/odishatv-khabar/media/post_attachments/uploadimage/library/16_9/16_9_0/IMAGE_1710233873.jpg)
Air pilots fall asleep mid-air
ପାଇଲଟ୍ଙ୍କ ଅଜବ କାରନାମା । ଉଡ଼ନ୍ତା ବିମାନରେ ଶୋଇପଡ଼ିଲେ ପାଇଲଟ୍ । ଇଣ୍ଡୋନେସିଆ ବିମାନ ବାଟିକ୍ ଏୟାରର ଦୁଇ ପାଇଲଟ୍ ବିମାନ ଉଡୁଥିବା ସମୟରେ ଶୋଇ ପଡ଼ିଥିଲେ । ଇଣ୍ଡୋନେସିଆ ସରକାର ଏବେ ଏହି ଆଶ୍ଚର୍ଯ୍ୟଜନକ ଘଟଣାର ତଦନ୍ତ କରୁଛନ୍ତି । ଜାନୁଆରୀ ୨୫ରେ ବାଟିକ୍ ଏୟାରର ବିମାନଟି ରାଜଧାନୀ ଜାକର୍ତ୍ତାରୁ ସୁଲାୱେସି ଅଭିମୁଖେ ଯାତ୍ରା କରୁଥିଲା ।
ବିମାନଟି ୨୮ ମିନିଟ୍ ପର୍ଯ୍ୟନ୍ତ ଏଭଳି ଉଡ଼ାଣ ଭରିଥିଲା, ଯେତେବେଳେ କି ଉଭୟ ପାଇଲଟ୍ ନିଘୋଡ଼ ନିଦରେ ଶୋଇଥିଲେ । ବିମାନରେ ପ୍ରାୟ ୧୫୩ ଜଣ ଯାତ୍ରୀ ଯାତ୍ରା କରୁଥିଲେ ।
ସୂଚନା ଅନୁସାରେ ଜଣେ ପାଇଲଟ୍ ତାଙ୍କ ନବଜାତ ଯାଆଁଳା ପିଲାଙ୍କ କାମ କରି ଥକି ଯାଇଥିଲେ । ଏହି କାରଣରୁ ସେ ଡ୍ୟୁଟି ସମୟରେ ଶୋଇ ପଡ଼ିଥିଲେ । ଆଉ ଜଣେ ମଧ୍ୟ କୌଣସି କାରଣ ବଶତଃ ଶୋଇପଡ଼ିଥିଲେ। ଉଭୟ ପାଇଲଟ ଶୋଇପଡ଼ିବାରୁ ବିମାନଟି କିଛି ସମୟ ପାଇଁ ବାଟ ବଣା ହୋଇଥିଲା । ଶେଷରେ ସୁରକ୍ଷିତ ଅବତରଣ କରିବାରେ ସକ୍ଷମ ହୋଇଥିଲା ।
ବିମାନରେ ଥିବା ସମସ୍ତ ୧୫୩ ଯାତ୍ରୀ ସୁରକ୍ଷିତ ଥିଲେ । ଅବହେଳା ପାଇଁ ଉଭୟ ପାଇଲଟ୍ଙ୍କୁ ଅସ୍ଥାୟୀ ଭାବେ ନିଲମ୍ବିତ କରାଯାଇଛି । ପରିବହନ ମନ୍ତ୍ରଣାଳୟ ରିପୋର୍ଟ ଅନୁଯାୟୀ, ମୁଖ୍ୟ ପାଇଲଟ୍ ବିମାନ ଉଡ଼ାଣ ଭରିବାର ଅଧ ଘଣ୍ଟା ପର୍ଯ୍ୟନ୍ତ ତାଙ୍କୁ ବିଶ୍ରାମ ଦରକାର ବୋଲି ସେ ତାଙ୍କ କୋ-ପାଇଲଟ୍ଙ୍କୁ କହିଥିଲେ । ପରେ ତାଙ୍କ କୋ-ପାଇଲଟ ବିମାନକୁ ନିୟନ୍ତ୍ରଣ କରିଥିଲେ । କିନ୍ତୁ କିଛି ସମୟ ପରେ କୋ-ପାଇଲଟ୍ ମଧ୍ୟ ଶୋଇ ପଡ଼ିଥିଲେ । ଯାହାଫଳରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)