/odishatv-khabar/media/post_attachments/uploadimage/library/16_9/16_9_0/IMAGE_1694616181.jpg)
Mexico, Ellien
କେବେ ଦେଖିନଥିବେ, କି ଶୁଣି ନଥିବେ। ମେକ୍ସିକୋ ସଂସଦରେ ପ୍ରଦର୍ଶିତ ହୋଇଛି ଭିନ୍ନ ଗ୍ରହ ବାସିନ୍ଦା ବା ଏଲିଏନଙ୍କର ଦୁଇଟି ମୃତଦେହ। ପେରୁର କସ୍କୋରୁ ଏହି ଦୁଇଟି ମୃତଦେହ ଉଦ୍ଧାର କରାଯାଇଥିବା କୁହାଯାଉଛି। ଜୀବାଶ୍ମ ଆକାରରେ ଥିବା ଏଲିଏନଙ୍କର ଏହି ମୃତଦେହ ହଜାରେ ବର୍ଷ ପୁରୁଣା।
Advertisment
ୟୁଏଫଓ ବିଶେଷଜ୍ଞ ଜାଇମ ମୌସାନ ଏହି ମୃତଦେହ ପ୍ରଦର୍ଶିତ କରିଛନ୍ତି। ଆମେରିକା ଫର ସେଫ ଏରୋସ୍ପେଶର ନିର୍ଦ୍ଦେଶକ ତଥା ପୂର୍ବତନ ନୌସେନା ପାଇଲଟ ରିଆନ ଗ୍ରେଭେସ ଏହି ଅବସରରେ ଉପସ୍ଥିତ ଥିଲେ। ମୌସାନଙ୍କ ଦାବି ମୃତଦେହ ଦୁଇଟିର ଡିଏନଏର ୩୦ ପ୍ରତିଶତ ସଂପୂର୍ଣ୍ଣ ଅଜଣା। ଏକ୍ସ-ରେ ରୁ ଗୋଟିଏ ମୃତଦେହରେ ଅଣ୍ଡକୋଷ ଏବଂ ଧାତବ ଅଂଶ ମିଳିଥିବା ସେ କହିଛନ୍ତି।
ମେକ୍ସିକୋ କଂଗ୍ରେସରେ ଆୟୋଜିତ ଏଭଳି ଏକ ଅସାମାନ୍ୟ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯାଇଥିଲା। ଅନ୍ୟପକ୍ଷରେ ମୌସାନଙ୍କ ଦାବି ଅନ୍ୟଗ୍ରହ ବାସିନ୍ଦା ବା ଏଲିଏନଙ୍କ ଉପସ୍ଥିତି ଚର୍ଚ୍ଚାକୁ ପୁଣି ଖୋରାକ ଯୋଗାଇଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)