Advertisment

ଡେ’ କେୟାର ସେଣ୍ଟରରେ ଆଖିବୁଜା ଗୁଳିମାଡ, ୩୧ ମୃତ ଆଶଙ୍କା

ଥାଇଲାଣ୍ଡରେ ଗୁଳିକାଣ୍ଡ। ପିଲାଙ୍କ ଡେ’ କେୟାର ସେଣ୍ଟର ଉପରକୁ ଦୁର୍ବୃତ୍ତ ଆଖିବୁଜା ଗୁଳିମାଡ କରିଛନ୍ତି। ଫଳରେ ୩୧ ଜଣଙ୍କର ମୃତ୍ୟୁ ଆଶଙ୍କା କରାଯାଉଛି।

author-image
Minati Mishra
ଅଦ୍ୟତନ ହୋଇଛି
Firing in Thiland

Firing in Thiland

ଥାଇଲାଣ୍ଡରେ ଗୁଳିକାଣ୍ଡ। ପିଲାଙ୍କ ଡେ’ କେୟାର ସେଣ୍ଟର ଉପରକୁ ଦୁର୍ବୃତ୍ତ ଆଖିବୁଜା ଗୁଳିମାଡ କରିଛନ୍ତି। ଫଳରେ ୩୧ ଜଣଙ୍କର ମୃତ୍ୟୁ ଆଶଙ୍କା କରାଯାଉଛି। ଏମାନଙ୍କ ମଧ୍ୟରେ ୨୨ଜଣ ଶିଶୁ ଅଛନ୍ତି । ଜଣେ ପୂର୍ବତନ ପୋଲିସ ଅଫିସର ଏପରି ନୃଶଂସ କାଣ୍ଡ ଘଟାଇଥିବା କୁହାଯାଉଛି ।  ପୋଲିସ ତଥ୍ୟ ଅନୁଯାୟୀ ଅଭିଯୁକ୍ତ ଏପରି ବିଭତ୍ସ ଗଣହତ୍ୟା କରିବା ପରେ ନିଜକୁ ଗୁଳିକରି ଆତ୍ମହତ୍ୟା କରିଛନ୍ତି। ଏପରିକି ଆତ୍ମହତ୍ୟା କରିବା ପୂର୍ବରୁ ସେ କୁଆଡେ ତାଙ୍କ ପତ୍ନୀ ଓ ପିଲାଙ୍କୁ ହତ୍ୟା କରିଛନ୍ତି। ତେବେ ସେ କାହିଁକି ଏପରି ଗୁଳି ଚଳାଇଲେ, ଏଥିରେ ଆଉ କ’ଣ ଧନଜୀବନ ନଷ୍ଟ ହୋଇଛି ସେ ନେଇ ସବିଶେଷ ତଥ୍ୟ ମିଳି ପାରିନାହିଁ।  

Advertisment

 ଆର୍ଚନ କ୍ରାଈଟଙ୍ଗ ପୁଲିସର ପୋଲିସର କହିବା ଅନୁଯାୟୀ, ଜଣେ ପୂର୍ବତନ ପୋଲିସ ଅଫିସର ଏପରି କାଣ୍ଡ ଭିଆଇଛନ୍ତି।  ଅନ୍ୟ ଦେଶ ତୁଳନାରେ ଥାଇଲାଣ୍ଡରେ ଅଧିକ ଲୋକ ନିଜ ପାଖରେ ବନ୍ଧୁକ ରଖିଥାନ୍ତି। ଏ ନେଇ ସରକାରୀ ଅନୁମତି ବି ରହିଛି। ଏହାଛଡ଼ା ବେଆଇନ ଅସ୍ତ୍ରଶସ୍ତ୍ର କାରବାର ବି ଏଠି ଅଧିକ ଚାଲିଥିବା ଜଣାଯାଏ। ତେବେ ଦେଶରେ ପୂର୍ବରୁ ଏମିତି ଘଟଣା କେବେ ଘଟି ନ ଥିଲା। ୨୦୨୦ରେ ସମ୍ପତ୍ତି ବିବାଦକୁ ନେଇ ଜଣେ ଅସନ୍ତୁଷ୍ଟ ସୈନିକ ୪ଟି ଭିନ୍ନ ଭିନ୍ନ ସ୍ଥାନରେ ଫାୟାରିଂ କରିଥିଲେ । ଫଳରେ ୨୯ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ୫୭ ଜଣ ଆହତ ହୋଇଥିଲେ। ଏହି ଘଟଣାରେ ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ  ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପୋଲିସ ଆହୁରି କହିଛି, ଅଭିଯୁକ୍ତ ପୋଲିସ କର୍ମୀ ଜଣକ ନିଶାଯୁକ୍ତ ଔଷଧ କାରବାର କାରଣରୁ ଚାକିରୀରୁ ବହିଷ୍କୃତ କରାଯାଇଥିଲା। ବନ୍ଧୁକଧାରୀ ଯେତେବେଳେ ଏହି ଡେ’ କେୟାରକୁ ଆସିଥିଲେ ସେତେବଳେ ପିଲାମାନଙ୍କର ଭୋଜନ ସମୟ ଥିଲା। କେନ୍ଦ୍ରରେ ୨୦ ଜଣ ପିଲା ଖାଇବା ପାଇଁ ଗୋଟିଏ ଜାଗାରେ ରୁଣ୍ଡ ହୋଇଥିଲେ। 

Advertisment

ଏଠି କହିରଖିବୁ, ବୁଧବାର ଅପରାହ୍ନରେ ଜଣେ ବନ୍ଧୁକଧାରୀ ମେକ୍ସିକୋର ଗୁରେରା ରାଜ୍ୟର ସେନ୍‌ ମିଗୁଏଲ୍‌ ଲୋଲୋଲାପାନର ସିଟି ହଲରେ ପହଞ୍ଚି ଲୋକଙ୍କ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ୧୦ ଜଣଙ୍କର ଜୀବନ ଚାଲିଯାଇଥିଲା । ଆଉ ଆଠ ଜଣ ହସ୍ପିଟାଲରେ ଭର୍ତ୍ତି ହେବା ପରେ ପ୍ରାଣ ହରାଇଛନ୍ତି । ଗୁଳିମାଡ଼ରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ ଅଛନ୍ତି ମେୟର କାନରାଡୋ ମେଣ୍ଡୋଜା, ତାଙ୍କ ବାପା ତଥା ପୂର୍ବତନ ମେୟର ଜୁଆନ ମେଣ୍ଡୋଜା ଏବଂ କିଛି ପୋଲିସ କର୍ମଚାରୀ  ।

Firing Thailand
Advertisment
Advertisment