• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମୋଦିଙ୍କୁ ପୁଟିନଙ୍କ ପ୍ରଶଂସା । ୟୁକ୍ରେନ୍‌ ସହ ଘମାଘୋଟ୍ ଲଢ଼େଇ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କର ଭୁରି ଭୁରି ପ୍ରଶଂସା କରିଛନ୍ତି ରଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ମୋଦି ଜଣେ ପ୍ରକୃତ ରାଷ୍ଟ୍ରଭକ୍ତ ବୋଲି କହିଛନ୍ତି ରୁଷ ରାଷ୍ଟ୍ରପତି । ରାଜଧାନୀ ମସ୍କୋର ଏକ କ୍ଲବର ୧୯ତମ ବାର୍ଷିକ କାର୍ଯ୍ୟକ୍ରମରେ ଲୋକଙ୍କୁ ସମ୍ବୋଧନ କରି ପୁଟିନ ସର୍ବସମ୍ମୁଖରେ ମୋଦିଙ୍କ ନିରପେକ୍ଷ ଓ ସ୍ୱାଧୀନ ବୈଦେଶୀକ ନୀତିକୁ ପ୍ରଶଂସା କରିଛନ୍ତି ।

ଅଧିକ ପଢ଼ନ୍ତୁ:ଭାରତକୁ କେହି ନଜର ପକାଇଲେ ତିନି ସେନା ମୁହଁତୋଡ଼ ଯବାବ ଦେବେ: ମୋଦି

ମୋଦିଙ୍କ ନେତୃତ୍ୱରେ ଭାରତରେ ଅନେକ କିଛି ସଫଳତା ହାସଲ କରିଛି ।  ତାଙ୍କର ‘ମେକ ଇନ ଇଣ୍ଡିଆ’ ଚିନ୍ତାଧାରା ଅର୍ଥନୈତିକ   ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ । ଭାରତର ଭବିଷ୍ୟତ ବେଶ ଉଜ୍ଜ୍ୱଳ । ସବୁଠାରୁ ଗର୍ବ କରିବାର ବିଷୟ ହେଉଛି ଯେ ବିଶ୍ୱର ସବୁଠାରୁ ବଡ଼ ଗଣତାନ୍ତ୍ରିକ ରାଷ୍ଟ୍ର ହେଉଛି ଭାରତ । ପ୍ରଧାନମନ୍ତ୍ରୀ ମୋଦି ଏମିତି ଜଣେ ବ୍ୟକ୍ତି, ଯିଏ ନିଜ ଦେଶର ଲୋକଙ୍କ ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ । ଦେଶରେ ସଫଳ ବିଦେଶ ନୀତି ପ୍ରଣୟନ କରିବା ବ୍ୟକ୍ତିତ୍ୱ ମଧ୍ୟରେ ଜଣେ ହେଉଛନ୍ତି ପିଏମ୍ ନରେନ୍ଦ୍ର ମୋଦି ।

ବିକାଶମୂଳକ କାର୍ଯ୍ୟ ନେଇ ଭାରତ ସହ ରୁଷର ଦଶନ୍ଧୀ ଧରି ସୁସମ୍ପର୍କ ରହିଛ । ଉଭୟ ରାଷ୍ଟ୍ର ମଧ୍ୟରେ କୌଣସି ବିବାଦ ନାହିଁ । ସେହିପରି ପ୍ରଧାନମନ୍ତ୍ରୀ ମୋଦିଙ୍କ ବୈଦେଶିକ ନୀତିକୁ ପ୍ରଶଂସା କରିଛନ୍ତି ପୁଟିନ୍ । ନିଜ ଦେଶବାସୀଙ୍କ ହିତର ସୁରକ୍ଷା କରିବା ଦିଗରେ ସେ ସର୍ବଦା ତତ୍ପର । ଅନେକ ପାଶ୍ଚାତ୍ୟ ଦେଶ ଭାରତ ଉପରେ କଟକଣା ଜାରି କରିବାକୁ ପ୍ରୟାସ କରିଛନ୍ତି । କିନ୍ତୁ ଏହି ସବୁ ପ୍ରୟାସକୁ ପିଏମ୍ ନରେନ୍ଦ୍ର ମୋଦି ଅକାମୀ କରି ଦେଇଥିଲେ । ଭାରତ ବିକାଶ କ୍ଷେତ୍ରରେ ଜବରଦସ୍ତ ସଫଳତା ହାସଲ କରିଛି ଆଗକୁ ଭାରତର ବହୁତ ବଡ଼ ଭବିଷ୍ୟତ ଅଛି ବୋଲି କହିଛନ୍ତି ପୁଟିନ୍ ।

ଭାରତରେ କୃଷି ପାଇଁ ସାର ଗୁରୁତ୍ୱ ବହନ କରୁଥିବାରୁ ଏହାର ରାପ୍ତାନୀ ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ବାରମ୍ବାର କହି ଆସିଥିବା ପୁଟିନ କହିଛନ୍ତି । ଏହାକୁ ଦୃଷ୍ଟିରେ ରଖି କୃଷି କ୍ଷେତ୍ରର ବିକାଶ ପାଇଁ ଦୁଇ ଦେଶ ମଧ୍ୟରେ ବ୍ୟବସାୟିକ କାରବାର ଦୁଇ ଗୁଣ ବଢ଼ିଥିବା ସେ ସମସ୍ତଙ୍କୁ ଜଣାଇଛନ୍ତି।