• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଇସ୍ରାଏଲର ନୂଆ ପ୍ରଧାନମନ୍ତ୍ରୀ ଭାବେ ୧୪ ମାସ ପରେ ପୁଣି କ୍ଷମତାକୁ ଫେରିଲେ ବେଞ୍ଜାମିନ୍ ନେତାନ୍ୟାହୁ । ଏଥିସହ ଦୀର୍ଘଦିନ ଧରି ଲାଗିରହିଥିବା ରାଜନୈତିକ ଅଚଳାବସ୍ଥାର ଅନ୍ତ ଘଟିଛି । କାମଚଳା ପ୍ରଧାନମନ୍ତ୍ରୀ ୟୈର ଲାପିଡ୍ ତାଙ୍କ ପଦରୁ ଇସ୍ତଫା ଦେବା ସହ ନୂଆ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସାଧାରଣ ନିର୍ବାଚନରେ ୧୨୦ ସଦସ୍ୟ ବିଶିଷ୍ଟ ଇସ୍ରାଏଲ ସଂସଦରେ ନେତନ୍ୟାହୁଙ୍କ ପାର୍ଟି ବିଜୟୀ ହୋଇଛି । ପ୍ରାୟ ୯୦ ପ୍ରତିଶତ ମତଗଣନା ସମୟରେ ହିଁ ନେତନ୍ୟାହୁଙ୍କ ପ୍ରଧାନମନ୍ତ୍ରୀ ହେବା ଏକ ପ୍ରକାର ସ୍ଥିର ହୋଇଥିଲା । ରାତିରେ ତାଙ୍କ ବିଜୟ ଉପରେ ମୋହର ବାଜିଥିଲା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବେଞ୍ଜାମିନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଆଗାମୀ ଦିନରେ ଭାରତ-ଇସ୍ରାଏଲ ସମ୍ପର୍କ ଆହୁରି ମଜବୁତ ହେବ ବୋଲି ସେ ଟ୍ୱିଟ୍ କରିଛନ୍ତି ।  ସରକାର ଗଠନ ନେଇ ଛକାପଞ୍ଝା ଲାଗି ରହିଥିବାରୁ ଗତ ୪ ବର୍ଷ ମଧ୍ୟରେ ଇସ୍ରାଏଲରେ ୫ ଥର ନିର୍ବାଚନ ହେଲାଣି ।

ଇସ୍ରାଏଲ୍ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ନେତ୍ୟାନେହୁ ଓ ତାଙ୍କ ସହଯୋଗୀଙ୍କ ଦ୍ୱାରା ଇସ୍ରାଏଲର ସଂସଦରେ ସରକାର ଗଠନ ପାଇଁ ସଂଖ୍ୟାଗରିଷ୍ଟତା ହାଲସ କରି ବିଜୟ ହେବା ପରେ ଏହି ଆକ୍ରମଣ ହୋଇଛି। ଇସ୍ରାଏଲ୍‌ରେ ହୋଇଥିବା ନିର୍ବାଚନରେ ପ୍ରଧାନମନ୍ତ୍ରୀ ୟାର ଲାପିଡଙ୍କ ପାର୍ଟିକୁ ନେତନ୍ୟାହୁ ପରାଜିତ କରିଛନ୍ତି । ଲାପିଡ୍ ନିଜ ପରାଜୟକୁ ସ୍ୱୀକାର କରିଛନ୍ତି ।

ତେବେ ଇସ୍ରାଏଲର ସାଧାରଣ ନିର୍ବାଚନରେ ରାଜନୈତିକ ଦଳ ‘ଲିକୁଡ’ ବିଜୟୀ ହେବା ପରେ ଇସ୍ରାଏଲ୍ ଉପରେ ହୋଇଛି ଆଖିବୁଜା ରକେଟ୍ ମାଡ଼ । ଗାଜା ପଟି ପକ୍ଷରୁ ଏହି ରେକର୍ଡ ମାଡ଼ କରାଯାଇଛି । ସେନା ପକ୍ଷରୁ ସୂଚନା ମିଳିଛି ଯେ, ଗୁରୁବାର ରାତିରେ ରକେଟ୍ ଲଞ୍ଚ ହୋଇଥିବା ସାଇରନ୍ ବାଜିଥିଲା । ଏହାପରେ ଗାଜା ସୀମା ନିକଟ ଇସ୍ରାଏଲ୍‌ର କିସୁଫିମ୍‌, ଏନ୍ ହାସଲୋଶା ଓ ନରିମ୍ ସହରକୁ ସତର୍କ କରାଯାଇଥିଲା । ସେନା କହିଛି ଯେ ରାତି ପ୍ରାୟ ୧୦ଟା ସମୟରେ ଦକ୍ଷିଣ ଇସ୍ରାଏଲର ଗାଜାରୁ ଏହି ରକେଟ୍ ମାଡ ହୋଇଥିଲା । କିନ୍ତୁ ଟାର୍ଗେଟରେ ପହଞ୍ଚିବା ପୂର୍ବରୁ ଗାଜା ଷ୍ଟ୍ରିପରେ ପଡି ଯାଇଥିଲା ଏହି ରକେଟ୍ ।