Advertisment

Gen Z Reverse Catfishing : ଆରମ୍ଭ ହୋଇଛି ନୂଆ ଟ୍ରେଣ୍ଡ୍ , ଜୀବନକୁ ଏଭଳି ବଞ୍ଚୁଛନ୍ତି...ଶୁଣିଲେ ଆଶ୍ଚର୍ଯ୍ୟ ହେବେ

ଏବେ ସମସ୍ତେ ଜିମ୍‌ ସେଲଫି, ବିଦେଶ ଯାତ୍ରା କିମ୍ବା ନିଖୁଣ ଜୀବନଶୈଳୀର ପଛରେ ଦୌଡ଼ୁନାହାନ୍ତି। ଯଦି କେହି ନିଜର ଅସଜଡ଼ା ରୁମ୍‌ର ଫଟୋ ବା ମେକଅପ୍‌ ବିନା ଫଟୋ ପୋଷ୍ଟ କରନ୍ତି, ତାହାକୁ ବର୍ତ୍ତମାନ କୁଲ୍‌ ବୋଲି ଗଣାଯାଏ।

author-image
Manasranjan Mohanty
ଅଦ୍ୟତନ ହୋଇଛି
genz

genz Photograph: (OTV)

ଏବେ ଆରମ୍ଭ ହୋଇଛି ଏକ ନୂଆ ଟ୍ରେଣ୍ଡ ରିଭର୍ସ କ୍ୟାଟଫିଶିଂ । ଏହା ଆପଣଙ୍କ ପାଇଁ ନୂଆ ହୋଇଥିବ , ଆପଣ ପ୍ରଥମ ଥର ପାଇଁ ଏହା ଶୁଣୁବି ଥିବେ । 

Advertisment

ରିଭର୍ସ କ୍ୟାଟଫିଶିଂ ବୁଝିବା ପୂର୍ବରୁ ଆପଣ ପ୍ରଥମେ ଜାଣି ନିଅନ୍ତୁ ଯେ ଏହି କ୍ୟାଟଫିଶିଂ (Catfishing) କ’ଣ। କ୍ୟାଟଫିଶିଂର ଅର୍ଥ ହେଉଛି କୌଣସି ଅନଲାଇନ ପ୍ଲାଟଫର୍ମରେ ନିଜର ପରିଚୟକୁ ମିଛ ବା ଅଧିକ ଆକର୍ଷଣୀୟ ଭାବେ ଲୋକଙ୍କୁ ଦେଖାଇବା। ଫଟୋସପ୍ କରାଯାଇଥିବା ଫଟୋ, ନକଲି ପ୍ରୋଫାଇଲ, ବା ମିଛ ପରିଚୟ ତିଆରି କରିବା ହେଉଛି କ୍ୟାଟଫିଶିଂ। ରିଭର୍ସ କ୍ୟାଟଫିଶିଂ ଏହାର ଠିକ୍‌ ଉଲଟା (Reverse Catfishing Gen Z Dating Strategy)। ଏଥିରେ ଲୋକେ ଜାଣିଶୁଣି ନିଜକୁ ଅନଲାଇନରେ କମ ଆକର୍ଷଣୀୟ ଦେଖାନ୍ତି, ଯାହା ଦ୍ୱାରା ସାମ୍ନାରେ ଥିବା ବ୍ୟକ୍ତି ତାଙ୍କୁ ବାସ୍ତବ ଜୀବନରେ ଏଭଳି ବଞ୍ଚୁଥିବାର ଦେଖି ଆଶ୍ଚର୍ଯ୍ୟ ହେବେ। ଆଜିର ଯୁବ ପିଢ଼ି ଦେଖାଦେଖିରୁ କ୍ଲାନ୍ତ ହୋଇପଡ଼ିଛନ୍ତି। ସେମାନେ କାହାକୁ ପ୍ରଭାବିତ କରିବାକୁ ଚାହୁଁନାହାନ୍ତି ବରଂ ଏକ ପ୍ରକୃତ ସମ୍ପର୍କ ଗଢ଼ିବାକୁ ଚାହୁଁଛନ୍ତି। ତେବେ ଆସନ୍ତୁ ରିଭର୍ସ କ୍ୟାଟଫିଶିଂ ବିଷୟରେ ଆଉ କିଛି କଥା ଜାଣିବା।

Gen Z ଏପରି କାହିଁକି କରୁଛନ୍ତି ?

