଷ ମଧ୍ୟରେ ଚୀନ ତାର ପରମାଣୁ ଅସ୍ତ୍ର ସଂଖ୍ୟା ୭ଶହକୁ ବୃଦ୍ଧି କରିବ ବୋଲି ଗତବର୍ଷ ପେଣ୍ଟାଗନ କହିଥିଲା। ୨୦୩୦ ସୁଦ୍ଧା ଏହି ସଂଖ୍ୟା ୧ ହଜାରକୁ ବୃଦ୍ଧି କରିବ ବୋଲି କହିଥିଲା। ତେବେ ଏହି ଢେର ସମୟ ଆଗରୁ ଚୀନ ତାର ଆଣବିକ ଶକ୍ତି ବୃଦ୍ଧି କରିବାକୁ ଯାଉଛି। ଚୀନ ତୁଳନାରେ ଆମେରିକା ପାଖରେ ୩ ହଜାର ୭୫୦ ପରମାଣୁ ଅସ୍ତ୍ର ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)