• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବ୍ରିଟେନ ପାଇଲା ନୂଆ ରାଜା । ବ୍ରିଟେନର ନୂତନ ରାଜା ଭାବରେ ରାଜା ଚାର୍ଲ୍ସ ତୃତୀୟ ମୁକୁଟ ପିନ୍ଧିଛନ୍ତି । ବିଧିବଦ୍ଧ ଭାବେ ବ୍ରିଟେନର ନୂଆ ରାଜା ଭାବେ କିଙ୍ଗ ଚାର୍ଲସ୍‌ ଦାୟିତ୍ୱ ଗ୍ରହଣ କରିଛନ୍ତି । ରାଣୀ ଏଲିଜାବେଥଙ୍କ ନିଧନ ପରେ ସପୁଅ ଚାର୍ଲସ ଦାୟିତ୍ୱ ନେଇଛନ୍ତି । ଶନିବାର ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ କିଙ୍ଗ ଚାର୍ଲସ ତୃତୀୟଙ୍କୁ ବ୍ରିଟେନର ନୂତନ ରାଜା ଘୋଷଣା କରାଯାଇଛି । ସମାରୋହରେ ବହୁ ବିଶିଷ୍ଟ ବ୍ୟକ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀମାନେ ସାମିଲ ଅଛନ୍ତି ।

ଲଣ୍ଡନର ସେଣ୍ଟ ଜେମ୍ସ ପ୍ୟାଲେସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କିଙ୍ଗ ଚାର୍ଲସ ତୃତୀୟଙ୍କ ଦାୟିତ୍ୱ ଗ୍ରହଣ ସମ୍ବନ୍ଧୀୟ ଔପଚାରିକତା ସମାପ୍ତ କରାଯାଇଛି । ଶପଥ ଗ୍ରହଣ ପରେ ସମାରୋହରେ ଉପସ୍ଥିତ ଲୋକମଳନ ନୂତନ ସମ୍ରାଟଙ୍କୁ ଅଭିବାଦନ ଜଣାଇଛନ୍ତି । ଲଣ୍ଡନର ସେଣ୍ଟ ଜେମ୍ସ ପ୍ୟାଲେସରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଟେଲିଭିଜନରେ ସିଧା ପ୍ରସାରଣ କରାଯାଇଛି ।

କ’ଣ ରହିବ ସ୍ୱତନ୍ତ୍ର ଅଧିକାର ? 

ଭୋଟ ଦେବେ ନାହିଁ ବ୍ରିଟେନ୍‌ର ରାଜା । ଭୋଟ୍‌ ଦେବେ ନାହିଁ କିମ୍ବା ନିର୍ବାଚନ ଲଢ଼ିପାରିବେ ନାହିଁ । କାରଣ ସେ ହେଉଛନ୍ତି ମୁଖ୍ୟ । ରାଜନୀତି ପ୍ରତି ତାଙ୍କର ଏକ କଠୋର ଭାବ ରହିବା ଆବଶ୍ୟକ । ସେ ସମସ୍ତଙ୍କର ଭୁଲ ଠିକ୍‌ ବିଚାର କରିବେ ତେଣୁ ତାଙ୍କୁ ନ୍ୟୁଟ୍ରାଲ ରହିବାକୁ ହେବ । ସେ କାହାକୁ ସମର୍ଥନ କରିବେ ନାହିଁ । ସେ ସଂସଦୀୟ କ୍ଷେତ୍ରରେ ହେଉଥିବା ବିଭିନ୍ନ ବୈଠକରେ ସାମିଲ ହୋଇପାରିବେ । ସଂସଦରେ ପାରିତ ହେଉଥିବା ଆଇନ କାନୁନକୁ ସେ ମଞ୍ଜୁରୀ ପ୍ରଦାନ କରିଥାନ୍ତି । ଏମିତିକି ପ୍ରଧାନମନ୍ତ୍ରୀଙ୍କ ସହ ପ୍ରତି ସପ୍ତାହରେ ବୈଠକ କରନ୍ତି ।

 ପାସପୋର୍ଟ ଦରକାର ନାହିଁ 

କିଙ୍ଗ ଚାର୍ଲ୍‌ସ ଏବେ ଯେ କୌଣସି ଦେଶକୁ ବିନା ପାସ୍‌ପୋର୍ଟ ମାଧ୍ୟମରେ ଯାଇପାରିବେ । କାରଣ ତାଙ୍କୁ କୌଣସି ପ୍ରକାର ଡକ୍ୟୁମେଣ୍ଟର ଆବଶ୍ୟକ ନାହିଁ । ତାଙ୍କ ନାଁରେ କୌଣସି ପ୍ରକାର ଡକ୍ୟୁମେଣ୍ଟ ଇସୁ ହେବାର ଆବଶ୍ୟକ ମଧ୍ୟ ନାହିଁ । ସମ୍ବିଧାନର ପ୍ରତି ଦସ୍ତାବିଜ୍‌ରେ ଏବେ ତାଙ୍କର ହସ୍ତାକ୍ଷର ରହିବ । ପ୍ରତ୍ୟେକ ରାଜ୍ୟ ତାଙ୍କ ଅଧିନରେ ରହିବ । ସେ ଚାହିଁଲେ ଏବେ ନିଜ ପାଇଁ ସୁରକ୍ଷାବାହିନୀ ନିୟୋଜିତ କରିପାରିବେ । ନଚେତ୍‌ ଯୁଆଡ଼େ ଚାହିଁବେ ଯାଇପାରିବେ । ଅନ୍ୟପଟେ ଠିକ୍‌ ଏହି କାରଣ ପାଇଁ କିଙ୍ଗ ଚାର୍ଲସଙ୍କୁ ଲୋଡ଼ା ନାହିଁ ଡ୍ରାଇଭିଂ ଲାଇସେନ୍ସ । ସେ ବିନା ଲାଇସେନ୍ସରେ ଚଲାଇପାରିବେ ଗାଡ଼ି ।