/odishatv-khabar/media/post_attachments/uploadimage/library/16_9/16_9_0/IMAGE_1704162032.jpg)
Earth Quake
ଜାପାନ ଭୂମିକଂପରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ଅନେକ କୋଠା ଭୁଶୁଡ଼ିଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି । ଗତକାଲି ୭.୬ ତୀବ୍ରତାର ଭୂକଂପ ଝଟକା ଅନୁଭୂତ ହୋଇଥିଲା । ଶକ୍ତିଶାଳୀ ଭୂଂକପ ଝଟକା ପରେ ସୁନାମୀ ୱାର୍ଣ୍ଣିଂ ଜାରି ହୋଇଥିଲା । ଥରେ କି ଦୁଇଥର ନୁହେଁ, ୯୦ ମିନିଟ ଭିତରେ ଆସିଥିଲା ପ୍ରାୟ ୨୧ ଥର ଝଟକା ।
ଇଶିକାୱା ଜିଲ୍ଲାରେ ରିକ୍ଟର ସ୍କେଲରେ ୭.୬ ତୀବ୍ରତାର ଭୂକମ୍ପ ଅନୁଭୂତ ହେବା ପରେ ଆସିଥିଲା ସୁନାମୀ । ସୋସିଆଲ ମିଡିଆରେ ସୁନାମୀର କିଛି ଭିଡିଓ ଭାଇରାଲ ହେଉଛି । ତେବେ ଭୂକମ୍ପରେ କେତେ କ୍ଷୟ କ୍ଷତି ହୋଇଛି ତା’ର ସ୍ପଷ୍ଟ ସୂଚନା ମିଳିନି । ବିଭିନ୍ନ ସ୍ଥାନରେ ରାସ୍ତା ଫାଟିଥିବା ଦେଖାଯାଇଛି । ଏପରିକି କିଛି ସ୍ଥାନରେ କୋଠାବାଡି ଭାଙ୍ଗିବାର ଭିଜୁଆଲ ବି ସାମ୍ନାକୁ ଆସିଛି ।
ଭୂମିକମ୍ପ ପରେ ଜାପାନରେ ସୁନାମିର ଆଶଙ୍କା ରହିଥିବା ସୂଚନା ଦେଇଥିଲା ଜାପାନ ପାଣିପାଗ ବିଭାଗ । ଏନେଇ ସତର୍କ ସୂଚନା ଜାରି କରିଥିଲା ଜାପାନ ପାଣିପାଗ ବିଭାଗ । ବିଶେଷ କରି ଉପକୂଳ ଅଂଚଳ ଇଶିକାୱା, ନିଗାଟା ଓ ଟୋୟାମା ଅଂଚଳକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।
ପ୍ରାୟ ୫ ମିଟର ଉଚ୍ଚର ଜୁଆର ଆସିବାର ଆଶଙ୍କା ଥିବାରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ କୁହାଯାଇଛି । ତେବେ ଏହାରି ମଧ୍ୟରେ ଜାପାନର ଇଶିକାୱା ସହର ଆଡ଼କୁ ପ୍ରାୟ ୧.୨ ମିଟରର ଜୁଆର ମାଡ଼ି ଆସିଥିବା ସୂଚନା ମିଳିଛି । ଅନ୍ୟପଟେ ଭୂକମ୍ପ ଓ ସୁନାମି ଜନିତ କ୍ଷୟକ୍ଷତି ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରିନାହିଁ ।
ପଶ୍ଚିମ ଜାପାନରେ ଅନୁଭୂତ ହୋଇଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍ ୭.୬ ରହିଛି । ଏହି ଶକ୍ତିଶାଳୀ ଭୂକମ୍ପ ପରେ ଜାପାନ ଇଶିକାୱା ସହର ଆଡ଼କୁ ପ୍ରାୟ ୧.୨ ମିଟରର ଉଚ୍ଚ ସମୁଦ୍ର ଜୁଆର ମାଡ଼ି ଆସିଛି । ତେବେ ଭୟଙ୍କର ଭୂକମ୍ପ ପରେ ଜାପାନର ପାଣିପାଗ ବିଭାଗ କହିଥିଲା ଯେ ଏକ ବୃହତ୍ ସୁନାମି ପଶ୍ଚିମ ଉପକୂଳରେ ପହଞ୍ଚିପାରେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)