Advertisment

Twitter ପରେ ଏବେ ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ ପାଳି ! ବିଦା ହେବେ କର୍ମଚାରୀ...

ସାରା ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ଖବର ସାମ୍ନାକୁ ଆସୁଥିବା ବେଳେ Parent କମ୍ପାନୀ ମେଟା ପ୍ଲାଟ୍‌ଫମର୍ସ ଇଙ୍କ୍‌(Meta Platforms Inc.) ଏବେ ବଡ଼ଧରଣର ଛଟେଇ ପାଇଁ ଯୋଜନା କରୁଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Social Media

After Twitter Facebook And Instagram Employees May Layoffs

ସାରା ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ଖବର ସାମ୍ନାକୁ ଆସୁଥିବା ବେଳେ Parent କମ୍ପାନୀ ମେଟା ପ୍ଲାଟ୍‌ଫମର୍ସ ଇଙ୍କ୍‌(Meta Platforms Inc.) ଏବେ ବଡ଼ଧରଣର ଛଟେଇ ପାଇଁ ଯୋଜନା କରୁଛି। ଏନେଇ ୱାଲ୍‌ ଷ୍ଟ୍ରିଟ୍‌ ଜର୍ଣ୍ଣାଲ୍‌(Wall Street Journal)ର ଏକ ରିପୋର୍ଟରେ ପ୍ରକାଶ ପାଇଛି। ଏହିସବୁ କମ୍ପାନୀରେ ଚାକିରି କରୁଥିବା ଲୋକଙ୍କ ବୟାନ ଆଧାରରେ ଏହି ଖବର ପ୍ରକାଶିତ ହୋଇଛି।

Advertisment

ଅଧିକ ପଢ଼ନ୍ତୁ: ଏଲୋନ୍‌ଙ୍କ ୟୁ-ଟର୍ଣ୍ଣ ! ପ୍ରଥମେ ଚାକିରିରୁ ବିଦା କଲେ, ଏବେ କର୍ମଚାରୀଙ୍କୁ ପୁଣି ଡାକିଲେ

ପ୍ରକାଶିତ ରିପୋର୍ଟ ଅନୁସାରେ, ବୁଧବାର ସୁଦ୍ଧା ଛଟେଇ ହୋଇପାରେ। ଚଳିତ ସପ୍ତାହରେ କୌଣସି ଅନ୍ୟାବଶ୍ୟକ ଯାତ୍ରା(Non-essential travel) ନକରିବା ପାଇଁ କର୍ମଚାରୀଙ୍କୁ କମ୍ପାନୀ ପକ୍ଷରୁ କୁହାଯାଇଛି। ୱାଲ୍‌ ଷ୍ଟ୍ରିଟ୍‌ ଜର୍ଣ୍ଣାଲ୍‌ ଅନୁସାରେ, ଏନେଇ ମେଟାର ପ୍ରବକ୍ତା ପ୍ରତିକ୍ରିୟା ରଖିବାକୁ ମନା କରିଦେଇଛନ୍ତି। 

Advertisment

ଫେସ୍‌ବୁକ୍‌ ସିଇଓ ମାର୍କ ଜୁକରବର୍ଗ ସେପ୍ଟେମ୍ବରରେ ଛଟେଇ ନେଇ ଯୋଜନା କରିଥିଲେ। ୨ଟି ମୁଖ୍ୟ ପ୍ଲାଟ୍‌ଫର୍ମ ଫେସ୍‌ବୁକ୍‌ ଓ ଇନଷ୍ଟାଗ୍ରାମର ଅଭିବୃଦ୍ଧି ମନ୍ଥର ହେବାପରେ ପୁଣିଥରେ ସଂଗଠନକୁ ମଜବୁତ୍‌ ଓ କାର୍ଯ୍ୟବଳକୁ ହ୍ରାସ କରିବା ଇତ୍ୟାଦି ଏହି ଯୋଜନାରେ ସାମିଲ ଥିଲା। ସେହି ସମୟରେ ଜୁକରବର୍ଗ କହିଥିଲେ ଯେ, ଚଳିତ ବର୍ଷ ତୁଳନାରେ ୨୦୨୩ରେ ମେଟା ଆହୁରି ଛୋଟ ହୋଇଯିବ। ଯଦି ଏପରି ହୁଏ ତା’ହେଲେ ଟ୍ୱିଟର ଭଳି ଫେସ୍‌ବୁକ୍‌ ଓ ଇନଷ୍ଟାଗ୍ରାମରେ ମଧ୍ୟ କର୍ମଚାରୀଙ୍କ ଛଟେଇ ହୋଇପାରେ। 

