/odishatv-khabar/media/post_attachments/uploadimage/library/16_9/16_9_0/IMAGE_1715671052.jpg)
3 killed in POK
ପାକିସ୍ତାନ ଅଧିକୃତ କାଶ୍ମୀରର ମୁଜାଫରାବାଦରେ ପ୍ରବଳ ହିଂସାକାଣ୍ଡ । ଅଟା ଓ ବିଜୁଳି ଦରରେ ସବସିଡି ଦାବି କରି ସ୍ଥାନୀୟ ବାସିନ୍ଦା ଚଳାଇଛନ୍ତି ବିକ୍ଷୋଭ। ତେବେ ଆଜି ସ୍ଥାନୀୟ ବାସିନ୍ଦା-ପ୍ରଶାସନ ମଧ୍ୟରେ ରକ୍ତାନ୍ତ ସଂଘର୍ଷ ଘଟିଛି। ହୋଇଛନ୍ତି। ଆଜି ପାରାମିଲିଟାରୀ ରେଞ୍ଜର୍ସ ଗୁଳି ଚଳାଇବା ସହ ଲୁହବୁହା ଗ୍ୟାସ ପ୍ରୟୋଗ କରିଛନ୍ତି। ଏଥିରେ ତିନି ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ୬ଜଣ ଆହତ ହୋଇଛନ୍ତି।
ଡନ୍ ଖବରକାଗଜ ରିପୋର୍ଟ ଅନୁଯାୟୀ, ବିକ୍ଷୋଭକାରୀଙ୍କୁ ଶାନ୍ତ କରିବା ପାଇଁ ସରକାର ୨୩ ବିଲିୟନ ଟଙ୍କା ସବସିଡି ଘୋଷଣା କରିବା ପରେ ପାକିସ୍ତାନୀ ରେଞ୍ଜର୍ସ କୋହଲା ବାହାରକୁ ଯାଉଥିବା ବେଳେ ଏହି ଘଟଣା ଘଟିଛି। ପାକିସ୍ତାନୀ ରେଞ୍ଜର୍ସ ୧୯ଟି ଗାଡିରେ ମୁଜାଫରାବାଦରେ ପହଞ୍ଚିବା ମାତ୍ରେ ସେମାନଙ୍କ ଗାଡି ଉପରକୁ ଢେଲା ଓ ପଥର ମାଡ କରିଥିଲେ ବିକ୍ଷୋଭକାରୀ। ଏହାପରେ ସୁରକ୍ଷାକର୍ମୀ ଲୁହବୁହା ଗ୍ୟାସ ପ୍ରୟୋଗ କରିବା ସହ ଗୁଳିବର୍ଷା କରିଥିଲେ।
ଅଧିକ ପଢ଼ନ୍ତୁ: ତାଣ୍ଡବ ରଚିଲା ଘୂର୍ଣ୍ଣିଝଡ଼; ବିଲ୍ବୋର୍ଡ ଭାଙ୍ଗି ୧୪ଜଣଙ୍କ ମୃତ୍ୟୁ, ୫୦ରୁ ଅଧିକ ଆହତ
ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ଭିଡିଓରେ ଦେଖାଯାଇଛି ଯେ ମୁଜାଫରବାଦ-ବାରକୋଟ ରାସ୍ତାରେ ପାରାମିଲିଟାରୀ କର୍ମଚାରୀମାନେ ଗାଡିରେ ନିଆଁ ଲଗାଉଛନ୍ତି। ଅନ୍ୟ ଏକ ଭିଡିଓରେ ବିକ୍ଷୋଭ ପ୍ରଦର୍ଶନକାରୀମାନେ ପାକିସ୍ତାନ ବିରୋଧରେ 'ଆଜାଦି' ସ୍ଲୋଗାନ ଦେଉଥିବାର ଦେଖିବାକୁ ମିଳିଛି। ପାକିସ୍ତାନ ସରକାର ଦାବି ପୂରଣ କରିନଥିବା ଦର୍ଶାଇ ଜାମ୍ମୁ କାଶ୍ମୀର ମିଳିତ ଆୱାମୀ ଆକ୍ସନ୍ କମିଟି (JAAC) ବିକ୍ଷୋଭକାରୀଙ୍କୁ ପୁନର୍ବାର ପଦଯାତ୍ରା ଆରମ୍ଭ କରିବାକୁ କହିଛି ।
ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ କରିଛି ଯେ ମେ ୧୦ତାରିଖ ଦିନ POKରେ ଆରମ୍ଭ ହୋଇଥିବା ହିଂସାକାଣ୍ଡରେ ୯୦ରୁ ଅଧିକ ଲୋକ ଆହତ ହୋଇଥିଲେ। ରବିବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ବିକ୍ଷୋଭକାରୀଙ୍କୁ ଶାନ୍ତ କରିବା ପାଇଁ ବିଦ୍ୟୁତ୍ ଏବଂ ଗହମ ସବସିଡି ପାଇଁ POKକୁ ୨୩ ବିଲିୟନ ପ୍ରଦାନକୁ ଅନୁମୋଦନ କରିଛନ୍ତି। ଏବାପରେ ୪୦କେଜି ମଇଦାର ମୂଲ୍ୟ ୩୧୦୦ରୁ ୨୦୦୦ ଟଙ୍କାକୁ ହ୍ରାସ କରାଯାଇଥିଲା। ୧୦୦, ୨୦୦ ଏବଂ ୩୦୦ ରୁ ଅଧିକ ୟୁନିଟ୍ ପାଇଁ ବିଦ୍ୟୁତ୍ ଶୁଳ୍କ ମଧ୍ୟ ୟୁନିଟ୍ ପିଛା ଯଥାକ୍ରମେ ୩, ୫ ଏବଂ ୬ଟଙ୍କାକୁ ହ୍ରାସ କରାଯାଇଛି ବୋଲି ଡନ୍ ରିପୋର୍ଟ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)