• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କେ-ପପ୍ ଅର୍ଥାତ୍ କୋରିଆନ୍ ପପ୍ ସଙ୍ଗୀତକୁ ନେଇ ଏବେ ସାରା ବିଶ୍ୱରେ ଯୁବ ପିଢ଼ିଙ୍କ ମଧ୍ୟରେ ଖୁବ୍‌ କ୍ରେଜ୍‌ ରହିଛି । ତେବେ ଏହାରି ଭିତରେ ଓଡ଼ିଶାବାସୀଙ୍କ ପାଇଁ ଗର୍ବର ବିଷୟ ଯେ, ଓଡ଼ିଆ ଝିଅ ଶ୍ରେୟା ଲେଙ୍କା ଏହାର ଏକ ଅଶଂ ହେବାକୁ ଯାଉଛନ୍ତି । କେ-ପପ୍‌ର ନୂଆ ଗ୍ରୁପ୍ ବ୍ଲାକ୍‌ସ୍ୱାନ୍‌ରେ ସେ ନିଜ ସ୍ଥାନ ସୁରକ୍ଷିତ କରିଛନ୍ତି । ଆଉ ସବୁଠୁ ବଡ଼ କଥା ହେଲା ଏହି ସୁଯୋଗ ପାଇବାରେ ଓଡ଼ିଆ ଝିଅ ଶ୍ରେୟା ହେଉଛନ୍ତି ଦେଶରେ ପ୍ରଥମ । ତାଙ୍କ ସହ ବ୍ରାଜିଲର ଝିଅ ଗାବ୍ରିଏଲା ଡାଲସିନ୍ ମଧ୍ୟ ଅଛନ୍ତି ।

ଗତ ବର୍ଷ ଡିସେମ୍ବରରେ, ରାଉରକେଲା ସହରର ଝିଅ ଶ୍ରେୟା ଲେଙ୍କାଙ୍କୁ କୋରିଆ ପପ୍ ବ୍ୟାଣ୍ଡ ବ୍ଲାକ୍‌ସ୍ୱାନ୍ ସଦସ୍ୟ ହେବା ପାଇଁ ସିଓଲରେ ଟ୍ରେନିଂ ପାଇଁ ମନୋନୀତ କରାଯାଇଛି । ଏହି ଗ୍ରୁପ୍‌ର ସବୁଠୁ ପୁରୁଣା ସଦସ୍ୟ ହେମେ, ନଭେମ୍ବର ୨୦୨୦ରେ ଗ୍ରୁପ୍‌ ଛାଡିଥିଲେ । ଏହାପରେ ଗ୍ରୁପ୍‌ ପ୍ରମୋଟର DR ମ୍ୟୁଜିକ୍ ଗତ ବର୍ଷ ମେ’ରେ ସେହି ଖାଲି ସ୍ଥାନ ପୂରଣ କରିବା ପାଇଁ ବିଶ୍ୱସ୍ତରୀୟ ଅଡିସନ୍ ପାଇଁ ଘୋଷଣା କରିଥିଲା । ଫଳରେ ପାଖାପାଖି ୯୦୦୦ ପ୍ରତିଯୋଗୀ ଅଡିସନ୍‌ରେ ଭାଗ ନେଇଥିଲେ । ସେଥିମଧ୍ୟରେ ପ୍ରଥମେ ୧୯ ଜଣଙ୍କୁ ଫିଲ୍‌ଟର କରାଯାଇଥିଲା । ପରେ ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଚୟନ୍ କରାଗଲା । ଆଉ ସେମାନେ ହେଲେ ୧୮ ବର୍ଷିୟ ଓଡ଼ିଆ ଝିଅ ଶ୍ରୀୟା ଏବଂ ୧୯ ବର୍ଷିୟ ବ୍ରାଜିଲ ଝିଅ ଗାବ୍ରିଏଲା ଡାଲସିନ୍‌ । ୟୁଟ୍ୟୁବ୍‌ ମାଧ୍ୟରେ ତାଙ୍କର ଅଡିସନ୍‌ ନିଆଯାଇଥିଲା ।

 

ବ୍ଲାକ୍‌ସ୍ୱାନ୍‌ ପାଇଁ DR ମ୍ୟୁଜିକ୍ କେବଳ ଜଣେ ସଦସ୍ୟଙ୍କୁ ବାଛିବାର ଥିଲା । କିନ୍ତୁ ଏବେ ସେ କେ-ପପ୍ ଗୃପ୍‌ର ପଞ୍ଚମ ଏବଂ ଷଷ୍ଠ ସଦସ୍ୟ ପାଇଁ ଶ୍ରେୟା ଏବଂ ଗାବ୍ରିଏଲାଙ୍କ ନାଁକୁ ଘୋଷଣା କରିଛନ୍ତି । ସେ ଏହାକୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ ମଧ୍ୟ କରିଛନ୍ତି । ଶ୍ରେୟା ଏବଂ ଗାବ୍ରିଏଲା ଆଗାମୀ କିଛି ମାସ ଧରି ସିଓଲରେ ହିଁ ରହି ଅଭ୍ୟାସ କରିବେ । ଯାହାଦ୍ୱାରା କେ- ଗ୍ରୁପ୍ ସେମାନଙ୍କର ପୁରା ଆଲବମ୍ ସୁଟିଂ କରିପାରିବେ । ଗତ ପାଞ୍ଚ ମାସ ମଧ୍ୟରେ ଉଭୟଙ୍କୁ ଖୁବ୍‌ ତାଲିମ ଦିଆଯାଇଛି । ଯେଉଁଥିରେ ଭୋକାଲ୍, ରାପ୍, ନୃତ୍ୟ, ଭାଷା ଏବଂ ମ୍ୟୁଜିକ୍‌ ଇନ୍‌ଟ୍ରୁମେଣ୍ଟ ଭଳି ବ୍ୟକ୍ତିଗତ ତାଲିମ ସାମିଲ ଅଛି ।

ବ୍ଲାକ୍‌ସ୍ୱାନ୍ ବିଷୟରେ କହିବାକୁ ଗଲେ ଏହା ୨୦୧୧ ମସିହାରେ ଆରମ୍ଭ ହୋଇଥିଲା । ଏହି କେ-ପପ୍ ଗର୍ଲ ବ୍ୟାଣ୍ଡରେ ୪ ଜଣ ସଦସ୍ୟ ରହିଛନ୍ତି । ସେଥିରେ ଗ୍ରୁପ୍‌ ଲିଡର ତଥା କୋରିଆନ୍‌ ଗାୟକ ହେଉଛନ୍ତି ଗୋ ୟଙ୍ଗ ହେନ୍ । ଗାୟକ, ରାପର୍ ଏବଂ ମଡେଲ୍ ଫାଟୁ ସାମ୍ବା ମଧ୍ୟ ଏହାର ଏକ ଅଂଶ । ଏମାନଙ୍କ ବ୍ୟତୀତ Kim Da Hye ଏବଂ Larissa Ayumi Cartes Sakata ଏହି ଗ୍ରୁପ୍‌ର ସଦସ୍ୟ । ଏହି ଗ୍ରୁପ୍ ୨୦୨୦ ରେ ଫୁଲ୍‌ ଆଲବମ୍ Goodbye Raniaରୁ ଡେବ୍ୟୁ କରିଥିଲା । ଏହାସହ ୨୦୨୧ରେ ପ୍ରଥମ ସିଙ୍ଗଲ୍ ଆଲ୍‌ବମ୍‌, Close to Me ପାଇଁ ଖୁବ୍‌ ଚର୍ଚ୍ଚାରେ ଥିଲା ।