Advertisment

New Bat Coronavirus: ମାଡ଼ି ଆସୁଛି ଆଉ ଏକ ମହାମାରୀ! ବାଦୁଡି ଦେହରୁ ପୁଣି ବ୍ୟାପିଲାଣି

ଚୀନର ୱୁହାନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିର ଅନୁସନ୍ଧାନକାରୀମାନେ ଏହି ନୂଆ ଭୂତାଣୁକୁ ଠାବ କରିଛନ୍ତି। ଏହି ଭାଇରସ ମଧ୍ୟ ବାଦୁଡି ଦେହରୁ ମିଳିଛି। ଏହା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ବୈଜ୍ଞାନିକଙ୍କମାନେ ଆଶଙ୍କା କରୁଛନ୍ତି, ଏହି ନୂଆ ଭୂତାଣୁ ଆଗକୁ ମାନବ ସ୍ୱାସ୍ଥ୍ୟ ପାଇଁ ଏକ ନୂଆ ବିପଦ ସୃଷ୍ଟି କରିପାରେ।

ଅଦ୍ୟତନ ହୋଇଛି
undefined

new virus

Advertisment

କରୋନାର ତାଣ୍ଡବ ଏଯାଏଁ ମନରୁ ଲିଭି ନଥିବା ବେଳେ ଆଉ ଏକ ମହାମାରୀ ଆସିବାକୁ ପ୍ରସ୍ତୁତ ହେଲାଣି। ଚୀନ୍‌ରେ କାୟା ବିସ୍ତାର କଲାଣି ନୂଆ ଭାଇସର। ଏହି ନୂଆ ଭୂତାଣୁ କୋଭିଡ-୧୯ ଭଳି ମଣିଷକୁ ସଂକ୍ରମଣ କରିବାର ଆଶଙ୍କା ଦେଖାଦେଇଛି। ଯାହାକୁ ନେଇ ବିଶ୍ୱର ବିଭିନ୍ନ ଦେଶରେ ପଶିଛି ଛନକା। ଏହି ନୂଆ ଭୂତାଣୁର ନାଁ ରହିଛି HKU5-CoV-2।

Advertisment

ଅଧିକ ପଢ଼ନ୍ତୁ: ଟ୍ରମ୍ପ-ପୁଟିନ ଆଲୋଚନା ହିଁ ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧର ଯବନିକା ଟାଣିବ

ଚୀନର ୱୁହାନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିର ଅନୁସନ୍ଧାନକାରୀମାନେ ଏହି ନୂଆ ଭୂତାଣୁକୁ ଠାବ କରିଛନ୍ତି। ଏହି ଭାଇରସ ମଧ୍ୟ ବାଦୁଡି ଦେହରୁ ମିଳିଛି। ଏହା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ବୈଜ୍ଞାନିକଙ୍କମାନେ ଆଶଙ୍କା କରୁଛନ୍ତି, ଏହି ନୂଆ ଭୂତାଣୁ ଆଗକୁ ମାନବ ସ୍ୱାସ୍ଥ୍ୟ ପାଇଁ ଏକ ନୂଆ ବିପଦ ସୃଷ୍ଟି କରିପାରେ। କରୋନା ପରି ମାନବ କୋଷକୁ ଏହା ସଂକ୍ରମିତ କରିପାରେ। କେବଳ ବାଦୁଡ଼ି ନୁହେଁ ମଣିଷ ସମେତ ପ୍ରାଣୀ ଉପରେ ମଧ୍ୟ ପ୍ରଭାବ ପକାଇବା ଆଶଙ୍କା କରିଛନ୍ତି ଏହା ଉପରେ ଅଧ୍ୟୟନ କରୁଥିବା ବୈଜ୍ଞାନିକ।

Advertisment

ତେବେ ଏହା କେତେ ଶୀଘ୍ର ମଣିଷଙ୍କ ମଧ୍ୟରେ ବ୍ୟାପିପାରେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହି ଭୂତାଣୁ ବର୍ତ୍ତମାନ ଯାଏଁ କୌଣସି ମଣିଷ ଠାରେ ମଧ୍ୟ ଠାବ କରାଯାଇନାହିଁ। ୨୦୧୯ରେ ପ୍ରଥମ କରି ଚୀନ୍‌ରେ କୋଭିଡ-୧୯ ଭାଇରସ ଠାବ ହୋଇଥିଲା। ପରେ ଧୀରେ ଧୀରେ ଏହା ପୂରା ବିଶ୍ୱକୁ ମାଡ଼ି ଯିବ ବୋଲି କେହି କେବେ ଭାବିନଥିଲେ। ପୂରା ବିଶ୍ୱରେ ତାଣ୍ଡବ ରଚିଥିଲା କରୋନା। ଏଥି ଯୋଗୁଁ ପ୍ରାୟ ୭୧ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିଲା।

ଅଧିକ ପଢ଼ନ୍ତୁ: ଯୁଦ୍ଧ ନିଆଁରେ ମାଲାମାଲ ହେଉଛି ଆମେରିକା, ଏତେ ଟଙ୍କାର ବେପାର କରୁଛି ଯେମିତି ଦେଶ କିଣି ଦେବ

Advertisment
COVID-19 China
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