Advertisment

ଆତଙ୍କ ଖେଳାଇଲା ବୋକୋ ହାରାମ! ବାହାମଣ୍ଡପ ଓ ହସ୍ପିଟାଲ୍‌ରେ ଆତ୍ମଘାତୀ ହମଲା, ୧୮ମୃତ

ଆତ୍ମଘାତୀ ବିସ୍ଫୋରଣକାରୀମାନେ ଗ୍ୱାଜା ସହରର ଏକ ବିବାହ, ଅନ୍ତିମ ସଂସ୍କାର ଏବଂ ଡାକ୍ତରଖାନାକୁ ଟାର୍ଗେଟ କରି ଆକ୍ରମଣ କରିଛନ୍ତି। ଏଥିରେ ଏକାଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି।

author-image
Sonali Ojha
female suicide bombers

female suicide bombers

ଉତ୍ତର ପୂର୍ବ ନାଇଜେରିଆରେ ସିରିଜ୍ ବିସ୍ଫୋରଣ। ଏଥିରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି । ପୋଲିସର ସୂଚନା ଅନୁସାରେ, ଗ୍ୱାଜା ସହରରେ ୩ଟି ଆତ୍ମଙାତୀ ବିସ୍ଫୋରଣ ହୋଇଛି। ଜଣେ ମହିଳା ଆତ୍ମଘାତୀ ବୋମା ସହ ବିବାହ ଉତ୍ସବରେ ବିସ୍ଫୋରଣ ଘଟାଇଥିବା ଜଣାପଡିଛି। ପ୍ରଥମ ଆକ୍ରମଣ ଉତ୍ତର-ପୂର୍ବ ରାଜ୍ୟ ବୋର୍ନୋରେ ହୋଇଥିବା ବେଳେ ଦ୍ୱିତୀୟ ଆତ୍ମଘାତୀ ଆକ୍ରମଣ କାମେରୁନ ସୀମାନ୍ତ ଅଞ୍ଚଳରେ ଘଟିଛି। 

Advertisment

ନାଇଜେରିଆ ଜରୁରୀକାଳୀନ ପରିଚାଳନା ଏଜେନ୍ସିର ମହାନିର୍ଦ୍ଦେଶକ ବାର୍କିଣ୍ଡୋ ସାଇଡୁ କହିଛନ୍ତି ଯେ ଆତ୍ମଘାତୀ ବିସ୍ଫୋରଣକାରୀମାନେ ବିଭିନ୍ନ ସ୍ଥାନରେ ସିରିଏଲ ଆକ୍ରମଣ କରିଥିଲେ। ଆତ୍ମଘାତୀ ବିସ୍ଫୋରଣକାରୀମାନେ ଗ୍ୱାଜା ସହରର ଏକ ବିବାହ, ଅନ୍ତିମ ସଂସ୍କାର ଏବଂ ଡାକ୍ତରଖାନାକୁ ଟାର୍ଗେଟ କରି ଆକ୍ରମଣ କରିଛନ୍ତି। ଏଥିରେ ଏକାଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ଗର୍ଭବତୀ ମହିଳା ଏବଂ ଶିଶୁ ମଧ୍ୟ ଅଛନ୍ତି ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ, ଗ୍ୱାଜାରେ ସେନାକୁ ସମର୍ଥନ କରୁଥିବା ମିଲିସିଆର ଜଣେ ସଦସ୍ୟ କହିଛନ୍ତି ଯେ ଏକ ସୁରକ୍ଷା ପୋଷ୍ଟ ଉପରେ ମଧ୍ୟ ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ତାଙ୍କର ଦୁଇ ସାଥୀ ଏବଂ ଜଣେ ସୈନିକ ମଧ୍ୟ ନିହତ ହୋଇଛନ୍ତି। ତେବେ ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଂଗଠନ ଏହି ଆକ୍ରମଣ ପାଇଁ ଦାୟୀ କରିନାହାଁନ୍ତି। ନାଇଜେରିଆର ବର୍ନୋ ହେଉଛି ସେହି ଅଞ୍ଚଳ ଯେଉଁଠାରେ ଅଧିକାଂଶ ଆତଙ୍କବାଦୀ ଗୋଷ୍ଠୀ ସକ୍ରିୟ ଅଛନ୍ତି । ବୋକୋ ହରାମ ଏବଂ ଏହାର ବିଚ୍ଛିନ୍ନ ଇସଲାମିକ୍ ଷ୍ଟେଟ୍ ପଶ୍ଚିମ ଆଫ୍ରିକା ପ୍ରଦେଶ ଗୋଷ୍ଠୀ ଅତ୍ୟନ୍ତ ସକ୍ରିୟ ।

Advertisment

ଆକ୍ରମଣ ନେଇ ଆତଙ୍କୀ ସଂଗଠନ ବୋକୋ ହରାମକୁ ଦାୟୀ କରାଯାଉଛି। ବୋକୋ ହରାମ ଇସଲାମିକ୍ ଷ୍ଟେଟ୍ ସହିତ ହାତ ମିଳାଇ ନାଇଜେରିଆରେ ଆତଙ୍କବାଦ ବିସ୍ତାର କରିଛି ।​ ବୋକୋ ହରାମ ଏପର୍ଯ୍ୟନ୍ତ ହଜାର ହଜାର ଲୋକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛି। ବୋକୋ ହରାମ କେବଳ ଏଠାକାର ଲୋକଙ୍କୁ ଟାର୍ଗେଟ କରିନି ବରଂ ସୁରକ୍ଷା ବାହିନୀ ଉପରେ ଘାତକ ଆକ୍ରମଣ ମଧ୍ୟ କରିଛି। ଲୋକମାନଙ୍କୁ ଅପହରଣ କରିବା, ସାମରିକ ବେସକୁ ଟାର୍ଗେଟ କରିବା ସହ ଛୋଟ ପିଲାମାନଙ୍କୁ ମଧ୍ୟ ଛାଡିନି।

Bomb Blast Suicide Bomber
Advertisment
Advertisment