Advertisment

Bashar al-Assad: ସିରିୟାରେ ଅସଦଙ୍କ ୨୪ ବର୍ଷର ଶାସନର ଅନ୍ତ; ଦେଶ ଛାଡ଼ି ପଳାଇଲେ ରାଷ୍ଟ୍ରପତି...

ଭୟଙ୍କର ଗୃହଯୁଦ୍ଧରେ ବିରୋଧୀ ଗୋଷ୍ଠୀଙ୍କ ଦ୍ବାରା ବିତାଡ଼ିତ ହେବା ପରେ ଦେଶଛାଡ଼ି ପଳାଇଛନ୍ତି ରାଷ୍ଟ୍ରପତି ବସର ଅଲ ଅସଦ। ଏପଟେ ରାଷ୍ଟ୍ରପତିଙ୍କ ପଳାୟନ ପରେ ରାଜଧାନୀ ଦାମାସକସକୁ ନିଜ ଦଖଲକୁ ନେଇଛନ୍ତି ବିଦ୍ରୋହୀ ସେନା।

author-image
Sujit kumar Swain
Bashar al-Assad

Bashar al-Assad

ସିରିୟାରେ ରାଷ୍ଟ୍ରପତି ବସର-ଅଲ-ଅସଦଙ୍କ ୨୪ ବର୍ଷର ଶାସନର ଅନ୍ତ। ଭୟଙ୍କର ଗୃହଯୁଦ୍ଧରେ ବିରୋଧୀ ଗୋଷ୍ଠୀଙ୍କ ଦ୍ବାରା ବିତାଡ଼ିତ ହେବା ପରେ ଦେଶଛାଡ଼ି ପଳାଇଛନ୍ତି ରାଷ୍ଟ୍ରପତି ବସର ଅଲ ଅସଦ। ଏପଟେ ରାଷ୍ଟ୍ରପତିଙ୍କ ପଳାୟନ ପରେ ରାଜଧାନୀ ଦାମାସକସକୁ ନିଜ ଦଖଲକୁ ନେଇଛନ୍ତି ବିଦ୍ରୋହୀ ସେନା। ଅସଦ ସରକାର ବିରୋଧରେ ମୁଖ୍ୟ ବିଦ୍ରୋହୀ ଗୋଷ୍ଠୀ ବିଜୟ ଘୋଷଣା କରିବା ପରେ ଏହାର ମୁଖ୍ୟ ଅବୁ ଅହମ୍ମଦ ଅଲ ଜୁଲାନି ରାଜଧାନୀ ଡାମାସକରରେ ପହଞ୍ଚିଛନ୍ତି। 

Advertisment

ଅନ୍ୟପଟେ ରାଷ୍ଟ୍ରପତି ବସର ଅଲ ଅସଦ ପରିବାର ସହ ଦେଶ ଛାଡ଼ି ରଷିଆ ପଳାଇଛନ୍ତି। ଏପଟେ ଦେଶରେ ଶାନ୍ତିପୂର୍ଣ୍ଣ ଭାବେ କ୍ଷମତା ହସ୍ତାନ୍ତରୀକରଣ ହେଉ ବୋଲି ରୁଷିଆ କହିଛି। ସିରିଆ ପ୍ରସଙ୍ଗରେ ଜାତିସଂଘରେ ଆଲୋଚନା ପାଇଁ ମଧ୍ୟ ପ୍ରସ୍ତାବ ରଖିଛି ରୁଷ୍ । ଅନ୍ୟପଟେ ଲେବାନନରେ ଥିବା ସିରିଆର ଶରଣାର୍ଥୀମାନେ ଉତ୍ସବ ମନାଇଛନ୍ତି। 

ଅଧିକ ପଢନ୍ତୁ : ଏହି ମୁସଲିମ୍ ଦେଶରୁ ଆରମ୍ଭ ହେବ ତୃତୀୟ ବିଶ୍ୱଯୁଦ୍ଧ; ଡରାଇଲା ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ

Advertisment

ସେହିଭଳି ବିଶ୍ବର ବିଭିନ୍ନ ସ୍ଥାନରେ ଥାଇ ସିରିଆର ବସର ସରକାରକୁ ବିରୋଧ କରୁଥିବା ଗୋଷ୍ଠୀ ଜୋରଦାର ବିଜୟ ଉତ୍ସବ ମନାଇଛନ୍ତି। ସିରିଆରେ ଆଜିକୁ ଦୀର୍ଘ 14 ବର୍ଷ ଧରି ଗୃହ ଯୁଦ୍ଧ ଲାଗି ରହିଥିବା ବେଳେ ଏଥିପାଇଁ ଦେଶର ବହୁ ନାଗରିକ ଅନ୍ୟ ଦେଶରେ ଶରଣାର୍ଥୀ ଭାବେ ଜୀବନ ବିତାଉଥିଲେ। ସେପଟେ ଏହି ବିଜୟକୁ ଲୋକଙ୍କ ବିଜୟ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ସିରିଆର ବିକାଶ ପାଇଁ ଆମେରିକା ସହଯୋଗର ହାତ ବଢାଇବ ବୋଲି କହିଛନ୍ତି । 

ଅନ୍ୟପଟେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ମିଡିଲ-ଇଷ୍ଟ ପାଇଁ ଏହା ଐତିହାସିକ ଦିନ ବୋଲି କହିଛନ୍ତି। ଅସଦଙ୍କ ସମର୍ଥକ ହିଜୁବୁଲ ଓ ଇରାନ ବିରୋଧରେ ଇସ୍ରାଏଲର ଆକ୍ସନର ଏହା ପ୍ରତିଫଳନ ବୋଲି ସେ କହିଛନ୍ତି । ଅନ୍ୟପଟେ ସଂକଟ ମଧ୍ୟରେ ସବୁ ଭାରତୀୟ ସୁରକ୍ଷିତ ଥିବା କହିଛି ଭାରତୀୟ ଦୂତାବାସ ।

Syria
Advertisment
Advertisment