Advertisment

ଚୀନକୁ ଦାୟିତ୍ୱହୀନତା ଆଖ୍ୟା ଦେଲା ଆମେରିକା

ଆମେରିକା କଂଗ୍ରେସ ବାଚସ୍ପତି ନାନସି ପେଲୋସିଙ୍କ ଗସ୍ତ ପରେ ଚୀନ୍ ତାଇଓ୍ୱାନ୍ ଚାରିପଟେ ୬ଟି ସ୍ଥାନରେ ଚଳାଇଥିବା ବିଶାଳ ସମରାଭ୍ୟାସ ଶେଷ ହୋଇଛି।

author-image
Chandan Shishu
ଅଦ୍ୟତନ ହୋଇଛି
China Taiwan Controversy

China Taiwan Controversy

ତାଇଓ୍ୱାନ୍ ତିକ୍ତତାର ସତ୍ରଞ୍ଜରେ ଚୀନ୍‌ର ଆଉ ଏକ ଚାଲ୍। ତାଇଓ୍ୱାନ୍ ଷ୍ଟ୍ରେଟ୍‌ରେ ପ୍ରଭୁତ୍ୱ ବିସ୍ତାର ପାଇଁ ନୂଆ ଫନ୍ଦି। ୫ ଦିନିଆ ସମରାଭ୍ୟାସ ସରୁ ସରୁ ପୁଣି ବେଜିଂର ଘୋଷଣା। ଏଣିକି ତାଇଓ୍ୱାନ୍ ପଶ୍ଚିମପଟେ ନିୟମିତ ଯୁଦ୍ଧାଭ୍ୟାସ କରିବ ଚୀନ୍। ଚୀନ୍ ଓ ତାଇଓ୍ୱାନ୍ ଆଉ ତା ମଝିରେ ତାଇଓ୍ୱାନ୍ ଷ୍ଟ୍ରେଟ। ଏହି ସଂକୀର୍ଣ୍ଣ ଜଳଭାଗକୁ ମଝିରୁ ୨ ଭାଗ କରୁଛି। ଏକ କାଳ୍ପନିକ ରେଖା- ମିଡିଆନ୍ ଲାଇନ୍। ଯାହାକୁ ଚୀନ୍ ଓ ତାଇଓ୍ୱାନ୍ ଭିତରେ ଅଘୋଷିତ LoC ବା ଲାଇନ୍ ଅଫ୍ କଣ୍ଟ୍ରୋଲ୍ କୁହାଯାଇପାରେ। ପୂର୍ବରୁ ସାଧାରଣତଃ ଉଭୟ ପକ୍ଷର ଯୁଦ୍ଧପୋତ ଓ ଲଢ଼ୁଆ ବିମାନ ଏହି ରେଖାକୁ ଡେଉଁନଥିଲେ।

Advertisment

ହେଲେ ଏବେ ଚୀନ୍-ତାଇଓ୍ୱାନ୍ ତିକ୍ତତା ଚରମରେ ଥିବା ବେଳେ, ଆଜି ବେଜିଂ ଘୋଷଣା କରିଛି ଯେ, ଚୀନ୍ ସେନା ଏହି ମିଡିଆନ୍ ଲାଇନ୍‌ର ପୂର୍ବ ପଟେ ନିୟମିତ ସମରାଭ୍ୟାସ କରିବ। ଅର୍ଥାତ୍ ତାଇଓ୍ୱାନ୍ ଷ୍ଟ୍ରେଟ୍ ଉପରେ ନିଜ ଦାଦାଗିରି ଦେଖାଇ ଚୀନ୍,  ତାଇଓ୍ୱାନ୍‌କୁ ଡରାଇବାକୁ ଚାହୁଁଛି। ବିଶେଷଜ୍ଞଙ୍କ ମତରେ, ନଜର ତାଇଓ୍ୱାନ୍ ଓ ତାଇଓ୍ୱାନ୍ ଷ୍ଟ୍ରେଟ୍ ଉପରେ। ହେଲେ ପ୍ରକୃତ ନିଶାନାରେ ଆମେରିକା। ସମ୍ପୃକ୍ତ ଅଞ୍ଚଳରେ ଏବଂ ସର୍ବୋପରି ତାଇଓ୍ୱାନ୍ ଉପରେ କାହାର ଦବଦବା, ତାହା ଆମେରିକାକୁ ଦେଖାଇବାକୁ ଚାହୁଁଛି ଚୀନ୍। ତେଣେ ଏହି ମିଡିଆନ୍ ଲାଇନ୍‌ର ୨ ପଟେ ଉଭୟ ଦେଶର ପ୍ରାୟ ୧୦ଟି ଯୁଦ୍ଧପୋତ ସାମ୍ନାସାମ୍ନି ହୋଇ ଅଟକି ରହିଥିବା ସୂଚନା ମିଳିଛି। 

