• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କୋଟି କୋଟି ଟଙ୍କାର ମାଲିକ ହେବାକୁ କିଏ ଅବା ନଚାହେଁ । ପ୍ରାୟ ସମସ୍ତେ ଚାହାନ୍ତି ଭଲ ରୋଜଗାର କରିବାକୁ । ନିଜ ସ୍ୱପ୍ନର ଏକ ସୁନ୍ଦର ଘର ତୋଳିବାକୁ । ହେଲେ ନିଜେ କିଛି କରି ଦେଖାଇବାକୁ ହେଲେ କିଛି ସମୟ ଲାଗିଥାଏ । କଠିନ ପରିଶ୍ରମ ଓ ସମୟ ଅନୁସାରେ ଜଣେ ମଣିଷ ତା’ର ସ୍ୱପ୍ନକୁ ସାକାର କରିଥାଏ ।

ହେଲେ ଆପଣ ଜାଣିଛନ୍ତି କି ? ଜଣେ ଯୁବକ ମାତ୍ର ୨୩ ବର୍ଷ ବୟସରେ କୋଟି କୋଟି ଟଙ୍କାର ମାଲିକ ହୋଇପାରିଛନ୍ତି । ଖାଲି ଯେ ମାଲିକ ହୋଇଛନ୍ତି ତାହା ନୁହେଁ, ଅନ୍ୟ ଲୋକମାନଙ୍କୁ ଧନୀ ହେବାର ଟିପ୍ସ ମଧ୍ୟ ଦେଇଛନ୍ତି । ଯାହା ଆଜି ତାଙ୍କୁ ଚର୍ଚ୍ଚାର ପରିଧି ମଧ୍ୟକୁ ଟାଣିଆଣିଛି ।

କୋଟିପତି ୨୩ ବର୍ଷୀୟ ଯୁବକଙ୍କ ନାଁ ହେଉଛି ଲୁକ ଲିଣ୍ଟଜ । ସେ ବର୍ତ୍ତମାନ PR କମ୍ପାନୀ ହାଇକେ ଏଜେନ୍ସି ଚଳାଉଛନ୍ତି । ଏବେ ବେଶ୍‌ ଜଣାଶୁଣା ଚେହେରା ପାଲଟିଛନ୍ତି ଲୁକ ଲିଣ୍ଟଜ । ତାଙ୍କର ଏହି ସଫଳତା ପଛରେ ଅନେକ କାରଣ ରହିଛି । ହେଲେ ସେ ୩ଟି ମୁଖ୍ୟ ପ୍ରସଙ୍ଗକୁ ନେଇ ନିଜର ମତ ରଖିଛନ୍ତି । ସେ କହିଛନ୍ତି, ତାଙ୍କର ଏହି ସଫଳତା ପଛରେ ୩ଟି ପ୍ରମୁଖ କାରଣ ରହିଛି ।

ପ୍ରଥମଟି ହେଉଛି ସାଙ୍ଗ ମାନଙ୍କ ନିକଟରୁ ଦୂରତା ବଜାୟ ରଖିବା । ଦ୍ୱିତୀୟଟି କୌଣସି ଚିନ୍ତା ନରଖି ନିଜ ପରିବାରଠୁ ଅଲଗା ରହିବା । ଆଉ ତୃତୀୟଟି ହେଉଛି ସାରା ବିଶ୍ୱ ଭ୍ରମଣ କରିବା । ଏହି ତିନିଟି କାରଣ ଯୋଗୁଁ ସେ କୋଟିପତି ହୋଇପାରିଥିବା କହିଛନ୍ତି ।

