Advertisment

ଉପକୂଳ ଛୁଇଁଲା ଭୟଙ୍କର ସାମୁଦ୍ରିକ ଝଡ଼, ଲକ୍ଷ ଲକ୍ଷ ଲୋକ ସ୍ଥାନାନ୍ତରିତ

ଏଭଳି ଭୟଙ୍କର ଝଡ଼ ହେବା ନେଇ ଆକଳନ କରିଥିଲା  ଜାପାନ ପାଣିପାଗ ବିଭାଗ।

author-image
Chandan Shishu
ଅଦ୍ୟତନ ହୋଇଛି
Japan Typhoon Nanmadol

Japan Typhoon Nanmadol

ଦକ୍ଷିଣ ପୂର୍ବ ଜାପାନ ସ୍ଥଳଭାଗରେ ଲ୍ୟାଣ୍ଡଫଲ କଲା ଟାଇଫୁନ୍ ନାନମଡୋଲ୍।  ରବିବାର ସ୍ଥାନୀୟ ସମୟ ସନ୍ଧ୍ୟା ୭ଟାରେ ଘୂର୍ଣ୍ଣିଝଡ଼ କୋଗୋସୀମା ନିକଟରେ ବାତ୍ୟା ମାଡ଼ ହୋଇଥିଲା। ଏନେଇ ସୂଚନା ଦେଇଛି ଜାପାନ ପାଣିପାଗ ବିଭାଗ। ଲ୍ୟାଣ୍ଡଫଲ୍‌ ବେଳେ ପବନର ବେଗ ଥିଲା ଘଣ୍ଟାପ୍ରତି ୨୩୦ କିମିରୁ ଅଧିକ। ସେହିପରି ୨୪ ଘଣ୍ଟାରେ ୫୩୫ ମିମି ବର୍ଷା ରେକର୍ଡ କରାଯାଇଛି। 

Advertisment

ଏଭଳି ଭୟଙ୍କର ଝଡ଼ ହେବା ନେଇ ଆକଳନ କରିଥିଲା  ଜାପାନ ପାଣିପାଗ ବିଭାଗ। ଏହାକୁ ଦୃଷ୍ଟିରେ ରଖି ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳର ୫ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। ୨୦୧୯ରେ ସାମୁଦ୍ରିକ ଝଡ଼ ହାଜିବିର ଯୋଗୁଁ  ୧୦୦ ଲୋକଙ୍କ ଜୀବନ ଯାଇଥିଲା। ସେହିପରି ୨୦୧୮ରେ ବନ୍ୟା ଓ ଭୂସ୍ଖଳନ ଯୋଗୁ ୨ଶହରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। 

Advertisment

ଏ ବର୍ଷ ବିଶ୍ୱ ଦେଖୁଛି ପ୍ରକୃତିର କରାଳ ରୂପ। ଗୋଟିଏ ପଟେ ଭାରତ ପ୍ରଳୟଙ୍କରୀ ବନ୍ୟାର ତାଣ୍ଡବ, ଅନ୍ୟପଟେ ବିଭିନ୍ନ ଦେଶରେ ବନ୍ୟା ଓ ବାତ୍ୟାର ପ୍ରକୋପ। ଚଳିତ ମାସର ପ୍ରଥମ ସପ୍ତାହରେ ସୁପର ଟାଇଫୁନ୍‌ ହିନ୍ନାମନୋର ସାଉଥ୍‌ କୋରିଆରେ ଦକ୍ଷିଣ ଭାଗରେ ଲ୍ୟାଣ୍ଡଫଲ୍‌ କରିଥିଲା। ଲ୍ୟାଣ୍ଡଫଲ ବେଳେ ହିନ୍ନାମନୋର ତାର ଉଗ୍ରରୂପ ଦେଖାଇଥିଲା। ଘଣ୍ଟାପ୍ରତି ପବନର ବେଗ ସର୍ବାଧିକ ୨୧୦ କିମି ଥିଲା। 

Japan Typhoon Nanmadol
Advertisment
Advertisment