/odishatv-khabar/media/post_attachments/uploadimage/library/16_9/16_9_0/IMAGE_1681884339.jpg)
hospital fire
ହସ୍ପିଟାଲ ଭିତରେ ନିଆଁର ତାଣ୍ଡବ । ଚୀନ୍ର ରାଜଧାନୀ ବେଜିଂର ଏକ ଡାକ୍ତରଖାନାରେ ଭୀଷଣ ଅଗ୍ନିକାଣ୍ଡ(Hospital Fire) ଘଟିଛି । ଏହି ଅଗ୍ନିକାଣ୍ଡରେ ପ୍ରାୟ ୨୯ ଜଣ ଜୀବନ୍ତ ଜଳିଯାଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି । ହସ୍ପିଟାଲରେ ନିଆଁ ଲାଗିଥିବା ସମ୍ପର୍କରେ ଜଣାପଡ଼ିବା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ପାଇଁ ପହଞ୍ଚିଥିଲେ ଅଗ୍ନିଶମ ବାହିନୀ ।
ଅଗ୍ନିକାଣ୍ଡ ସମୟର ଭୟଙ୍କର ଭିଡିଓ ସବୁ ବର୍ତ୍ତମାନ ସାମ୍ନାକୁ ଆସୁଛି । ଏଥିରେ ଲୋକମାନେ ଝରକାରୁ ଡେଇଁପଡୁଥିବା ତଥା ଓହଳିଥିବା ଦେଖିବାକୁ ମିଳୁଛି । ଆଉ କିଛି ଲୋକ ନିଜ ଜୀବନ ବଞ୍ଚାଇବା ପାଇଁ ଝରକା ପାଖରେ ଥିବା ଏସି ଉପରେ ଠିଆ ହୋଇଛନ୍ତି ।
ଅଧିକ ପଢ଼ନ୍ତୁ: ଫାର୍ମରେ ଭୟଙ୍କର ବିସ୍ଫୋରଣ; ଜଳିଗଲେ ୧୮ ହଜାର ଗାଈ
#Beijing#China🇨🇳- At least 21 people killed while 71 others were evacuated in fire blaze caught at the inpatient department building of Changfeng Hospital in #Fengtai District, officials said (📹吴文行wenxingwu) pic.twitter.com/8wFY4QnUpp
— CyclistAnons🚲 (@CyclistAnons) April 18, 2023
ବେଜିଂର ଚାଙ୍ଗଫେଙ୍ଗ ହସ୍ପିଟାଲ (Beijing Changfeng Hospital) ରେ ଗତକାଲି ମଧ୍ୟାହ୍ନ ସମୟରେ ହଠାତ୍ ନିଆଁ ଲାଗି ଯାଇଥିଲା । ନିଆଁ ଦେଖି ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ସେତେବେଳକୁ ହସ୍ପିଟାଲକୁ ଗ୍ରାସି ଯାଇଥିଲା ନିଆଁ । ଚାରିଆଡ଼େ ହୁତୁହୁତୁ ହୋଇ ନିଆଁ ଜଳୁଥିବା ବେଳେ ପ୍ରାଣ ବିକଳରେ ଲୋକେ ନିଜ ରୋଗୀଙ୍କୁ ଧରି ଚାରିଆଡ଼େ ଦୌଡ଼ିବାକୁ ଲାଗୁଥିଲେ ।
ଅଗ୍ନିଶମ କର୍ମଚାରୀ ତୁରନ୍ତ ନିଆଁକୁ ଆୟତ୍ତ କରିବା ସହ ହସ୍ପିଟାଲରେ ଫସିଥିବା ଲୋକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କରିଥିଲେ । ଅଗ୍ନିକାଣ୍ଡ ଯୋଗୁ ବହୁ ଲୋକଙ୍କ ଶରୀର ଭୟଙ୍କର ଭାବେ ପୋଡ଼ି ଯାଇଥିଲା । ତୁରନ୍ତ ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ୨୯ ଜଣଙ୍କୁ ମୃତ ଘୋଷଣା କରିଥିଲେ ।
ଅନ୍ୟମାନଙ୍କ ଚିକିତ୍ସା ଚାଲିଥିବା ବେଳେ ବହୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି । ଆଗାମୀ ସମୟରେ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ପୋଲିସ୍ ଏବେ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଅଗ୍ନିକାଣ୍ଡ ପଛର କାରଣ କ’ଣ ତାହା ସ୍ପଷ୍ଟ ହୋଇନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)