• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆଫଗାନିସ୍ତାନ କାବୁଲରେ ବଡ଼ ଧରଣର ବିସ୍ଫୋରଣ । ଏଥିରେ ୮ ଜଣ ମୃତ ହୋଇଥିବା ଏହି ମୃତ୍ୟୁ ସଂଖ୍ୟ ଆଗକୁ ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି । ଅନ୍ୟପଟେ ଏବେ ସୁଦ୍ଧା ବିସ୍ଫୋରଣରେ ଆଉ ୧୮ ଜଣ ଗୁରୁତର ହୋଇଥିବା ନେଇ ସୂଚନା ମିଳିଛି । ତେବେ ଏହି ବିସ୍ଫୋରଣ ଆବାସିକ ଅଞ୍ଚଳରେ ହୋଇଥିବା ନେଇ ସୂଚନା ରହିଛି । ଅନ୍ୟପଟେ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି ଆତଙ୍କବାଦୀ ସଂଗଠନ ଆଇଏସ୍ ।

ସରକାରୀ ସୂତ୍ର ଅନୁଯାୟୀ, ମୃତ୍ୟୁ ସଂଖ୍ୟା ୮ ବୋଲି କୁହାଯାଇଥିବା ବେଳେ ଏହି ବିସ୍ଫୋରଣରେ କିନ୍ତୁ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ଆଇଏସ୍‌ ତରଫରୁ କୁହାଯାଇଛି । ଘଟଣାର କିଛି ଭିଡିଓ ସୋଶାଲ ମିଡିଆରେ ପୋଷ୍ଟ କରାଯାଇଛି । ଏଥିମଧ୍ୟରେ ବିସ୍ଫୋରଣ ପରେ ଲୋକମାନେ ସାହାଯ୍ୟ ପାଇଁ ଚିତ୍କାର କରୁଥିବା ବେଳେ ଲୋକେ ଧାଁଦୌଡ଼ କରୁଥିବା ଦେଖିବାକୁ ମିଳିଛି ।

ଆଫଗାନିସ୍ତାନ ପାଇଁ ବଡ଼ ବିପଦ ଭାବେ ଉଭା ହୋଇଛି ଆଇଏସ୍‌ ଆତଙ୍କବାଦୀ ସଙ୍କଠନ । ଦେଶର ସଂଖ୍ୟାଲଘୁ ଶିଆ ସମ୍ପ୍ରଦାୟ ଲୋକଙ୍କୁ ବାରମ୍ବାର ଟାର୍ଗେଟ କରୁଛି ସଙ୍ଗଠନ । ଏହି ସଂଗଠନ ସହ ଜଡିତ ଆତଙ୍କବାଦୀମାନେ ୨୦୧୪ ମସିହା ପରଠାରୁ ଆଫଗାନିସ୍ତାନରେ ସକ୍ରିୟ ଅଛନ୍ତି । ଯାହାକି ଦେଶର ସୁରକ୍ଷା ପ୍ରତି ମୁଖ୍ୟ ବିପଦ ଭାବରେ ଦେଖାଯାଉଛି ।

ଗତ ବର୍ଷ ଅଗଷ୍ଟରେ ତାଲିବାନ କ୍ଷମତାକୁ ଆସିବା ପରେ ଏହି ଚ୍ୟାଲେଞ୍ଜ ତୀବ୍ର ହୋଇଛି । ଆଫଗାନିସ୍ତାନରେ ଗତ କିଛି ଦିନ ମଧ୍ୟରେ ହୋଇଥିବା ବହୁ ଆକ୍ରମଣ ପଛରେ ଏହି ସଙ୍ଗଠନର ହାତ ଥିବା ଜଣାଯାଇଛି । ମୁଖ୍ୟତ ସେମାନେ ସଂଖ୍ୟାଲଘୁ ଶିଆ ସମ୍ପ୍ରଦାୟ ଲୋକଙ୍କୁ ଟାର୍ଗେଟ କରୁଥିବା ଦେଖିବାକୁ ମିଳୁଛି ।

ସେପଟେ କାବୁଲର ପୋଲିସ ମୁଖ୍ୟଙ୍କ ମୁଖପାତ୍ର ଖାଲିଦ ଜାଦରାନଙ୍କ ସୂଚନା ଅନୁଯାୟୀ, ପଶ୍ଚିମ କାବୁଲର ଶିଆ ଅଞ୍ଚଳରେ ଥିବା ସର-ଏ-କରେଜର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଆଜିର ବିସ୍ଫୋରଣ ଘଟିଛି । ପ୍ରାରମ୍ଭିକ ରିପୋର୍ଟରେ ଦୁଇ ଜଣଙ୍କ ମୃତ୍ୟୁ ବିଷୟରେ ସୂଚନା ଦିଆଯାଇଥିଲା, କିନ୍ତୁ କିଛି ସମୟ ମଧ୍ୟରେ ମୃତ୍ୟୁ ସଂଖ୍ୟା ୮ରେ ପହଞ୍ଚିଲା ।