• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ କାରକେଡ୍ ସହ କାର ଧକ୍କା । ତେବେ ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଲେ ଆମେରିକା ରାଷ୍ଟ୍ରପତି ଓ ତାଙ୍କ ପତ୍ନୀ । ରବିବାର ଏହି ଘଟଣା ଘଟିଛି । କାରକେଡ୍‌ ସହ ଦୁର୍ଘଟଣା ଘଟିଥିବା କାର ବାଇଡେନ୍‌ଙ୍କ ଗାଡ଼ିଠାରୁ ମାତ୍ର ୧୩୦ ମିଟର ଦୂରରେ ଥିଲା । ସୁରକ୍ଷାକର୍ମୀ ତୁରନ୍ତ ବାଇଡେନ୍‌ ଓ ତାଙ୍କ ପତ୍ନୀଙ୍କୁ ଉଦ୍ଧାର କରି ଘଟଣା ସ୍ଥଳରୁ ଅନ୍ୟତ୍ର ସ୍ଥାନାନ୍ତର କରିଥିଲେ ।

ଏହି ଘଟଣାର ତଦନ୍ତ କରୁଛି ଆମେରିକାର ସିକ୍ରେଟ ସର୍ଭିସ । ଦୁର୍ଘଟଣା ଘଟାଇଥିବା ଗାଡ଼ିରେ ଲାଗିଥିଲା VVIP ନମ୍ବର ପ୍ଲେଟ । ତେବେ ଦୁର୍ଘଟଣା ଘଟାଇଥିବା ବ୍ୟକ୍ତିଙ୍କୁ ହେପାଜତକୁ ନେଇ ତଦନ୍ତ କରୁଛି ପୋଲିସ ।