/odishatv-khabar/media/post_attachments/uploadimage/library/16_9/16_9_0/IMAGE_1681457352.jpg)
Texas Dairy Farm Explosion
ଭୟଙ୍କର ବିସ୍ଫୋରଣରେ ଚାଲିଗଲା ଏକାଥରକେ ୧୮ ହଜାର ଗାଈଙ୍କ ଜୀବନ । ଆମେରିକାର ଟେକ୍ସାସ୍ରେ ଘଟିଛି ଏହି ଅଭାବନୀୟ ଘଟଣା । ଟେକ୍ସାସ୍ର ଏକ ଫାର୍ମରେ ରହୁଥିବା ୧୮ହଜାର ଗାଈ ବିସ୍ଫାରଣରେ ପ୍ରାଣ ହରାଇଥିବା ନେଇ ସୂଚନା ମିଳିଛି । ତେବେ ନିଆଁ ଲାଗିବାର କାରଣ ଏଯାଏଁ ଜଣାପଡ଼ିନାହିଁ ।
କାଷ୍ଟରୋ କଣ୍ଟ୍ରି ସେରିଫ୍ସ ଅଫିସ୍ ପକ୍ଷରୁ ଏହାର ଫଟୋ ସେୟାର କରାଯାଇଛି । ଫଟୋରେ ଭୟଙ୍କର ବିସ୍ଫୋରଣ ହୋଇଥିବା ଦେଖବାକୁ ମିଳିଛି । ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଜଣଙ୍କୁ ଉଦ୍ଧାର କରିଛି । ବିସ୍ଫୋରଣ ବେଳେ ସେ ବିଲ୍ଡିଂ ଭିତରେ ରହିଯାଇଥିଲେ । ବିଲ୍ଡିଂ ଆଖପାଖର ସମସ୍ତ ରାସ୍ତାକୁ ସୁରକ୍ଷା ଦୃଷ୍ଟିରୁ ବନ୍ଦ କରାଯାଇଛି ।
ପୂର୍ବରୁ ଆମେରିକାରେ ଏଭଳି ଅଘଟଣ କାରଣରୁ ଅନେକ ପଶୁଙ୍କ ମୃତ୍ୟୁ ହୋଇଛି । ପଶୁ କଲ୍ୟାଣ ପ୍ରତିଷ୍ଠାନ ପକ୍ଷରୁ ବାରମ୍ବାର ସଚେତନ କରାଗଲେ ମଧ୍ୟ ଏଯାଏଁ ପଶୁଙ୍କ ସୁରକ୍ଷା ପାଇଁ ଫାର୍ମ ମାନଙ୍କରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରାଯାଇନାହିଁ । କେତେକ ଫାର୍ମ ଏହି ନିୟମକୁ ମାନି ଅଗ୍ନି ନିରାପତ୍ତା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇଥିବା ବେଳେ ଅନେକ ଏହାକୁ ଅଣଦେଖା କରିଛନ୍ତି ।
୨୦୧୩ ପରେ ଆମେରିକାରେ ଏଭଳି ଭୟଙ୍କର ଅଗ୍ନିକାଣ୍ତ ଦେଖିବାକୁ ମିଳିଛି । ଯେଉଁଥିରେ ୧୮ହଜାର ଗାଈଙ୍କ ପ୍ରାଣ ଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)