• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆମେରିକାରେ ନ୍ୟୁୟର୍କର ବଫେଲୋ ସୁପର ମାର୍କେଟରେ ଗଣହତ୍ୟା । ଜଣେ ଆତତାୟୀର ଆଖିବୁଜା ଗୁଳିମାଡ଼ରେ ୧୦ ଜଣଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ଜଣେ ୧୮ ବର୍ଷର ବନ୍ଧୁକଧାରୀ ଯୁବକ ଏହି କାଣ୍ଡ ଭିଆଇଥିବା ବେଳେ ପୋଲିସ ତାକୁ ଗିରଫ କରିଛି । ତା’ନିକଟରୁ ଏକ ଅତ୍ୟାଧୁନିକ ମାରଣାସ୍ତ୍ର ଜବତ କରାଯାଇଛି ।

ଏହି ୧୮ ବର୍ଷୀୟ ଯୁବକ ଜଣଙ୍କ ଆମେରିକା ସେନା ପୋଷାକ ପରିଧାନ କରି ଏହି ଗଣହତ୍ୟାକୁ ରୂପ ଦେଇଛି । ପୋଲିସର ସୂଚନା ଅନୁସାରେ ସଂପୃକ୍ତ ଯୁବକ ଜଣଙ୍କ ସରେଣ୍ଡର କରିବା ପୂର୍ବରୁ ୧୨ ଜଣଙ୍କୁ ଟାର୍ଗେଟ କରି ଗୁଳିମାଡ଼ କରିଥିଲେ । ଏଥିରେ ୧୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଆମେରିକାରେ ହେଟ୍ କ୍ରାଇମ୍ ହାର ବଢ଼ୁଥିବା ବେଳେ ଏହା ଦିନକୁ ଦିନ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।