• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଗର୍ଭପାତ ମେଡିସିନ୍‌ ଉପରେ ଲାଗିବନି ପ୍ରତିବନ୍ଧକ । ମେଡିସିନ୍‌ ମିଫେପ୍ରିଷ୍ଟୋନ ଉପରେ ପ୍ରତିବନ୍ଧକ ନଲଗାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷ କରି ବହୁଳ ମାତ୍ରାରେ ବ୍ୟବହାର କରାଯାଉଥିବା ଏହି ମେଡିସନ୍‌କୁ ନେଇ ଆମେରିକାର ସୁପ୍ରିମ୍‌କୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି ।

ପୂର୍ବରୁ ମଧ୍ୟ ଏହି ମେଡିସିନ୍‌ ଉପରେ ଆମେରିକାର ସୁପ୍ରିମ୍‌କୋର୍ଟ ଶୁଣାଣି କରିଥିଲେ । ମିଫେପ୍ରିଷ୍ଟୋନ ଟାବ୍ଳେଟ୍‌କୁ ନିଷେଧ କରିଥିଲେ ଆମେରିକା ସୁପ୍ରିମ୍‌କୋର୍ଟ । ସେତେବେଳେ ଏହି ଗର୍ଭପାତ ମେଡିସିନ୍‌କୁ ନେଇ ବିଚାର ଜାରି ରହିଥିଲା । ଜନ୍ମ ପୂର୍ବରୁ ଭ୍ରୁଣ ହତ୍ୟାପାଇଁ ଏହାକୁ ବ୍ୟବହାର କରାଯାଉଥିଲା । ଫଳରେ ଆମେରିକାର ସୁପ୍ରିମ୍‌କୋର୍ଟ ଏହାକୁ ନିଷେଧ କରିଥିଲେ ।

ଆମେ ଏଠାରେ କହିରଖିବୁ ମିଫେପ୍ରିଷ୍ଟୋନକୁ ସାଧାରଣତଃ ଗର୍ଭପାତ ପାଇଁ ବ୍ୟବହାର କରାଯାଏ । ଆମେରିକାର ଖାଦ୍ୟ ଓ ଔଷଧ ପ୍ରଶାସନ ବା (FDA) ମିଫେପ୍ରିଷ୍ଟୋନ ଟାବଲେଟର ବ୍ୟବହାରକୁ ଅନୁମୋଦନ କରିଛି । ମାର୍ଚ୍ଚ ୭, ୨୦୨୩ରେ ମିଫେପ୍ରିଷ୍ଟୋନ ଔଷଧ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା ।

ଏହି ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ପ୍ରତିକ୍ରିୟା ରଖିଛନ୍ତି । ବାଇଡେନ କହିଛନ୍ତି, ଅଦାଲତର ରାୟ FDA ଡାକ୍ତରଙ୍କ ବିଚାରକୁ କ୍ଷୁର୍ଣ୍ଣ କରିଛି । ଏଥିସହିତ ମହିଳାମାନଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ରହିଛି । ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ସ୍ପଷ୍ଟ କରୁଛି ଯେ, ମିଫେପ୍ରିଷ୍ଟୋନ ଔଷଧ ସୁରକ୍ଷିତ ଅଛି ।

OTV is now on Whatsapp

Join and get latest news update delivered to you via whatsapp

Join Now