ଏହା ବ୍ୟତୀତ ସେ ଆହୁରି କହିଛନ୍ତି କି, ସେ ଯେତେବେଳେ ହାଇସ୍କୁଲରେ ପଢ଼ୁଥିଲେ । ତାଙ୍କୁ ଅନେକ ପ୍ରାଧାନ୍ୟ ଦିଆଯାଉଥିଲା । ବନ୍ଧୁମାନଙ୍କ ଜନ୍ମଦିନ ଓ ବିବାହ ଉତ୍ସବରେ ସାମିଲ ହେବାକୁ କୁହାଯାଉଥିଲା । ଯାହା ତାଙ୍କୁ ତାଙ୍କ ଲକ୍ଷ୍ୟ ପଥରେ ଯିବାକୁ ବାଧା ସୃଷ୍ଟି କରୁଥିଲା । ହେଲେ ବର୍ତ୍ତମାନ ସେ ସପ୍ତାହରେ ୭ ଦିନ କାମ କରୁଛନ୍ତି । ଏ ବୟସରେ ତାଙ୍କର କୌଣସି ବନ୍ଧୁ ନଥିବାରୁ ସେ ଚିନ୍ତିତ ମଧ୍ୟ ନାହାନ୍ତି ।

ହେଲେ ଲୁକ ଲିଣ୍ଟଜ ବର୍ତ୍ତମାନ ତାଙ୍କ ଦୁଇ ଭାଇ ଜୋର୍ଡାନ୍ ଏବଂ ଜ୍ୟାକସନଙ୍କ ସହ ସମ୍ପର୍କରେ ରହିଛନ୍ତି । କମ୍ପାନୀର କାମକୁ ନେଇ ସେ କେବଳ ତାଙ୍କ ସହ ଆଲୋଚନା କରନ୍ତି । ଏହା ବ୍ୟତୀତ ଅନ୍ୟ କୌଣସି କଥା ଉପରେ ସେ ଆଲୋଚନା କରନ୍ତି ନାହିଁ ବୋଲି କହିଛନ୍ତି । ଲୁକ ଲିଣ୍ଟଜଙ୍କ କହିବା ଅନୁସାରେ କାମ ବ୍ୟତୀତ ଅନ୍ୟ କିଛି ନାହିଁ । ମୁଁ ମୋ ଭାଇମାନଙ୍କ ଖର୍ଚ୍ଚ ବହନ କରେ ।

ଖାଲି ସେତିକି ନୁହେଁ, ସମ୍ପର୍କୀୟମାନେ ମଧ୍ୟ ଏହି ତିନି ଭାଇଙ୍କଠାରୁ ଦୂରତା ବଜାୟ ରଖିଛନ୍ତି । କୌଣସି ଏକ ବଡ଼ ଲକ୍ଷ୍ୟ ହାସଲ କରିବାକୁ ହେଲେ ଏହିସବୁ ଦିଗ ଉପରେ ଧ୍ୟାନ ଦେବା ଆବଶ୍ୟକ ବୋଲି କହିଛନ୍ତି ଲୁକ ଲିଣ୍ଟଜ । ନିଜର ଲକ୍ଷ୍ୟକୁ ହାସଲ କରିବାକୁ ହେଲେ ସବୁକିଛିକୁ ପଛରେ ପକାଇ ଆଗକୁ ବଢ଼ିବା ଆବଶ୍ୟକ ।

ଲିଣ୍ଟଜ୍ କହିଛନ୍ତି ଯେ, ତାଙ୍କର ଏକ ଗର୍ଲଫ୍ରେଣ୍ଡ ମଧ୍ୟ ଅଛନ୍ତି । ସେ ମଧ୍ୟ ତାଙ୍କୁ କିଛି ସମୟ ଦିଅନ୍ତି । ଯଦି ଆପଣ ଚାହାଁନ୍ତି, ବନ୍ଧୁ କରିପାରିବେ, କିନ୍ତୁ ବନ୍ଧୁତା ଆଜୀବନ ରହିବ, ଏକଥା ଭାବିବା ଅବଶ୍ୟକ ନୁହେଁ । କାରଣ ଏହାକୁ ସମୟର ଅପଚୟ ବୋଲି ଲୁକ ଲିଣ୍ଟଜ ମନେ କରନ୍ତି ।