Advertisment

Smoking Ban: ଧୂମପାନକାରୀ ସାବଧାନ, ଏହି ତାରିଖରୁ ଲାଗିବ ବ୍ୟାନ: ନ ମାନିଲେ ଗଣିବେ ୧୨ ହଜାର

ଧୂମ୍ରପାନ ଦ୍ବାରା ଶିଶୁ ମାନେ ହିଁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥାନ୍ତି। ଏପରି ସ୍ଥିତିରେ ବିଶ୍ବର ଏକ ରାଷ୍ଟ୍ର ଧୂମ୍ରପାନ ଉପରେ ବ୍ୟାନ ଲଗାଇବାକୁ ଯାଉଛି। ବିଶ୍ବର ୭୪ଟି ରାଷ୍ଟ୍ରରେ ସର୍ବସାଧାରଣ ସ୍ଥାନରେ ଧୂମପାନ ମନା। ଏହି ତାଲିକାରେ ଆଉ ଏକ ରାଷ୍ଟ୍ର ସାମିଲ ହେବାକୁ ଯାଉଛି।

ଅଦ୍ୟତନ ହୋଇଛି
smoking

smoking

Advertisment

ଧୂମ୍ରପାନ ଏଭଳି ଏକ ଅଭ୍ୟାସ ଯାହା ଦ୍ବାରା ବାର୍ଷିକ ୮୦ ଲକ୍ଷ ଲୋକ ମୃତ୍ୟୁ ବରଣ କରିଥାନ୍ତି। ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଏହା ଆକଳନ କରାଯାଇଥିବା ବେଳେ ବାସ୍ତବ ସଂଖ୍ୟା ଏହାଠାରୁ ଅଧିକ ରହିପାରେ। ତଥାପି ବି ଲୋକମାନ ଏହାକୁ ନେଇ ସଚେତନ ହେଉ ନାହାନ୍ତି। ସରକାରଙ୍କ ପକ୍ଷରୁ ବିଭିନ୍ନ ସଚେତନତା ଅଭିଯାନରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି।

Advertisment

ଧୂମ୍ରପାନ ଦ୍ବାରା ଶିଶୁ ମାନେ ହିଁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥାନ୍ତି। ଏପରି ସ୍ଥିତିରେ ବିଶ୍ବର ଏକ ରାଷ୍ଟ୍ର ଧୂମ୍ରପାନ ଉପରେ ବ୍ୟାନ ଲଗାଇବାକୁ ଯାଉଛି। ବିଶ୍ବର ୭୪ଟି ରାଷ୍ଟ୍ରରେ ସର୍ବସାଧାରଣ ସ୍ଥାନରେ ଧୂମପାନ ମନା। ଏହି ତାଲିକାରେ ଆଉ ଏକ ରାଷ୍ଟ୍ର ସାମିଲ ହେବାକୁ ଯାଉଛି। ଫ୍ରାନ୍ସ ଧୂମ୍ରପାନକୁ ନେଇ ରହିଥିବା ନିଜର ନିୟମକୁ କଡାକଡି କରିବାକୁ ଯାଉଛି। ଆସନ୍ତା ମାସ ଜୁଲାଇ ୧ ତାରିଖରୁ କୌଣସି ସର୍ବସାଧାରଣ ସ୍ଥାନରେ ଧୂମପାନ କରିବା ଉପରେ ସମ୍ପୂର୍ଣ୍ଣ କଟକଣା ଲାଗୁ କରାଯିବ ବୋଲି ଘୋଷଣା କରିଛନ୍ତି ଫ୍ରାନ୍ସର ସ୍ବାସ୍ଥ୍ୟ ମନ୍ତ୍ରୀ କ୍ୟାଥେରିନ ଭଟ୍ରିନ।

ଅଧିକ ପଢ଼ନ୍ତୁ: ହଜାରେ ଫୁଟ ତଳକୁ ଖସିଲା ଟୁରିଷ୍ଟ କାର, ନିଖୋଜଙ୍କ ମଧ୍ୟରେ ୪ ଓଡ଼ିଆ

ଫ୍ରାନ୍ସ ଡେଲିକୁ ସାକ୍ଷାତକାର ଦେବା ଅବସରରେ ଭଟ୍ରିନ ଏହା ସ୍ପଷ୍ଟ କରିଛନ୍ତି। ଯେଉଁ ସ୍ଥାନରେ ଶିଶୁଙ୍କ ଉପସ୍ଥିତି ସେ ସ୍ଥାନରେ ଧୂମପାନ ବନ୍ଦ କରାଯିବ ବୋଲି କ୍ୟାଥେରିନ ଘୋଷଣା କରିଛନ୍ତି। ସମୂଦ୍ରକୂଳ, ପାର୍କ ଓ ବସଷ୍ଟପ ଗୁଡିକରେ ଶିଶୁମାନେ ରହୁଥିବାରୁ ଏହି ସ୍ଥାନ ଗୁଡିକରେ ଧୂମ୍ରପାନ ଉପରେ କଟକଣା ଲାଗୁ କରାଯିବ। ଜୁଲାଇ ମାସ ୧ ତାରିଖରୁ ଏହି ନିୟମ ଲାଗୁ କରାଯିବ ବୋଲି ସେ କହିଛନ୍ତି। ଏହା ସହିତ ଷ୍ଟାଡିୟମ ଗୁଡିକରେ ମଧ୍ୟ ଧୂମ୍ରପାନ ଉପରେ ଏଭଳି କଟକଣା ଲାଗୁ କରାଯିବ।

Advertisment

ଯଦି କେହି ଏହି ନିୟମର ଉଲ୍ଲଂଘନ କରନ୍ତି ତେବେ ସେମାନଙ୍କ ଉପରେ ୩୫ ୟୁରୋ ବା ୧୪୨ ଡଲାର ଫାଇନ ଲାଗୁ କରାଯିବ। ଅର୍ଥାତ ନିୟମ ନ ମାନିଲେ ଭାରତୀୟ ମୁଦ୍ରାରେ ୧୨ ହଜାର ଟଙ୍କା ଫାଇନ ଗଣିବାକୁ ପଡିବ। ତେବେ କାଫେ ଗୁଡିକର ଟେରାକରେ ଧୂମ୍ରପାନ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ରଖାଯାଇ ପାରିବ। ଫ୍ରାନ୍ସରେ ବର୍ଷକୁ ୭୫ ହଜାର ଲୋକ ଧୂମ୍ରପାନ କାରଣରୁ ମୃତ୍ୟୁମୁଖରେ ପଡିଥାନ୍ତି। ନିକଟରେ କରାଯାଇଥିବା ସର୍ଭେ ଅନୁସାରେ ଫ୍ରାନ୍ସର ୬୨ ପ୍ରତିଶତ ଅର୍ଥାତ ପ୍ରତି ୧୦ ଜଣରୁ ୬ ଜଣ ଲୋକ ସର୍ବସାଧାରଣ ସ୍ଥାନରେ ଧୂମ୍ରପାନକୁ ବିରୋଧ କରିଥାନ୍ତି।

ଅଧିକ ପଢ଼ନ୍ତୁ: ରାକ୍ଷସ ପୁଅର ନାରକୀୟ କାଣ୍ଡ, ନିଶା ଖାଇବାକୁ ଟଙ୍କା ନ ମିଳିବାରୁ...

France Smoking
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