Advertisment

65 Lakh Children in Danger: ସହାୟତା ରାଶି ବନ୍ଦ କଲା ଆମେରିକା, ବିପଦରେ ୬୫ ଲକ୍ଷ ଶିଶୁଙ୍କ ଭବିଷ୍ୟତ

କ୍ଷମତାକୁ ପ୍ରତ୍ୟାବର୍ତ୍ତନ ପରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମସ୍ତ ପ୍ରକାର ସହାୟତା ରାଶି ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୯୦ ଦିନ ପାଇଁ ଆମେରିକା ପକ୍ଷରୁ ଦିଆଯାଉଥିବା ସମସ୍ତ ପ୍ରକାରର ସହାୟତା ରାଶିକୁ ବନ୍ଦ କରିବାକୁ ଟ୍ରମ୍ପ ନିର୍ଦ୍ଦେଶ ଦେଇଥିଲେ। ଏହା ସମଗ୍ର ବିଶ୍ବରେ ସ୍ବାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିବ ବୋଲି ଆକଳନ କରିଛନ୍ତି ଡ. ଅତୁଲ ଗୱାଣ୍ଡେ।

ଅଦ୍ୟତନ ହୋଇଛି
trump

trump

Advertisment

କ୍ଷମତାକୁ ପ୍ରତ୍ୟାବର୍ତ୍ତନ ପରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମସ୍ତ ପ୍ରକାର ସହାୟତା ରାଶି ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୯୦ ଦିନ ପାଇଁ ଆମେରିକା ପକ୍ଷରୁ ଦିଆଯାଉଥିବା ସମସ୍ତ ପ୍ରକାରର ସହାୟତା ରାଶିକୁ ବନ୍ଦ କରିବାକୁ ଟ୍ରମ୍ପ ନିର୍ଦ୍ଦେଶ ଦେଇଥିଲେ। ଏହା ସମଗ୍ର ବିଶ୍ବରେ ସ୍ବାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିବ ବୋଲି ଆକଳନ କରିଛନ୍ତି ଡ. ଅତୁଲ ଗୱାଣ୍ଡେ। ଅତୁଲ ଜଣେ ହେଲ୍ଥ ରିସର୍ଚ୍ଚର ଭାବେ କାର୍ଯ୍ୟ କରନ୍ତି। ଆମେରିକାରୁ ପ୍ରଦାନ କରାଯାଉଥିବା ସହାୟତା ରାଶିରେ ସମଗ୍ର ବିଶ୍ବର ଅନେକ ରାଷ୍ଟ୍ର ମହାମାରୀ ଓ ବିଭିନ୍ନ ରୋଗ ବିପକ୍ଷରେ ଲଢେଇ ଜାରି ରଖନ୍ତି।

Advertisment

ଟ୍ରମ୍ପ କ୍ଷମତାକୁ ଫେରିବା ପରେ ବିଦେଶୀ ଫଣ୍ଡ ଉପରେ ତୁରନ୍ତ ରୋକ ଲଗାଇଥିଲେ। ବିକଶିତ ଓ ବିକାଶଶୀଳ ରାଷ୍ଟ୍ର ଗୁଡିକ ଏହା ଦ୍ବାରା ପ୍ରଭାବିତ ହେବାର ସମ୍ଭାବନା କମ। ତେବେ ଛୋଟ ଛୋଟ ରାଷ୍ଟ୍ର ଗୁଡିକ ଏଥିରେ ଅଧିକ ପ୍ରଭାବିତ ହେବେ। ତାଞ୍ଜାନିଆ ପରି ଛୋଟ ଦେଶ ଯାହା ଆମେରିକା ସହାୟତାରେ ମାରବର୍ଗ ଭାଇରସ ବିପକ୍ଷରେ ଲଢେଇ ଜାରି ରଖିଥିଲା ବର୍ତ୍ତମାନ ତାହା ବନ୍ଦ ରଖାଯାଇଛି। ସେହିପରି ପଶ୍ଚିମ ଆଫ୍ରିକାରେ ବ୍ୟାପିଥିବା ଏମ ପକ୍ସ ଭାଇରସ ଯାହା ଶିଶୁ ମାନଙ୍କ ଜୀବନହାନିର ମୁଖ୍ୟ କାରଣ ଉକ୍ତ ଅପରେସନକୁ ମଧ୍ୟ ରୋକି ଦିଆଯାଇଛି।

