Advertisment

ଅଦ୍ଭୁତ ଦୃଶ୍ୟ ! ଅଚାନକ ରାତି ହୋଇଗଲା ଦିନ

ସ୍ପେନ ଓ ପର୍ତ୍ତୁଗାଲବାସୀ ଏହି ବିରଳ ମହାଜାଗତିକ ଦୃଶ୍ୟକୁ ନିଜ କ୍ୟାମେରାରେ କଏଦ କରିଛନ୍ତି, ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି।

author-image
Santosh Kumar Sahoo
Meteor flashes

Meteor flashes

ଆପଣ କେବେ ରାତିରେ ଆକାଶ ଆଲୋକିତ ହେବା ଦେଖିଛନ୍ତି କି ? ଏଭଳି ଘଟଣା ଅନେକ ଥର ଘଟେ କିନ୍ତୁ ସମସ୍ତେ ଏହାକୁ ଦେଖିପାରନ୍ତି ନାହିଁ । ସ୍ପେନ୍‌ ଓ ପର୍ତ୍ତୁଗାଲ ଆକାଶରେ ଦେଖିବାକୁ ମିଳିଛି ଏମିତି ମହାଜାଗତିକ ଦୃଶ୍ୟ । ହଠାତ୍‌ ରାତିରେ ଆକାଶ ଉଜ୍ଜ୍ୱଳ ହୋଇଯାଇଥିଲା, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ ।

Advertisment

ସ୍ପେନ ଓ ପର୍ତ୍ତୁଗାଲବାସୀ ଏହି ବିରଳ ମହାଜାଗତିକ ଦୃଶ୍ୟକୁ ନିଜ କ୍ୟାମେରାରେ କଏଦ କରିଛନ୍ତି, ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ଭାଇରାଲ୍‌ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ, ହଠାତ୍ ଆକାଶରେ ଚମତ୍କାର ଭାବେ ନୀଳ ରଙ୍ଗ ଘୋଟିଯାଉଛି। ଆକାଶରେ ଏକ ଉଜ୍ଜ୍ୱଳ ବସ୍ତୁ ଯିବା ସମୟରେ ଏହି ବିରଳ ଦୃଶ୍ୟ ଦେଖିବାକୁ ମିଳିଛି।

ତେବେ ଏହି ଉଜ୍ଜ୍ୱଳ ବସ୍ତୁ ହେଉଛି ଏକ ଉଲକାପିଣ୍ଡ । ଯାହା ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବା ମାତ୍ରେ ଶୀଘ୍ର ଜଳିବା ଆରମ୍ଭ କରିଥିଲା। ସ୍ପେନ୍ ଓ ପର୍ତ୍ତୁଗାଲ ଆକାଶରେ ଏହି ଉଲକାପିଣ୍ଡ ଦେଖିବାକୁ ମିଳିଥିଲା । ଏହି ଉଲକାପିଣ୍ଡର ପ୍ରଭାବ ଆକଶରେ ୧୦୦ କିଲୋମିଟର ପର୍ଯ୍ୟନ୍ତ ଦୃଶ୍ୟମାନ ହୋଇଥିଲା ।

Advertisment

ତେବେ ଏହି ଉଲକାପିଣ୍ଡ କେଉଁଠାରେ ପଡ଼ିଛି ଏବଂ ଏହାଦ୍ୱାରା କ’ଣ କ୍ଷୟକ୍ଷତି ହୋଇଛି ସେନେଇ ଏପର୍ଯ୍ୟନ୍ତ କିଛି ସୂଚନା ମିଳିପାରିନାହିଁ । କିନ୍ତୁ କେତେକ ରିପୋର୍ଟରେ କୁହାଯାଉଛି କି, ଏହା କାଷ୍ଟ୍ରୋ ଡେୟାର ସହର ନିକଟରେ ପଡ଼ିଥାଇପାରେ । ସେହିପରି ଅନ୍ୟ କେତେକ ରିପୋର୍ଟ ଅନୁସାରେ ଏହି ଉଲକାପିଣ୍ଡ ପିନହେଇରୋ ନିକଟରେ ପଡ଼ିଥାଇପାରେ ।

Meteors Spain Portugal
Advertisment
Advertisment