• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦକ୍ଷିଣ ଆମେରିକୀୟ ଦେଶ ଗୁଏନାରେ ବଡ଼ ଅଘଟଣ । ଏଠାରେ ଥିବା ଏକ ସ୍କୁଲ ହଷ୍ଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଅତି କମରେ ୨୦ ଜଣ ଛାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ରାଜଧାନୀ ଜର୍ଜଟାଉନ ଠାରୁ ପ୍ରାୟ ୩୨୦ ୦ କିମି ଦୂର ମହିଦା ଟାଉନର ଏକ ମାଧ୍ୟମିକ ବିଦ୍ୟାଳୟର ହଷ୍ଟେଲରେ ଏହି ଅଘଟଣ ଘଟିଛି । ତେବେ ହଷ୍ଟେଲ୍‌ରେ ନିଆଁ କିପରି ଲାଗିଲା, ତାହା ସ୍ପଷ୍ଟ ହୋଇପାରି ନାହିଁ ।

ସ୍କୁଲରେ ୧୨ରୁ ୧୮ ବର୍ଷର ଛାତ୍ରୀ ପାଠ ପଢ଼ୁଥିଲେ...

ସରକାରଙ୍କ ବୟାନ୍‌ ଅନୁସାରେ, ଅଗ୍ନିକାଣ୍ଡ ଯୋଗୁଁ ଅନେକ ଛାତ୍ରୀ ପୋଡ଼ି ହୋଇ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ବର୍ତ୍ତମାନ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଗୁରୁତର ଛାତ୍ରୀଙ୍କୁ ସରକାରଙ୍କ ପକ୍ଷରୁ ଏୟାରଲିପ୍ଟ କରାଯାଯାଉଛି । ସୁରକ୍ଷା ପରାମର୍ଶଦାତାଙ୍କ ଅନୁସାରେ,. ରବିବାର-ସୋମବାର ମଧ୍ୟରାତ୍ରୀରେ ସ୍କୁଲ ହଷ୍ଟେଲରେ ନିଆଁ ଲାଗିଥିଲା । ଏହି ସ୍କୁଲରେ ୧୨ ବର୍ଷରୁ ଆରମ୍ଭ କରି ୧୮ ବର୍ଷର ଛାତ୍ରୀ ପାଠ ପଢ଼ୁଛନ୍ତି ।

ଅଧିକ ପଢ଼ନ୍ତୁ: ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୨୯ ଜଣ

ତେବେ ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ନିଆଁ ଲିଭାଇବା ପାଇଁ ୨୪ ଘଣ୍ଟାରୁ ଅଧିକ ସମୟ ଲାଗିଛି । ସ୍କୁଲ ସମ୍ପୂର୍ଣ୍ଣ ରୂପରେ ଜଳିପୋଡ଼ି ପାଉଁଶ ହୋଇଯାଇଛି । ଅନ୍ୟପଟେ ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ । ତେବେ ଗୁଏନା ରାଷ୍ଟ୍ରପତି ଏହାକୁ ଏକ ବଡ଼ ବିପର୍ଯ୍ୟୟ ବୋଲି କହିଛନ୍ତି ।