• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

AI କୁ ନେଇ ପୁଣି ଏକ ବଡ଼ ବୟାନ ଦେଇଛନ୍ତି ବିଶ୍ୱର ମାଇକ୍ରୋ ସଫ୍ଟ ପ୍ରତିଷ୍ଠାତା ବିଲ୍ ଗେଟ୍‌ସ । ସେ କହିଛନ୍ତି ମଣିଷଙ୍କ ସ୍ଥାନ କେବେ ବି ନେଇ ପାରିବନି AI । ଖାଲି ସେତିକି ନୁହେଁ ସେ ଆହୁରି କହିଛନ୍ତି, AI ମଣିଷର କାମକୁ ଅଧିକ ସହଜ କରିଦେବ । ଏହା କେବେ ବି କ୍ଷତିକାରକ ନୁହେଁ । ମଣିଷଙ୍କ ପାଇଁ ଏହା ଆଦୌ ବିପଦ ଆଣିବ ନାହିଁ ।

ଗୋଟିଏ ପଟେ ବିଲ୍‌ ଗେଟ୍‌ସ ଏଭଳି କହିବା ସହ ଅନ୍ୟପଟେ AI ର କାମ ସାମାନ୍ୟ ରିସ୍କି ବୋଲି ମଧ୍ୟ କହିଛନ୍ତି । ସେ କହିଛନ୍ତି, ମେସିନ ଦ୍ୱାରା ଆମର ଦୈନନ୍ଦିନ କାର୍ଯ୍ୟ ଖୁବ୍‌ ସହଜ ହୋଇପାରିବ । ଆମକୁ ଖାଦ୍ୟ ରାନ୍ଧିବାକୁ ବି ପଡ଼ିବ ନାହିଁ । ମେସିନ୍‌ ସବୁ କିଛି କରିପାରିବ । କିନ୍ତୁ ଏଥିରେ ସାମାନ୍ୟ ରିସ୍କ ଅଛି ।

ବିଲ୍‌ ଗେଟ୍‌ସ ଆହୁରି କହିଛନ୍ତି, ଯେତେବେଳେ ମୁଁ ଯୁବକ ଥିଲି, ସେତେବେଳେ ମୁଁ ମୋ ସଂସ୍ଥାକୁ ଆଗକୁ ନେବା ପାଇଁ ଦିନ ରାତି ପ୍ରରିଶ୍ରମ କରୁଥିଲି । କିନ୍ତୁ ଏବେ ମୋତେ ବୟସ ୬୮ ଛୁଇଁଲାଣି ।  ଭାବୁଛି ଜୀବନଟା କେବଳ ଚାକିରି କରିବା ବା କାମ କରିବା ପାଇଁ ନୁହେଁ । ଜୀବନକୁ ବଞ୍ଚିବାର ବା ଉପଭୋଗ କରିବାକୁ ମଧ୍ୟ ହୋଇଥାଏ ।

AI କୁ ଉପଯୋଗ କରି ମଣିଷ ସପ୍ତାହକୁ ୩ ଦିନ କାମ କରି ଆଉ ବାକି ଦିନ ଆରାମ କରିପାରିବ । ବିଭିନ୍ନ ସଂସ୍ଥାମାନେ ଏଭଳି ପନ୍ଥା ଆପଣାଇବା କଥା । ସପ୍ତାହକୁ ୩ ଦିନ କାମ କରି ମଧ୍ୟ ଟାର୍ଗେଟ ଫିଲ୍‌ଅପ୍‌ କରି ହେବ ବୋଲି କହିଛନ୍ତି ବିଲ୍‌ ଗେଟ୍‌ସ ।

ମଙ୍ଗଳବାର ଏକ କମେଡି ଶୋ’ରେ ଯୋଗଦେଇ ଇଣ୍ଟରଭ୍ୟୁ ଦେବା ବେଳେ ଏଭଳି କହିଛନ୍ତି ବିଲ୍‌ ଗେଟ୍‌ସ । କିନ୍ତୁ ପୂର୍ବରୁ AI କୁ ନେଇ ଅନେକ ସାକ୍ଷାତକାରରେ ସାକାରାତ୍ମକ ଓ ନାକାରାତ୍ମକ ମନ୍ତବ୍ୟ ଦେଇଛନ୍ତି ବିଲ୍‌ ଗେଟ୍‌ସ ।

ସେ ଆହୁରି କହିଛନ୍ତି, AI କୁ ବ୍ୟବହାର କରି ସୃଷ୍ଟି କରାଯାଉଥିବା ମିଛ ଖବର ବା ଡିପ୍‌ ଫେକ୍‌ ଏବଂ ସୁରକ୍ଷା ପ୍ରତି ବିପଦକୁ ରୋକାଯାଇପାରିବ । ନଚେତ୍‌ ଏଜୁକେସନ୍‌ ଉପରେ ଏହାର ପ୍ରଭାବ ପଡ଼ିପାରେ ।

ବିଲ୍‌ ଗେଟ୍‌ସ୍‌ କହିଛନ୍ତି, ବଜାରକୁ ନୂଆ ଟେକ୍ନୋଲୋଜି ଆସିବା କିଛି ନୂଆ କଥା ନୁହେଁ । ପୂର୍ବରୁ ବି ଅନେକ ଟେକ୍ନୋଲୋଜି ଆସିଛି । AI ଚାକିରି କ୍ଷେତ୍ରକୁ ଯେତିକି ପ୍ରଭାବିତ କରିବ ବୋଲି ଆଲୋଚନା ହେଉଛି, ତାହା ସେପରି ପ୍ରଭାବ ପକାଇବ ନାହିଁ ବୋଲି ମୋର ଆଶା ।