କାହିଁକି ହେଉଛି ଛଟେଇ ?

ସାରା ଦୁନିଆରେ ମେଟାର ପ୍ରଡକ୍ଟ ଅଧିକ ବ୍ୟବହାର ହେଉଛି। ଏଥିରେ ଫେସ୍‌ବୁକ୍‌, ଇନଷ୍ଟାଗ୍ରାମ ଓ ହ୍ୱାଟ୍ସଆପ୍‌ ରହିଛି। କିନ୍ତୁ ଇଣ୍ଟରନେଟ୍‌କୁ ଏକ ନୂଆ ସ୍ତରରେ ପହଞ୍ଚାଇବା ପାଇଁ ମେଟାଭର୍ସ ବିଜ୍‌ନେସ୍‌ରେ କମ୍ପାନୀକୁ ଅଧିକ ନିବେଶ କରିବାକୁ ପଡ଼ୁଛି। ତେବେ ବର୍ତ୍ତମାନ ସୁଦ୍ଧା ଯେତିକି ନିବେଶ ହୋଇଛି, ସେହି ଅନୁସାରେ ରିଟର୍ଣ୍ଣ ମିଳି ନାହିଁ। ତେଣୁ ଏଭଳି ସ୍ଥିତିରେ କମ୍ପାନୀ ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ସଂଘର୍ଷ କରୁଛି। ଅନ୍ୟପକ୍ଷେ, ଆମେରିକା ଶେୟାର ବଜାରରେ ଆର୍ଥିକ ମାନ୍ଦା ଅବସ୍ଥା ଯୋଗୁ ଫେସ୍‌ବୁକ୍‌ର ଶେୟାର ମଧ୍ୟ ହ୍ରାସ ପାଇଛି। ଚଳିତ ବର୍ଷ କମ୍ପାନୀର ଶେୟାର ପାଖାପାଖି ୭୩% ହ୍ରାସ ପାଇଛି। ମାର୍କ ଜୁକରବର୍ଗଙ୍କ ଆୟ ମଧ୍ୟ କମିଛି। 

ବିଶ୍ୱର ସବୁଠୁ ବଡ଼ ଧନୀ ବ୍ୟକ୍ତି ତଥା ଟ୍ୱିଟର(Twitter)ର ନୂଆ ବସ୍‌ ଏଲନ୍‌ ମସ୍କ(Elon Musk) କମ୍ପାନୀକୁ ନିଜ ଅଧିନକୁ ନେବା ପରେ ଗୋଟିଏ ପରେ ଗୋଟିଏ ବଡ଼ ନିଷ୍ପତ୍ତି ନେଉଛନ୍ତି।ଏଲନ୍‌ ମସ୍କ ଟ୍ୱିଟର ସିଇଓ ପରାଗ ଅଗ୍ରୱାଲ୍‌ଙ୍କ ସମେତ ବଡ଼ ବଡ଼ ଅଧିକାରୀମାନଙ୍କୁ କମ୍ପାନୀରୁ ବିଦା କରିବା ପରେ ବ୍ଲୁ ଟିକ୍‌ ଥିବା ଆକାଉଣ୍ଟଧାରୀଙ୍କଠୁ ଫି’ ଚାର୍ଜ ନେଇ ଘୋଷଣା କରିଥିଲେ। ଏହାପରେ ଟ୍ୱିଟର କର୍ମଚାରୀଙ୍କ ଛଟେଇ ହୋଇଥିଲା। 

Twitter Facebook Instagram Social Media
Advertisment
Advertisment