Advertisment

ବିମାନ ଦୁର୍ଘଟଣାର ୨ ସପ୍ତାହ ପରେ ୪ କୁନି ଛୁଆ ଆମାଜନରୁ ଜୀବନ୍ତ ଉଦ୍ଧାର !

କଲମ୍ବିଆର ଘନ ଆମାଜନ ଜଙ୍ଗଲରେ ଚାରିଜଣ ଶିଶୁଙ୍କୁ ଜୀବନ୍ତ ଦେଖିବାକୁ ମିଳିବା ନିହାତି ପକ୍ଷେ ଏକ ବଡ଼ ଉପଲବ୍ଧି । ସେମାନଙ୍କ ମଧ୍ୟରେ ଜଣେ ୧୧ ମାସର ଶିଶୁ ମଧ୍ୟ ରହିଛି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Amazon Jungle

Amazon Jungle

ମେ’ ୧ରେ କଲମ୍ବିଆର ଆମାଜନ୍‌ରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ତିନି ଜଣଙ୍କର ମୃତ୍ୟୁ ଘଟିଥିଲା। ସେବେଠାରୁ ସର୍ଚ୍ଚ ଅପରେସନ୍ ଚାଲୁ ରହିଥିଲା । ଏବେ ଦୁର୍ଘଟଣାର ପ୍ରାୟ ଦୁଇ ସପ୍ତାହ ପରେ ବୁଧବାର ଦିନ ଚାରି ଜଣ ଶିଶୁ ସେଠାରେ ଜୀବିତ ଥିବା ଜଣାପଡିଛି। ଏନେଇ ଖୋଦ୍‌ ରାଷ୍ଟ୍ରପତି ଗୁସ୍ତାଭୋ ପେଟ୍ରୋ ସୂଚନା ଦେଇଛନ୍ତି।

Advertisment

ପେଟ୍ରୋ କହିଛନ୍ତି ଯେ ସେନା ପକ୍ଷରୁ ଜୋରଦାର ସର୍ଚ୍ଚ ଅପରେସନ କରାଯାଇଥିଲା । ଏବେ ସେମାନଙ୍କୁ ସଫଳତା ମିଳିଛି। ଏହା ଦେଶ ପାଇଁ ଖୁସିର ବିଷୟ । ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ଦୁର୍ଘଟଣା ଘଟିଥିଲା । ଏବେ କଲମ୍ବିଆର ଘନ ଆମାଜନ ଜଙ୍ଗଲରେ ଚାରିଜଣ ଶିଶୁଙ୍କୁ ଜୀବନ୍ତ ଦେଖିବାକୁ ମିଳିବା ନିହାତି ପକ୍ଷେ ଏକ ବଡ଼ ଉପଲବ୍ଧି । ସେମାନଙ୍କ ମଧ୍ୟରେ ଜଣେ ୧୧ ମାସର ଶିଶୁ ମଧ୍ୟ ରହିଛି ।

ଏହି ସର୍ଚ୍ଚ ଅପରେସନ୍‌ରେ ୧୦୦ ସୈନିକଙ୍କ ସହ ସ୍ନିଫର୍ ଡଗ୍‌ମାନେ ନିୟୋଜିତ ହୋଇଥିଲେ । ସେମାନେ ସମସ୍ତେ ସେହି ନିଖୋଜ ପିଲାଙ୍କୁ ଖୋଜିବାରେ ଲାଗିପଡ଼ିଥିଲେ, ଯେଉଁମାନେ ମେ’ ୧ରେ ହୋଇଥିବା ବିମାନ ଦୁର୍ଘଟଣା ପରେ ନିଖୋଜ ଥିଲେ । ଏହି ଦୁର୍ଘଟଣାରେ ତିନି ଜଣ ବୟସ୍କଙ୍କ ମୃତ୍ୟୁ ଘଟିଛି।

Advertisment

ଅଧିକାରୀମାନେ କହିଛନ୍ତି ଯେ, ଦୁର୍ଘଟଣା ପରେ ପିଲାମାନେ ଦକ୍ଷିଣ କେକେଟା ଜଙ୍ଗଲରେ ହଜିଯାଇଥିଲେ, ସେମାନେ ଏଣେତେଣେ ବୁଲୁଥିଲେ । ସେହି ୪ କୁନି ପିଲାଙ୍କ ମଧ୍ୟରେ ଜଣକର ବୟସ ୪ ହୋଇଥିବା ବେଳେ ଆଉ ଜଣକର ବୟସ ୯ ଏବଂ ଅନ୍ୟ ଜଣଙ୍କର ବୟସ ୧୩ ରହିଥିଲା । ତେବେ ଆଉ ଜଣେ ୧୧ ମାସର ଶିଶୁ ମଧ୍ୟ ତାଙ୍କ ସହ ରହିଥିଲା ।

ସର୍ଚ୍ଚ ଅପରେସନ୍ ସମୟରେ ଏକ ଶିଶୁର ପାଣି ବୋତଲ ଏବଂ ଅଧା ଖାଇଥିବା ଫଳ ମିଳିଥିଲା । ଏହା ପରେ ସେହି ଅଞ୍ଚଳରେ ଖୋଜାଖୋଜି ଜୋରଦାର କରାଯାଇଥିଲା । ଏହାପୂର୍ବରୁ ସୋମବାର ଏବଂ ମଙ୍ଗଳବାର ଦିନ ପାଇଲଟ ଏବଂ ଦୁଇ ବୟସ୍କଙ୍କ ମୃତଦେହ ମିଳିଥିଲା ।

Amazon
Advertisment
Advertisment