Advertisment

ପଶୁ-ପକ୍ଷୀଙ୍କୁ ପାଣି ଦେବା ଲାଗି ଛକଛକରେ ବସିଲା ପ୍ଲାଷ୍ଟିକ୍‌ କୁଣ୍ଡ

ଖରା ବଢୁଛି, ତାଳ ଦେଇ ତାତି ବି ବଢୁଛି l ଅସହ୍ୟ ହେଲାଣି ଗରମ l ଅତିଷ୍ଟ ହେଉଛି ଜୀବଜଗତ । ସେଥିରୁ ପଶୁପକ୍ଷୀ ମାନେ ବାଦ୍‌ ପଡ଼ିବେ ବା କେମିତି? ବାଲେଶ୍ୱର ଖଇରା ବ୍ଲକ ଡୁଙ୍ଗୁରା ପଞ୍ଚାୟତ ବାଣପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ପୁରାତନ ଛାତ୍ର ଯେଉଁ ନୂଆ ପ୍ରୟାସ କରିଛନ୍ତି ତାହାକୁ ନେଇ ଏବେ ସ୍ଥାନୀୟ ଅଂଚଳରେ ଭାରି ଚର୍ଚ୍ଚା ...

author-image
Sarbeswar
ଅଦ୍ୟତନ ହୋଇଛି
Bird

Bird

ରାସ୍ତା ସାରା ଯେଉଁଠି ଗଛ ଦେଖୁଛନ୍ତି ସେଇଠି ଶିକାରେ ପ୍ଲାଷ୍ଟିକ୍ ଦଉଡ଼ି ବାନ୍ଧି ବିଭିନ୍ନ ସରାରେ ପାଣି ରଖୁଛନ୍ତି । ଗଛ ହେଉ କି ଉଚ୍ଚାସ୍ଥାନ...ସବୁଠି ରଖୁଛନ୍ତି ପାଣି । ଏଇ ଧୁଧୁ ଖରାରେ ଯେମିତି ପକ୍ଷୀମାନେ ପାଣି ପିଇବାରେ କୌଣସି ସମସ୍ୟାର ସାମ୍ନା କରିବେ ନାହିଁ ସେନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରୁଛନ୍ତି ବାଲେଶ୍ୱର ର ଯୁବକମାନେ ।

Advertisment

ଖରା ବଢୁଛି, ତାଳ ଦେଇ ତାତି ବି ବଢୁଛି l ଅସହ୍ୟ ହେଲାଣି ଗରମ l ଅତିଷ୍ଟ ହେଉଛି ଜୀବଜଗତ । ସେଥିରୁ ପଶୁପକ୍ଷୀ ମାନେ ବାଦ୍‌ ପଡ଼ିବେ ବା କେମିତି? ବାଲେଶ୍ୱର ଖଇରା ବ୍ଲକ ଡୁଙ୍ଗୁରା ପଞ୍ଚାୟତ ବାଣପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ପୁରାତନ ଛାତ୍ର ଯେଉଁ ନୂଆ ପ୍ରୟାସ କରିଛନ୍ତି ତାହାକୁ ନେଇ ଏବେ ସ୍ଥାନୀୟ ଅଂଚଳରେ ଭାରି ଚର୍ଚ୍ଚା l ବିଦ୍ୟାଳୟର କିଛି ଛାତ୍ର, ଶିକ୍ଷକ ଓ ଶିକ୍ଷୟତ୍ରୀ ପଶୁ-ପକ୍ଷୀଙ୍କ ସୁରକ୍ଷା ଲାଗି ଅଣ୍ଟା ଭିଡ଼ିଛନ୍ତି l ବିଦ୍ୟାଳୟ ଏବେ ରଜତ ଜୟନ୍ତୀ ପାଳନ କରୁଥିବା ବେଳେ ପୂରାତନ ଛାତ୍ରମାନେ ଗାଁ, ଜଙ୍ଗଲ ଓ ରାସ୍ତା କଡରେ ପ୍ଲାଷ୍ଟିକ ପାତ୍ରରେ ପାଣି ରଖୁଛନ୍ତି । ଯେଉଁଠୁ ପାଣି ପିଇ ତୃଷ୍ଣା ମେଣ୍ଟାଉଛନ୍ତି ପଶୁପକ୍ଷୀ ।

ଅଧିକ ପଢ଼ନ୍ତୁ: ଅସହ୍ୟ ତାତିରେ ଆଉଟୁପାଉଟୁ ଜୀବଜନ୍ତୁ : ଖରାରୁ ମୁକ୍ତି ପାଇଁ ନନ୍ଦନକାନନରେ ସ୍ୱତନ୍ତ୍ର ବ୍ୟବସ୍ଥା

Advertisment

ପିଲାଙ୍କର ଏମିତି ନିଆରା ପ୍ରୟାସକୁ ନେଇ ସ୍ଥାନୀୟ ଅଂଚଳରେ କିନ୍ତୁ ଭାରି ଚର୍ଚ୍ଚା । ଆଉ ପିଲାଙ୍କୁ ସହଯୋଗ କରିବାକୁ କିଛି ଦୋକାନୀମାନେ ମଧ୍ୟ ସାହାଯ୍ୟ ଓ ସହଯୋଗର ହାତ ବଢାଇଛନ୍ତି । ପ୍ରତିଦିନ ପାଣି ପାତ୍ରରେ କେମିତି ପାଣି ନସରିବ ସେ ଦାୟିତ୍ୱ ବି ନେଇଛନ୍ତି ସ୍ଥାନୀୟ ଅଂଚଳର କିଛି ଲୋକେ । ଏବେ ଆଧୁନିକ ଯୁଗରେ ମଣିଷ ମଣିଷକୁ ସାହାଯ୍ୟ କରୁନଥିବା ବେଳେ କିଛି ଯୁବକ ପଶୁପକ୍ଷୀଙ୍କ ଜୀବନ ବିଷୟରେ ଚିନ୍ତା କରିବା ନିଶ୍ଚୟ ପକ୍ଷେ ହୃଦୟସ୍ପର୍ଶୀ l

School Student Odisha News Special Story
Advertisment
Advertisment