Advertisment

Special Story: ପୁଣିଥରେ ଜଳିଲାଣି ଆମେରିକା ଜଙ୍ଗଲ, ଛାନିଆ ଲୋକେ

ଆମେରିକାର ଜାତୀୟ ପାଣିପାଗ ବିଭାଗ ଏନେଇ ଆଖପାଖ ଅଞ୍ଚଳରେ ସତର୍କତା ଜାରି କରିଛି । କମ୍ ଆର୍ଦ୍ରତା ଏବଂ ଶୁଖିଯାଇଥିବା ଗଛଲତା ଯୋଗୁଁ ନିଆଁ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ।

ଅଦ୍ୟତନ ହୋଇଛି
ପୁଣି ଆମେରିକାରେ ନିଆଁ

ପୁଣି ଆମେରିକାରେ ନିଆଁ

Advertisment

ପୁଣିଥରେ ଆମେରିକାରେ ତାଣ୍ଡବ ମଚାଇବା ଆରମ୍ଭ କଲାଣି ପ୍ରକୃତି । ନିଆଁର କରାଳ ଆଁ ଭିତରକୁ ଚାଲିଯିବାକୁ ବସିଛି ଆମେରିକାର ଉତ୍ତର ଏବଂ ଦକ୍ଷିଣ କାରୋଲିନା ରାଜ୍ୟ । ପ୍ରବଳ ପବନ ସହିତ ଜଳୁଥିବା ନିଆଁ ଦ୍ରୁତ ଗତିରେ ବ୍ୟାପୀ ସମଗ୍ର ଅଞ୍ଚଳକୁ ପ୍ରଭାବିତ କରିଛି । ଏହି ଅଗ୍ନିକାଣ୍ଡ ଲୋକଙ୍କ ପାଇଁ ଗମ୍ଭୀର ବିପଦର କାରଣ ପାଲଟିଛି। ଉତ୍ତର ଏବଂ ଦକ୍ଷିଣ କାରୋଲିନାରେ ଜଙ୍ଗଲରେ ଲାଗିଥିବା ନିଆଁ ଏବେ ଥମିବାର ନାଁ ନେଉନି।

Advertisment

ଅଧିକ ପଢ଼ନ୍ତୁ: ଆମ ଉପରେ ଯିଏ ଯେତିକି ଶୁଳ୍କ ଲଗାଇବ, ତା ଉପରେ ସେତିକି ଶୁଳ୍କ ଲାଗିବ: ଡୋନାଲ୍ଡ ଟ୍ରମ୍ପ

ଆମେରିକାର ଜାତୀୟ ପାଣିପାଗ ବିଭାଗ ଏନେଇ ଆଖପାଖ ଅଞ୍ଚଳରେ ସତର୍କତା ଜାରି କରିଛି । କମ୍ ଆର୍ଦ୍ରତା ଏବଂ ଶୁଖିଯାଇଥିବା ଗଛଲତା ଯୋଗୁଁ ନିଆଁ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ବନ ବିଭାଗ ଆକଳନ କରିଛି ଯେ ନିଆଁ ପ୍ରାୟ ୪.୯ ବର୍ଗ କିଲୋମିଟର ବ୍ୟାପିଛି ଏବଂ ଏପର୍ଯ୍ୟନ୍ତ ଏହାକୁ ନିୟନ୍ତ୍ରଣ କରାଯାଇ ନାହିଁ । ଫଳରେ ବନାଗ୍ନିର ମୁକାବିଲା ପାଇଁ ଦକ୍ଷିଣ କାରୋଲିନା ରାଜ୍ୟପାଳ ହେନରୀ ମ୍ୟାକମାଷ୍ଟର ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି।

Advertisment

ଅଧିକାରୀମାନଙ୍କ କହିବା ଅନୁସାରେ ନିଆଁ ଏବେ ଜଙ୍ଗଲ ମଧ୍ୟରେ ସୀମିତ ଅଛି । ଏପର୍ଯ୍ୟନ୍ତ କୌଣସି ନିର୍ମାଣକୁ କ୍ଷତି ପହଞ୍ଚାଇ ନାହିଁ କିମ୍ୱା ଏଥିରେ କେହି ମୃତାହତ ହୋଇ ନାହାଁନ୍ତି । ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ୪୧୦ ଜଣ ଫାୟାର ଫାଇଟରଙ୍କୁ ନିୟୋଜିତ କରାଯାଇଛି । ଆଉ ଆଶା କରାଯାଉଛି ଏହାକୁ ଖୁବଶୀଘ୍ର ଆୟତ୍ତ କରାଯାଇପାରିବ।

ତେବେ ଗତ ଜାନୁଆରୀ ମାସ ୭ ତାରିଖରେ କାଲିଫର୍ଣ୍ଣିଆ ଜଙ୍ଗଲରେ ଲାଗିଥିବା ନିଆଁ ଆମେରିକାରେ ବ୍ୟାପକ ତାଣ୍ଡବ ମଚାଇଥିଲା। ପ୍ରାୟ ୨୧ ଦିନ ଧରି ଲାଗିଥିବା ଏହି କାଳଅଗ୍ନିରେ ମୋଟ ୧୬,୨୪୦ ଘର ନଷ୍ଟ ହୋଇଥିବା ବେଳେ ପ୍ରାୟ ୨୯ ଜଣଙ୍କ ମୃତ୍ୟୁ ହୋଇଥିଲା। ଆଉ ଆମେରିକାର ପାଖାପାଖି ୧୬୪ ବିଲିୟନ ଡଲାର ସମ୍ପତ୍ତି ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। ଆମେରିକା ଭଳି ସୁପର ପାଓ୍ବାର ମଧ୍ୟ ଏ ନିଆଁକୁ କିପରି ଆୟତ୍ତ କରିବ ଉପାୟ ଶୂନ୍ୟ ହୋଇଯାଇଥିଲା। ସେଭଳି କ୍ଷେତ୍ରରେ ଉତ୍ତର ଏବଂ ଦକ୍ଷିଣ କାରୋଲିନା ଜଙ୍ଗଲରେ ଲାଗିଥିବା ନିଆଁ ଆମେରିକାକୁ ପୁଣି ଥରେ ସେହି ପରିସ୍ଥିତି ଆଡକୁ ଠେଲି ଦେଉନି ତ ?

Advertisment

ଅଧିକ ପଢ଼ନ୍ତୁ: ଜୟଶଙ୍କରଙ୍କ କଥା ଯଦି ଶୁଣିଥାନ୍ତେ ଜେଲେନସ୍କି…ଟ୍ରମ୍ପଙ୍କ ସହ ହୋଇ ନ ଥାନ୍ତା ଏମିତି ବାକଯୁଦ୍ଧ !

Fire Breaks Out
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