ଆମେରିକା କଂଗ୍ରେସ ବାଚସ୍ପତି ନାନସି ପେଲୋସିଙ୍କ ଗସ୍ତ ପରେ ଚୀନ୍ ତାଇଓ୍ୱାନ୍ ଚାରିପଟେ ୬ଟି ସ୍ଥାନରେ ଚଳାଇଥିବା ବିଶାଳ ସମରାଭ୍ୟାସ ଶେଷ ହୋଇଛି।  ତେବେ ଏହି ସମୟରେ ତାଇଓ୍ୱାନ୍ ଉପର ଦେଇ ଲଢ଼ୁଆ ବିମାନ, ଡ୍ରୋନ୍ ଓ କ୍ଷେପଣାସ୍ତ୍ର ଅତିକ୍ରମ କରିବାକୁ ସହଜରେ ଗ୍ରହଣ କରିବା ମୁଡ୍‌ରେ ନାହିଁ ତାଇପେ।  ଚୀନ୍ ପିଏଲ୍ଏର ଏହି ସମରାଭ୍ୟାସକୁ ଦ୍ୱୀପ ଉପରେ ଆକ୍ରମଣର ରିହର୍ସାଲ୍ ବୋଲି ତାଇଓ୍ୱାନ୍ ପ୍ରତିରକ୍ଷା ମନ୍ତ୍ରାଳୟ ଅଭିଯୋଗ କରିଛି। ଏଭଳି ସ୍ଥିତିରେ ଆଞ୍ଚଳିକ ସୁରକ୍ଷା ବଜାୟ ରଖିବା ପାଇଁ ତାଇଓ୍ୱାନକୁ ସହଯୋଗ କରିବା ଲାଗି ବିଶ୍ୱ ସମୁଦାୟକୁ ଅପିଲ୍ କରିଛନ୍ତି ରାଷ୍ଟ୍ରପତି ସାଇ ଇଙ୍ଗ୍ ୱେନ୍। ତେଣେ ଆମେରିକା ମଧ୍ୟ ଚୀନ୍‌ର ଏଭଳି ଉତ୍ତେଜନା ଉଦ୍ରେକକାରୀ କାର୍ଯ୍ୟକୁ ନିନ୍ଦା କରିବା ସହିତ ଏହାକୁ ଦାୟିତ୍ୱହୀନତା ବୋଲି କହିଛି। ଅନ୍ୟପକ୍ଷରେ ତାଇଓ୍ୱାନ୍‌କୁ ନେଇ ବଡ଼ ସଂକଟ ସୃଷ୍ଟିରୁ ବିରତ ରହିବାକୁ, ଆମେରିକାକୁ ଚେତାବନୀ ଦେଇଛନ୍ତି ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍।

Advertisment

ଏସବୁ ଭିତରେ ଆଉ ଏକ ଖବର ମଧ୍ୟ ଚାଞ୍ଚଲ୍ୟ ସୃଷ୍ଟି କରିଛି। ନାନ୍ସିଙ୍କ ଗସ୍ତ ପୂର୍ବରୁ ତାଇଓ୍ୱାନ୍ ପ୍ରେସିଡେନ୍ସିଆଲ୍ ପ୍ୟାଲେସ୍‌ର ଅଫିସିଆଲ୍ ୱେବସାଇଟ ଏବଂ କିଛି ରେଳ ଷ୍ଟେସନ୍‌ର ଇଲେକ୍ଟ୍ରୋନିକ୍ ବୁଲେଟିନ୍ ବୋର୍ଡ ହ୍ୟାକ୍ କରାଯାଇଥିଲା। ଏହା ଚୀନ ହ୍ୟାକରଙ୍କ କାମ ବୋଲି ଆଶଙ୍କା କରୁଛି ତାଇପେ।

China Taiwan
Advertisment
Advertisment