• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କୁହାଯାଏ ସିଂହ ସାଙ୍ଗରେ ‘ନା ଦୋସ୍ତି ଅଛି ନା ଦୁସ୍‌ମନି’ । ସିଂହକୁ ଦୂରରୁ ଦେଖିକି ହିଁ ଖୁସି ହେବା କଥା । ସିଂହଟି ପିଞ୍ଜରାରେ ଥାଉ ବା ଖୋଲାରେ ବୁଲୁଥାଉ । ସିଂହକୁ ଦୂରରୁ ଦେଖିବା ହିଁ ବୁଦ୍ଧିମାନର କାମ ।

ଏବେ ସୋସିଆଳ ମିଡିଆରେ ଏକ ଭିଡିଓ, ଜବରଦସ୍ତ ଭାବେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖିବା ପରେ ୟୁଜର୍ସମାନଙ୍କର ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଅନେକ ଲୋକ ଏହି ଭିଡିଓ ଦେଖିବା ପରେ କମେଣ୍ଟରେ ମଜାକ୍‌ ଉଡ଼ାଇଥିବା ବେଳେ ଅନେକ ଏହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ।

ତେବେ ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ବ୍ୟକ୍ତି ପିଞ୍ଜରା ଭିତରେ ଥିବା ସିଂହ ସହ ଖେଳୁଥିଲେ । ବାରମ୍ବାର ପିଞ୍ଜରା ଭିତରକୁ ଆଙ୍ଗୁଠି ଭର୍ତ୍ତି କରି ସିଂହକୁ ଚିଡ଼ାଉଥିଲେ । ଏମିତି ବାରମ୍ବାର କରୁଥିଲେ ଉକ୍ତ ବ୍ୟକ୍ତି । ହେଲେ ସିଂହ କିଛି କରୁନଥିଲା । ଆଉ ସିଂହ ପାଟି ଖୋଲି କାମୁଡ଼ିବା ବେଳକୁ ବ୍ୟକ୍ତି ଜଣକ ହାତ ବାହାର କରି ଆଣୁଥିଲେ । ହେଲେ କଥାରେ ଅଛି ନା, ସମୟ ସବୁବେଳେ ସାଥ୍ ଦେଇନଥାଏ । କେତେ ବେଳେ ବିପଦ କେଉଁ ଦିଗରୁ ଆସିବ ତାହା କେହି କହିପାରିବେ ନାହିଁ । ଠିକ୍‌ ଏମିତି କିଛି ଘଟିଥିଲା ଉକ୍ତ ବ୍ୟକ୍ତିଙ୍କ କ୍ଷେତ୍ରରେ ।

 

ଏମିତି ଖେଳୁ ଖେଳୁ ହଠାତ୍‌ ସିଂହଟି ରାଗିଯାଇଥିଲା । ଆଉ ଉକ୍ତ ବ୍ୟକ୍ତିଙ୍କ ଆଙ୍ଗୁଠିକୁ ଦାନ୍ତରେ କାମୁଡ଼ି ଧରିଥିଲା । ଫଳରେ ପ୍ରାଣ ବିକଳରେ ବ୍ୟକ୍ତି ଜଣକ ଚିତ୍କାର କରିଥିଲେ । ହେଲେ ସିଂହ ଠାରୁ ବର୍ତ୍ତିବା ପାଇଁ କୌଣସି ପ୍ରକାର ଉପାୟ ନଥିଲା । ସେଠାରେ ଉପସ୍ଥିତ ଅନ୍ୟ ଲୋକମାନେ ମଧ୍ୟ କେବଳ ଦେଖଣାହାରୀ ପାଲଟିଥିଲେ । ହେଲେ କିଛି କରିପାରିନଥିଲେ । ଅନେକ ଲୋକ ସେଠାରେ କେବଳ ଭିଡିଓ ଉତ୍ତୋଳନ କରିବାରେ ବ୍ୟସ୍ତ ରହିଲେ । ଚିତ୍କାର କରି ଶେଷରେ ନିଜ ପ୍ରଚେଷ୍ଟାରେ ହିଁଁ ବ୍ୟକ୍ତି ଜଣକ ସିଂହ କବଳରୁ ବଞ୍ଚିଥିଲେ । ହେଲେ ତାଙ୍କ ଆଙ୍ଗୁଠି କିନ୍ତୁ ସିଂହ ଦାନ୍ତ ମଝିରେ ରହିଥିଲା । ତାଙ୍କ ଆଙ୍ଗୁଠି ଖଣ୍ଡ ହୋଇଯାଇଥିଲା । ସିଂହ ପାଟିରେ ରହଯାଇଥିଲା ପୂରା ଆଙ୍ଗୁଠି ।

ଏବେ ଏହି ହୃଦୟ ବିଦାରକ ଦୃଶ୍ୟକୁ ଅନେକ ଲୋକ ସେୟାର କରି ଏଭଳି ନକରିବା ପାଇଁ ସମାଜକୁ ବର୍ତ୍ତା ଦେଉଥିବା ବେଳେ ଅନେକ ଏହାର ମଜାକ ଉଡ଼ାଇଛନ୍ତି । ସୂଚନାଯୋଗ୍ୟ, ଏହି ଭିଡିଓଟି ଦକ୍ଷିଣ ଆଫ୍ରିକାର ଜମାଇକାରେ ଥିବା ଏକ ଚିଡ଼ିଆଖାନାର ବୋଲି ଜଣାପଡ଼ିଛି ।