Advertisment

ଚାଲିଗଲେ ସୋସିଆଲ ମିଡିଆର ଚର୍ଚ୍ଚିତ ଚେହେରା ଅମିର ଲିଆକତ

ଲିଆକତଙ୍କ ଡ୍ରାଇଭର ଡାଭେଦଙ୍କୁ ପଚରାଉଚରା କରୁଛି ପୋଲିସ।

author-image
Chandan Shishu
ଅଦ୍ୟତନ ହୋଇଛି
Aamir liaquat

Aamir liaquat

ଯାହାଙ୍କ ପାଟିରୁ କଥା ବାହାରିଲେ, ହସି ହସି ବେଦମ୍ ହେଉଥିଲେ ଦର୍ଶକ। ସେ ଆଉ ନାହାନ୍ତି। ପାକିସ୍ତାନର ନେତା ତଥା ଲୋକପ୍ରିୟ ଟିଭି ଆଙ୍କର ଅମିର ଲିଆକତଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୪୯ ବର୍ଷ ହୋଇଥିଲା। ଲିଆକ୍ୱତ୍‌ଙ୍କ ଅନେକ ମଜାଳିଆ କମେଡି ତଥା ମେମ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଅନେକ ଭିଡିଓରେ 'Aah Ha Ha ha Wah wah wah' ପରି ଅନେକ ମେମ୍ ମଧ୍ୟ ଦେଖିବାକୁ ମିଳେ। ହେଲେ ତାଙ୍କର ଅକାଳ ବିୟୋଗକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଦର୍ଶକ ଓ ପ୍ରଶଂସକମାନେ। 

Advertisment

ପାକିସ୍ତାନ୍‌ର ପିଟିଆଇ ନେତା ଅମିର ଲିଆକତ ତାଙ୍କ ଖୁଦାଦ କଲୋନୀ ବାସଭବନରେ ଥିବାବେଳେ ସେ ଅସୁସ୍ଥ ଅନୁଭବ କରିଥିଲେ। ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ସୂଚନା ଅନୁସାରେ ଗତ ବୁଧବାର ରାତିରେ ଲିଆକତ ଅସୁସ୍ଥ ଅନୁଭବ କରିଥିଲେ। କିନ୍ତୁ ସେ ହସ୍ପିଟାଲ ଯିବାକୁ ମନା କରିଦେଇଥିଲେ।

Advertisment

ଲିଆକ୍ୱତ୍‌ଙ୍କ ଘରେ ରହୁଥିବା ଜଣେ କର୍ମଚାରୀ ଜାଭେଦ୍ କହିଛନ୍ତି ଯେ ଗୁରୁବାର ସକାଳେ ଲିଆକତଙ୍କ ରୁମ୍‌ ଗୋଟେ ଚିତ୍କାର ଶବ୍ଦ ଶୁଭିଲା। ଭିତରେ ରୁମ୍‌ ଲକ୍‌ ଥିଲା। ଡାକିବା ପରେ କବାଟ ନଖୋଲିବାରୁ ଘରର କର୍ମଚାରୀମାନେ କବାଟକୁ ଭାଙ୍ଗିଥିଲେ।

ତେବେ ହସ୍ପିଟାଲ ଆସିବା ପୂର୍ବରୁ ଲିଆକତଙ୍କ ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି। ସେପଟେ ଲିଆକତଙ୍କ ମୃତ୍ୟୁକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ପୋଲିସ କରାଚି ସ୍ଥିତ ଖୁଦାଦ୍ କଲୋନୀକୁ ଯାଇ ଘର ଯାଞ୍ଚ କରିଛି। ପୋଲିସ ସିସିଟିଭି ଯାଞ୍ଚ କରୁଥିବା ନେଇ ବରିଷ୍ଠ ପୂର୍ବାଞ୍ଚଳ ପୋଲିସ ଅଧୀକ୍ଷକ କହିଛନ୍ତି।

ତେବେ ପୋଷ୍ଟମର୍ଟମ୍ ରିପୋର୍ଟ ଆସିବା ପରେ ଅଧିକ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି। ତେବେ ଲିଆକତଙ୍କ ମୃତ୍ୟୁକୁ ନେଇ ପ୍ରଥମେ ପୋଲିସକୁ ଜଣାଇଥିବା ଲିଆକତଙ୍କ ଡ୍ରାଇଭର ଡାଭେଦଙ୍କୁ ପଚରାଉଚରା କରୁଛି ପୋଲିସ।   

Pakistan Amir Liaquat
Advertisment
Advertisment