Cargo Ship
ପ୍ରଶାନ୍ତ ମହାସାଗରରେ ବଡ଼ ଦୁର୍ଘଟଣା। ବିଶ୍ବ ସିପିଂ ଇଣ୍ଡଷ୍ଟ୍ରୀକୁ ବହୁତ ବଡ଼ ଝଟକା । ପ୍ରଶାନ୍ତ ମହାସାଗରରେ ଏକ କାର୍ଗୋ ଜାହାଜ ବୁଡିଯାଇଛି । ଜାହାଜରେ ୩ହଜାରରୁ ଅଧିକ ନୂଆ ଗାଡ଼ି ଥିଲା । ଜାହାଜଟି ମେକ୍ସିକୋକୁ ଯାଉଥିବା ବେଳେ ପ୍ରଶାନ୍ତ ମହାସାଗରରେ ବୁଡ଼ିଯାଇଛି । ଏହି ଘଟଣା ଅଲାସ୍କାର ଅଲେଉତିୟନ ଦ୍ବୀପ ପାଖରେ ଘଟିଛି । ପ୍ରାୟ ସପ୍ତାହେ ପୂର୍ବରୁ ଜାହାଜରେ ନିଆଁ ଲାଗିଯାଇଥିଲା ।
ଜାହାଜର ନାଁ ମର୍ଣ୍ଣିଂ ମିଡାସ । ଏଥିରେ ୩ଜୁନରେ ନିଆଁ ଲାଗିଥିବା ୟୁଏସ କୋଷ୍ଟଗାର୍ଡକୁ ସୂଚନା ମିଳିଥିଲା । ନିଆଁକୁ ଆୟତ୍ତ କରାଯାଇ ପାରିନଥିଲା । ଫଳରେ ଜାହାଜଟି ପୁରାପୁରି ନିଷ୍କ୍ରିୟ ହୋଇଯାଇଥିଲା । ଖରାପ ପାଣିପାଗ ଓ ଜାହାଜ ଭିତରେ ପାଣି ପଶିବା ଯୋଗୁଁ ସୋମବାର ଜାହାଜଟି ୫ହଜାର ମିଟର ଗଭୀର ପାଣିରେ ବୁଡିଯାଇଛି ।
ଅଧିକ ପଢ଼ନ୍ତୁ:ଆରମ୍ଭ ହେଲା ବିଦ୍ୟୁତଚାଳିତ ବିମାନ ସେବା, ଥରେ ଚାର୍ଜ କଲେ…
ଜାହାଜରେ ଥିବା ୨୨ ଜଣ କ୍ରୁ ମେମ୍ବର ଲାଇଫ ବୋଟ ମାଧ୍ୟମରେ ବାହାରକୁ ଆସିଯାଇଥିଲେ । ଅନ୍ୟ ଏକ ଜାହାଜ ସେମାନଙ୍କୁ ଉଦ୍ଧାର କରିଥିଲା । ସମସ୍ତେ ସୁରକ୍ଷିତ ଅଛନ୍ତି । କାହାର କୌଣସି କ୍ଷତି ହୋଇନି ।
ସୂଚନା ଅନୁସାରେ ଜାହାଜରେ ପାଖାପାଖି ୩ହଜାର ନୂଆ ଗାଡି ଥିଲା । ସେଥିରୁ ୮୦୦ଟି ଇଲେକ୍ଟ୍ରିକ ଭେହିକିଲ ଥିଲା । ଯେତେବେଳେ ନିଆଁ ଲାଗିଥିଲା ଇଲେକ୍ଟ୍ରିକ ଭେହିକିଲ ଥିବା କଣ୍ଟେନରରୁ ଧୁଆଁ ବାହାରିଥିଲା । ଯେଉଁଥିରୁ ଆଶଙ୍କା କରାଯାଉଛି ବ୍ୟାଟେରିରୁ ନିଆଁ ଲାଗିଥାଇପାରେ ।
ୟୁଏସ କୋଷ୍ଟଗାର୍ଡ ପକ୍ଷରୁ କୁହାଯାଇଛି ଜାହାଜ ବୁଡ଼ିବା ସ୍ଥାନରେ ତାଙ୍କର ୨ଟି ଜାହାଜ ମୁତୟନ ରହିଛି । ସେମାନେ ବୁଡ଼ିଯାଇଥିବା ଜାହାଜ ଉପରେ ନଜର ରଖିଛନ୍ତି । ମର୍ଣ୍ଣିଂ ମିଡାସ ଏକ ୬୦୦ ଫୁଟ ଲମ୍ବା ଜାହାଜ । ଯାହାକୁ ୨୦୦୬ ମସିହାରେ ତିଆରି କରାଯାଇଥିଲା । ଜାହାଜଟି ମେ ୨୬ରେ ଚୀନରୁ ବାହାରିଥିଲା ଓ ମେକ୍ସିକୋର ଏକ ବନ୍ଦରକୁ ଯାଉଥିଲା ।
ଏହି ଦୁର୍ଘଟଣା ପ୍ରଥମ ନୁହଁ । ୨୦୨୩ରେ ବି ସମୁଦ୍ରରେ ଏକ ବଡ଼ ଦୁର୍ଘଟଣା ହୋଇଥିଲା । ଜର୍ମାନୀରୁ ସିଙ୍ଗାପୁର ଯାଉଥିବା ଏକ କାର୍ଗୋ଼ ସିପ ଜଳିଯାଇଥିଲା । ଯେଉଁଥିରେ ୫୦୦ ଇଲେକ୍ଟ୍ରିକ ଭେହିକିଲ ଥିଲା । ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିଲା ।
ଏହି ନିଆଁକୁ ସପ୍ତାହେ ଯାଏ ଲିଭାଯାଇ ପାରିନଥିଲା । ଏବେ ଡଚ ସେଫଟି ବୋର୍ଡ ଓ ଅନ୍ୟ ଏଜେନ୍ସି ମାନେ ସିପିଂ ଇଣ୍ଡଷ୍ଟ୍ରୀରେ ଇଲେକ୍ଟ୍ରିକ ଭେହିକିଲକୁ ନେଇ ଥିବା ସୁରକ୍ଷା ମାନଦଣ୍ଡର ସମୀକ୍ଷା କରୁଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Cargo_Ship_1750855007.jpg)