Advertisment

ଶିଶୁ ମୃତ୍ୟୁ ପରେ ଆଲର୍ଟ: ଉଜ୍‌ବେକିସ୍ତାନରେ ଭାରତ ତିଆରି ଏହି ୨ କଫ୍‌ ସିରପ୍‌ ବ୍ୟବହାର ମନା

ଉଜ୍‌ବେକିସ୍ତାନରେ ଭାରତ ତିଆରି କଫ୍ ସିରପ୍‌ ବ୍ୟବହାର ମନା। ମାରିଅନ୍ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କଫ୍ ସିରପ୍‌ ଉଜ୍‌ବେକିସ୍ତାନରେ ପିଲାଙ୍କ ପାଇଁ ବ୍ୟବହାର କରାଯିବ ନାହିଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
WHO Alert Against Use of Indian Cough Syrups in Uzbekistan

Child Deaths In Uzbekistan: WHO Alert On 2 Indian Syrups For Use

ଉଜ୍‌ବେକିସ୍ତାନରେ ଭାରତ ତିଆରି କଫ୍ ସିରପ୍‌ ବ୍ୟବହାର ମନା। ନୋଏଡାର ମାରିଅନ୍ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ୨ କଫ୍ ସିରପ୍‌ ଉଜ୍‌ବେକିସ୍ତାନରେ ପିଲାଙ୍କ ପାଇଁ ବ୍ୟବହାର କରାଯିବ ନାହିଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) କହିଛି। ଏହି ୨ କଫ୍ ସିରପ୍ ନିମ୍ନମାନର ହୋଇଥିବା WHO ଦର୍ଶାଇଛି। 

Advertisment

ମାରିଅନ୍ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ AMBRONOL ସିରପ୍‌ ଓ DOK-1 Max ସିରପ୍‌ WHO ଦ୍ୱାରା ନିର୍ଦ୍ଧାରିତ ମାନକୁ ପୂରଣ କରିପାରୁନଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି।ଉଜ୍‌ବେକିସ୍ତାନରେ ବ୍ୟବହାର ହେଉଥିବା ଏହି କଫ୍ ସିରପ୍‌ ନିମ୍ନମାନର ହୋଇଥିବା ୨୦୨୨ ଡିସେମ୍ବରରେ ଅଭିଯୋଗ ହୋଇଥିଲା। ଏହାପରେ ଏହି ସିରପ୍‌ WHOର ମାନ ପୂରଣ କରିବାରେ ବିଫଳ ହୋଇଥିଲା।। 

ଅଧିକ ପଢ଼ନ୍ତୁ: ଭାରତ ନିର୍ମିତ କଫ୍‌ ସିରପ ସେବନ କରି ଗାମ୍ବିଆରେ ୬୬ ଜଣ ଶିଶୁଙ୍କ ସନ୍ଦେହଜନକ ମୃତ୍ୟୁ

Advertisment

ଉଜ୍‌ବେକିସ୍ତାନରେ ଏହି କମ୍ପାନୀର କଫ୍ ସିରପ୍ ବ୍ୟବହାର ପରେ ୧୮ ଶିଶୁଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ଏହାପରେ WHO ଓ ଉଜ୍‌ବେକିସ୍ତାନର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରୀକ୍ଷା କରାଯାଇଥିଲା। ପରୀକ୍ଷଣରେ ଜଣାପଡ଼ିଥିଲା, ଏଥିରେ ମଣିଷ ଶରୀର ପ୍ରତି କ୍ଷତିକାରକ କେମିକାଲ ରହିଛି। 

ଅନ୍ୟପକ୍ଷେ, ଉତ୍ତରପ୍ରଦେଶ ପ୍ରଶାସନ ଏହି ମାରିଅନ୍ ବାୟୋଟେକ୍ କମ୍ପାନୀର ପ୍ରଡକ୍ଟ ଲାଇସେନ୍ସକୁ ସସ୍‌ପେଣ୍ଡ୍‌ କରାଯାଇଛି। ଏହି କମ୍ପାନୀର ଉତ୍ପାଦନ ବନ୍ଦ କରାଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମଧ୍ୟ କହିଥିଲେ।  

Cough Syrup Child Death
Advertisment
Advertisment