ଅଧିକ ପଢ଼ନ୍ତୁ: ହସ୍ପିଟାଲରେ ଡ୍ରୋନ୍ ହମଲା; ୭୦ ମୃତ

ବାର୍ଡ ଫ୍ଲୁ ଅନେକ ରାଷ୍ଟ୍ରରେ ବିପଜ୍ଜନକ ରୋଗ ସାବ୍ୟସ୍ତ ହୋଇଥିବା ବେଳେ ୪୯ ଟି ଦେଶରେ ବାର୍ଡ ଫ୍ଲୁ ମନିଟରିଂ ଉପରେ ରୋକ ଲଗାଯାଇଛି। ବାର୍ଡ ଫ୍ଲୁ ଆମେରିକା ଉପରେ ପ୍ରଭାବ ପକାଉଥିବା ବେଳେ ଛୋଟ ଛୋଟ ରାଷ୍ଟ୍ର ଗୁଡିକରେ ଏହା ଅଧିକ ପ୍ରଭାବ ପକାଇବ ବୋଲି ଅତୁଲ ଗୱାଣ୍ଡେ ସତର୍କ ସୂଚନା ଦେଇଛନ୍ତି। ଅନେକ ସ୍ଥାନରେ ପୋଲିଓ, ରିଭର ବ୍ଲାଇଣ୍ଡନେସ ଓ ଏଲିଫାଣ୍ଟିଆସିସ ପରି ରୋଗ ଯାହା ସମ୍ପୂର୍ଣ୍ଣ ଭାବେ ନିରାକରଣ ହେବାର ସମ୍ଭାବନା ଥିଲା ତାହା ବାଧାପ୍ରାପ୍ତ ହୋଇଛି।

Advertisment

ବିଶ୍ବରେ ୯ କୋଟି ମହିଳା ଓ ଶିଶୁ ଆମେରିକୀୟ ମେଡିସିନ ଉପରେ ନିର୍ଭରଶୀଳ ଥିଲେ। ଏମାନଙ୍କ ଜୀବନ ସବୁଠାରୁ ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି। ୨୩ଟି ରାଷ୍ଟ୍ରରେ ୬୫ ଲକ୍ଷ ଅନାଥ ଶିଶୁ ଆମେରିକୀୟ ସହାୟତାରେ ବଞ୍ଚି ରହିଥିଲେ। ଟ୍ରମ୍ପ ସହାୟତା ବନ୍ଦ କରିବା ଫଳରେ ଏହି ଶିଶୁ ମାନେ ସବୁଠାରୁ ଅଧିକ ପ୍ରଭାବିତ ହେବେ। ଏହା ସହିତ ୨ କୋଟିରୁ ଅଧିକ ଏଚଆଇଭି ଏଡ୍ସ ଆକ୍ରାନ୍ତଙ୍କୁ ଔଷଧ ଯୋଗାଉଥିଲା ଆମେରିକା। ଉଲ୍ଲେଖଯୋଗ୍ୟ ଯେ, ୨୦୨୩ରେ ଆମେରିକା ସରକାର ବିଦେଶୀ ସହାୟତା ବାବଦରେ ୭୨ ବିଲିୟନ ଡଲାର ଖର୍ଚ୍ଚ କରିଥିଲେ।

ଅଧିକ ପଢ଼ନ୍ତୁ: ଭୟଙ୍କର ବିସ୍ଫୋରଣ, ଭୁଶୁଡିଲା ଛାତ, ୮ ମୃତ

Donald Trump
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