Authenticity

Gen Z ହେଉଛି ସେହି ପିଢ଼ି ଯେଉଁମାନେ ଡିଜିଟାଲ ଦୁନିଆରେ ବଢ଼ିଛନ୍ତି। ସେମାନେ ଜାଣନ୍ତି କିପରି ଏକ ଫିଲ୍ଟର, ଭଲ ଆଲୋକ ବ୍ୟବସ୍ଥା, ବା ସୁନ୍ଦର ଭାବେ ଲେଖାଯାଇଥିବା ବାୟୋ କାହାର ସତ୍ୟତାକୁ ଲୁଚାଇ ପାରେ। ତେଣୁ ଏହି ପିଢ଼ି ଏବେ ଏହାକୁ ଛାଡ଼ି ସତ ଦେଖିବାକୁ ଚାହୁଁଛନ୍ତି ।

Advertisment

Forbidding Appearance

ଏବେ ସମସ୍ତେ ଜିମ୍‌ ସେଲଫି, ବିଦେଶ ଯାତ୍ରା କିମ୍ବା ନିଖୁଣ ଜୀବନଶୈଳୀର ପଛରେ ଦୌଡ଼ୁନାହାନ୍ତି। ଯଦି କେହି ନିଜର ଅସଜଡ଼ା ରୁମ୍‌ର ଫଟୋ ବା ମେକଅପ୍‌ ବିନା ଫଟୋ ପୋଷ୍ଟ କରନ୍ତି, ତାହାକୁ ବର୍ତ୍ତମାନ କୁଲ୍‌ ବୋଲି ଗଣାଯାଏ।

Emotional Safety

ଯଦି ଆପଣ ନିଜକୁ ଅନଲାଇନରେ ବହୁତ ସାଧାରଣ ବା ସାମାନ୍ୟ ଦେଖାନ୍ତି, ତାହେଲେ ବାସ୍ତବ ଜୀବନରେ ପ୍ରଭାବିତ କରିବାର ସୁଯୋଗ ଅଧିକ ରହିଥାଏ। ଏହା ଅସ୍ୱୀକାର ହେବାର ଭୟକୁ ମଧ୍ୟ କମାଇଥାଏ।

ଏହି ଟ୍ରେଣ୍ଡ ଆମକୁ କ’ଣ ଶିଖାଏ?

ରିଭର୍ସ କ୍ୟାଟଫିଶିଂ କେବଳ ଏକ ମଜାଦାର ଟ୍ରେଣ୍ଡ ନୁହେଁ। ଏହା ସାମାଜିକ ଯୋଗାଯୋଗରେ ସଚ୍ଚୋଟତା ଏବଂ ଗଭୀର ସମ୍ପର୍କର ଦିଗରେ ଏକ ପଦକ୍ଷେପ। Gen Z ଦେଖାଉଛନ୍ତି ଯେ ପ୍ରକୃତ ସମ୍ପର୍କ ଗଢ଼ିବା ପାଇଁ ନିଖୁଣତାର ନୁହେଁ, ବରଂ ମାନବିକତା ଓ ସତ୍ୟତାର ଆବଶ୍ୟକତା ଅଛି। ରିଭର୍ସ କ୍ୟାଟଫିଶିଂ ଦେଖାଦେଖିର ଦୁନିଆରେ ସତ୍ୟତାକୁ ଗ୍ରହଣ କରିବାର ଏକ ରାସ୍ତା । ଯେତେବେଳେ ସମସ୍ତେ ସବୁଠାରୁ ଭଲ ଦେଖାଇବାର ଦୌଡ଼ରେ ଲାଗିଛନ୍ତି, Gen Z ଏହାର ଓଲଟା କରି ଅସଲ ଜୀବନକୁ ଖୋଜିବାରେ ଲାଗିଛନ୍ତି ।

Social Media
Advertisment
Related Articles
Advertisment