Advertisment

୧୦ ବର୍ଷ ପରେ ପୁଣି ପୋଲିଓ ଭାଇରସ୍ ଚିହ୍ନଟ

ପୋଲିଓର ନୂଆ ଷ୍ଟ୍ରେନ ଓରାଲ ଟିକା ଦ୍ୱାରା ନିୟନ୍ତ୍ରଣ ହୋଇପାରିବ ନାହିଁ।

author-image
Chandan Shishu
ଅଦ୍ୟତନ ହୋଇଛି
 Polio virus was found in New York

Polio virus was found in New York

୧୦ ବର୍ଷ ପରେ ପୋଲିଓ ଭୂତାଣୁର ପୁର୍ନଜନ୍ମ। ପୋଲିଓ ଗୋଟିଏ ଘାତକ ଓ ପଙ୍ଗୁ କରି ଦେଉଥିବା ଭାଇରସ। ଜଣେ ୨୦ ବର୍ଷ ବୟସର ଯୁବକଙ୍କ ଠାରେ ଦେଖାଦେଇଛି ଏହି ପୋଲିଓ ଭୂତାଣୁ। ତାହାବି ପୁଣି ଆମେରିକାର ନ୍ୟୁୟର୍କରେ। ତେବେ ସଂକ୍ରମିତ ଯୁବକ ଜଣକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସବୁଠୁ ବଡ଼ କଥା ହେଲା ୧୦ ବର୍ଷ ପୂର୍ବରୁ ଆମେରିକାରେ ପୋଲିଓ ଭୂତାଣୁର ଶେଷ ହୋଇଥିବା ବେଳେ ବର୍ତ୍ତମାନ ପୁଣି ଭାଇରସ୍‌ ଠାବ ହେବା ସ୍ୱାସ୍ଥ୍ୟ ବିଭାଗ ପାଇଁ ଚାଲେଂଜ ସୃଷ୍ଟି କରିଛି। 

Advertisment

ରକ୍‌ଲାଣ୍ଡ ଦେଶର ଜଣେ ଯୁବକ ଗତ ଜୁନ୍‌ରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସ୍ଥାନୀୟ ମେଡିକାଲ ଅଧିକାଲ ଅଧିକାରୀ ତାଙ୍କୁ ନୀରିକ୍ଷଣରେ ରଖିଥିଲେ। ଏକ ମାସ ଧରି ତାଙ୍କର ବିଭିନ୍ନ ପରୀକ୍ଷା କରାଯାଇଥିଲା। ପରେ ସେ ପୋଲିଓ ଭୂତାଣୁରେ ଆକ୍ରାନ୍ତ ବୋଲି ଜଣାପଡ଼ିଥିଲା। ରୋଗୀ ଜଣକ ହସ୍ପିଟାଲରୁ ଡିସଚାର୍ଜ ହେବାପରେ ତାଙ୍କ ସ୍ତ୍ରୀ ଓ ପିଲାମାନଙ୍କ ସହ ରହୁଛନ୍ତି। ଯୁବକ ଜଣକ ଠିଆ ହୋଇପାରୁଥିଲେ ବି ଚାଲିବାକୁ ଅସକ୍ଷମ।

୨୦୧୩ ଶେଷ ଭାଗରେ ଆମେରିକାରେ ପୋଲିଓ ରୋଗୀ ଚିହ୍ନଟ ହୋଇଥିଲେ। ନ୍ୟୁୟର୍କ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ମତରେ ୯୫ ପ୍ରତିଶତ ପୋଲିଓ ରୋଗୀଙ୍କ ଠାରେ କୌଣସି ଲକ୍ଷଣ ଦେଖାଦେଇନଥାଏ। କିନ୍ତୁ ସେମାନଙ୍କ ଦ୍ୱାରା ଅନ୍ୟମାନଙ୍କୁ ସଂକ୍ରମିତ କରିପାରିବେ। 

Advertisment

ଯେଉଁ ଦେଶରେ ଓରାଲ ପୋଲିଓ ଟିକା ପ୍ରଚଳିତ ରହିଛି, ସେହି ସ୍ଥାନ ହିଁ ଭାଇରସର ଉତ୍ପତ୍ତିସ୍ଥଳ ବୋଲି ନୂଆ ମାମଲା ସଙ୍କେତ ଦେଉଛି। ପୋଲିଓର ନୂଆ ଷ୍ଟ୍ରେନ ଓରାଲ ଟିକା ଦ୍ୱାରା ନିୟନ୍ତ୍ରଣ ହୋଇପାରିବ ନାହିଁ। ଏହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ସଚେତନ କରାଯାଇଛି। ସେମାନେ ଲୋକଙ୍କ ତୁରନ୍ତ ଯାଞ୍ଚ କରି ନୂଆ ଆକ୍ରାନ୍ତଙ୍କୁ ଠାବ କରିବାର ପ୍ରୟାସ କରନ୍ତୁ। 

ସେହିପରି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଅଞ୍ଚଳରେ ଟିକା ନେଇ ନଥିବା ଲୋକଙ୍କୁ ତୁରନ୍ତ ପୋଲିଓ ଟିକା ନେବାକୁ ପରାମର୍ଶ ମଧ୍ୟ ଦିଆଯାଇଛି। ପୋଲିଓ ଗୋଟିଏ ଘାତକ ଓ ପଙ୍ଗୁ କରି ଦେଉଥିବା ଭାଇରସ। ବିଶେଷ କରି ଏହା ୫ ବର୍ଷରୁ କମ ବୟସ୍କଙ୍କ ପାଇଁ ଅଧିକ ଘାତକ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି।

New York Polio Virus
Advertisment
Advertisment