Advertisment

ଶ୍ରୀଲଙ୍କାରେ ଭୟଙ୍କର ହିଂସା: ଶାସକ ଦଳର ସାଂସଦ ଅତୁକୋରାଲା ମୃତ

ଦେଶରେ ଜରୁରୀ ପରିସ୍ଥିତି ଓ କର୍ଫ୍ୟୁ ସତ୍ତ୍ୱେ ପରିସ୍ଥିତି ଅଣାୟତ୍ତ ହେଉଥିବାରୁ ଚିନ୍ତା ବଢ଼ିଛି।

author-image
Chandan Shishu
Srilanka Crisis

Srilanka Crisis

ଶ୍ରୀଲଙ୍କାରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଭୟଙ୍କର ହିଂସା ସଂଗଠିତ ହୋଇଛି। ହିଂସାରେ ଜଣେ ସରକାରୀ ଦଳର ସାଂସଦ ଅତୁକୋରାଲାଙ୍କ ମୃତ୍ୟୁ ଘଟିଛି। ଦିନକ ଭିତରେ ସାଂସଦଙ୍କ ସମେତ ୫ ଜଣଙ୍କ ଜୀବନ ଯାଇଥିବା ବେଳେ ୨ ଶହରୁ ଅଧିକ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି।  ଏତିକିରେ ଥମିନାହିଁ ହିଂସା, ବିଦାୟୀ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ସଙ୍କ ବାସଭବନରେ ବି ଭଙ୍ଗାରୁଜା ହୋଇଛି।

Advertisment

ଜଣେ ସାଂସଦଙ୍କ ଘର ଜାଳି ଦିଆଯାଇଥିବା ବେଳେ ଅନେକ ସାଂସଦଙ୍କ ଘରେ ଆକ୍ରମଣ ହୋଇଛି। ଦେଶରେ ଜରୁରୀ ପରିସ୍ଥିତି ଓ କର୍ଫ୍ୟୁ ସତ୍ତ୍ୱେ ପରିସ୍ଥିତି ଅଣାୟତ୍ତ ହେଉଥିବାରୁ ଚିନ୍ତା ବଢ଼ିଛି।

ଘୋର ଆର୍ଥିକ ସଂକଟ ପାଇଁ ସବୁଠି ରାସ୍ତାକୁ ଓହ୍ଲାଉଛନ୍ତି ଲୋକେ। ସେପଟେ ସ୍ୱାଧୀନତା ପରେ ଦେଶରେ ପ୍ରଥମ ଥର ପାଇଁ ଆର୍ଥିକ ସଙ୍କଟ ଉତ୍କଟ ରୂପ ଧାରଣ କରିବା ପରେ ରାଜପକ୍ଷ ନିଜ ପଦରୁ ଇସ୍ତଫା ଦେଇଥିବା ବେଳେ ରାଷ୍ଟ୍ରପତି ଗୋଟାବାୟା ମଧ୍ୟ ଇସ୍ତଫା ଦିଅନ୍ତୁ ବୋଲି ଦାବି ଜୋର ହୋଇଛି।   

Advertisment
Srilanka Economic Crisis
Advertisment
Advertisment